ETV Bharat / sukhibhava

Side Effect Of Tea: ଅତ୍ୟଧିକ ଚା’ ସେବନ, ଡାକି ଆଣିବ ଏହି ସବୁ ରୋଗ

ଆମ ଦେଶରେ ଅଧିକାଂଶ ଲୋକ ଚା'ର ପ୍ରେମରେ ବିମୋହିତ । ଚା' ପିଇବାର ବେଳା ବୁଡିଗଲେ ସେମାନେ ହୋଇଯାଆନ୍ତି ଅସ୍ଥିର । ତେବେ ଜାଣନ୍ତିକି ଏହି ନିଶା କେତେ ମାରାତ୍ମକ ହୋଇପାରେ । ଜାଣନ୍ତୁ ଅତ୍ୟଧିକ ଚା' ପିଇବା ଦ୍ବାରା କେଉଁ କେଉଁ ରୋଗ ମାଡିବସେ(Side Effect Of Tea)

author img

By

Published : Jan 9, 2023, 1:03 PM IST

Side Effect Of Tea
Side Effect Of Tea

ହାଇଦ୍ରାବାଦ: ଆମ ଦେଶରେ ଚା'ର ଚାହିଦା କେତେ ତାହା କହିବାର ବି ଆବଶ୍ୟକ ନାହିଁ । କାରଣ ଭାରତୀୟ ପରିବାରରେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲେ ଚା'ର ଆସର । କେବଳ ଯେ, ଘରେ କାହିଁକି... କର୍ମକ୍ଷେତ୍ର, ବଜାର-ଘାଟରେ ବି ଜମେ ଚା'ର ଖଟି । ଶୀତଦିନରେ ତ ଦ୍ବିଗୁଣିତ ହୋଇଯାଏ ଚା'ର ଚାହିଦା । କାମରୁ ବିରତି ନେଇ ଥକ୍କାପଣରୁ ମୁକ୍ତି ପାଇଁ ଅନେକ ଲୋକେ ପିଇଥାନ୍ତି ଚା' । ଆପଣ ଯଦି ଚା'ର ଏହି ଅଭ୍ୟସରେ ପଡି ସାରିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।

ଶୀତଦିନେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ କିମ୍ବା ଥକ୍କାପଣ ଏଡାଇବାକୁ ଯଦି ଆପଣ ବାରମ୍ବାର ଚା' ପିଉଛନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ । ଏହି ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ପକାଇପାରେ ଗମ୍ଭୀର ସମସ୍ୟା । ଏପରିକି ଚା' ସହ ଯଦି ଟୋଷ୍ଟ୍ ବା ରସ୍କ୍ ଖାଉଛନ୍ତି ତେବେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ମାତ୍ରାଧିକ ଚା' ସେବନ ସ୍ବାସ୍ଥ୍ୟ ଉପରେ କି କି ପ୍ରକାର ପ୍ରଭାବ ପକାଏ(Side Effect Of Tea), ଜାଣନ୍ତୁ...

ଅମ୍ଳ ସମସ୍ୟା ବୃଦ୍ଧି ପାଇପାରେ(Acidity problem can increase): ଯଦି ଆପଣ ସକାଳେ ଖାଲି ପେଟରେ ବେଡ୍ ଟି' ପିଇବା ଅଭ୍ୟାସ ରଖିଛନ୍ତି, ତେବେ ଏହି ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ଖାଲି ପେଟରେ ଚା' ପିଇବା ଦ୍ୱାରା ଅମ୍ଳତା ବା ଏସିଡିଟି ସମସ୍ୟା ବଢିପାରେ । ଏପରିକି ଚା'ର ଅତ୍ୟଧିକ ବ୍ୟବହାର ମଧ୍ୟ ହଜମକୁ ବ୍ୟାହତ କରିପାରେ । ଯଦି ସକାଳେ ଚା ପିଇବାର ଅଭ୍ୟାସ ଅଛି, ତେବେ କିଛି ଖାଇବା ପରେ ଚା' ପିଅନ୍ତୁ ।

ମଧୁମେହ ଏବଂ ରକ୍ତଚାପ ରୋଗୀଙ୍କ ପାଇଁ ଚା' ହେଉଛି କ୍ଷତିକାରକ: ମଧୁମେହ ଏବଂ ରକ୍ତଚାପ ଭଳି କେତେକ କ୍ରନିକ ରୋଗରେ ଚା' ପିଇବା ଅତ୍ୟନ୍ତ ହାନିକାରକ ହୋଇଥାଏ । ଏହା ବ୍ୟତୀତ, ପାଇଲ୍ସ ବା ଅର୍ଶ, ହୃଦ୍‌ରୋଗ ଏବଂ ମେଦବହୁଳ ଥିବା ବ୍ୟକ୍ତିମାନେ ଆଦୌ ଚା' ପିଇବା ଉଚିତ୍ ନୁହେଁ । ଚା' ଶରୀରରେ ଅମ୍ଳତା ବଢାଇବା ସହ ରକ୍ତଚାପ ମଧ୍ୟ ବୃଦ୍ଧି କରେ । ସେହିପରି ମାତ୍ରାଧିକ ଚା' ପିଇବା ଦ୍ବାରା ୟୁରିକ୍ ଏସିଡ୍ ବୃଦ୍ଧିପାଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, କ୍ଷୀରରେ ଚା' ଏବଂ ଚିନିର ମିଶ୍ରଣ ଶରୀରରେ ଅମ୍ଳତା ସ୍ତରକୁ ବଢାଇଥାଏ । ଯେତେବେଳେ ଶରୀରରେ ଏସିଡ୍ ବଢିବାରେ ଲାଗେ, ସେତେବେଳେ ୟୁରିକ୍ ଏସିଡ୍ ମଧ୍ୟ ବୃଦ୍ଧି ପାଇବାକୁ ଲାଗେ । ତେଣୁ ଚା' ଅଭ୍ୟାସକୁ ଦୂର କରିବା ପାଇଁ ଗ୍ରୀନ୍ ଟି' ବ୍ୟବହାରକୁ ପରାମର୍ଶ ଦିଆଯାଇଛି । ସେହିପରି ଚା'ରେ ରସ୍କ୍ କିମ୍ବା ଟୋଷ୍ଟ୍ ଖାଉଥିବା ବ୍ୟକ୍ତିଙ୍କୁ ସତର୍କ କରାଇଛନ୍ତି ବିଶେଷଜ୍ଞ । କାରଣ ରସ୍କ୍ ତିଆରି ପାଇଁ ବିଶୋଧିତ ଗହମ ମଇଦା ବ୍ୟବହୃତ ହୁଏ । ଏହା ସହିତ ସୁଜି, ରିଫାଇନ୍ଡ ଭେଜିଟେବଲ୍ ଅଏଲ୍, ଆର୍ଟିଫିସିଆଲ୍ ଫ୍ଲେବର୍ସ ଆଦି ମିଶାଯାଏ । ଏସବୁ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।

ଯଦି ଆପଣ ନିୟମିତ ଚା' ସହିତ ଟୋଷ୍ଟ ଖାଆନ୍ତି, ତେବେ ଏହା ଅନ୍ତନଳୀରେ କ୍ଷତି ପହଞ୍ଚାଇପାରେ । ଏପରିକି ଅଲସର ମଧ୍ୟ ସୃଷ୍ଟି କରିପାରେ । ଏହା ପେଟରେ ଗ୍ୟାସ୍, ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ କୋଷ୍ଠକାଠିନ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ ଚା'ର ନିଶା ମଧ୍ୟ ସ୍ବାସ୍ଥ୍ୟ ଅପକାରୀ, ଯଥା ସମ୍ଭବ ଏହି ଅଭ୍ୟାସକୁ ଦୂରେଇ ପାରିଲେ ଅନ୍ତନଳୀ ସୁସ୍ଥ ରହିବା ସହ ଆପଣ ମଧ୍ୟ ସୁସ୍ଥ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.