ETV Bharat / sukhibhava

ଶରୀରରେ ହିମୋଗ୍ଲୋବିନ ସ୍ତର କମିଯାଉଛି କି, ଆପଣାନ୍ତୁ ଏହି ଘରୋଇ ଉପଚାର - ହିମୋଗ୍ଲୋବିନ ସ୍ତର

ଶରୀରରେ ହିମୋଗ୍ଲୋବିନ ସ୍ତର କମିଯାଉଛି କି ? ଘରୋଇ ଉପଚାର ଦ୍ବାରା ବୃଦ୍ଧି ହୋଇପାରିବ ସ୍ତର । ଅଧିକ ପଢ଼ନ୍ତୁ

hemoglobin
hemoglobin
author img

By ETV Bharat Odisha Team

Published : Oct 3, 2023, 5:23 PM IST

ହାଇଦ୍ରାବାଦ: ଜୀବିତ ରହିବାକୁ ହେଲେ ଶରୀରରେ ରକ୍ତ ରହିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଅନେକ କାରଣ ପାଇଁ ଶରୀରରେ ରକ୍ତ ଅଭାବ ବା ହିମୋଗ୍ଲୋବିନର ଅଭାବ ଦେଖାଯାଇଥାଏ । ଏହି ସମସ୍ୟା ଯେକୌଣସି ବୟସରେ ମଧ୍ୟ ଦେଖାଯାଇଥାଏ । ରକ୍ତରେ ହେମୋଗ୍ଲୋବିନର ଅଭାବ ରକ୍ତହୀନତା ଭଳି ଅବସ୍ଥା ସୃଷ୍ଟି କରେ । ତେବେ ଶରୀରରେ ରକ୍ତର ଅଭାବ ହେଲେ ଅନେକ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ଏଭଳି ପରିସ୍ଥିତିରେ ଶରୀରରେ ରକ୍ତର ମାତ୍ରା ବୃଦ୍ଧି ଏକ ପ୍ରକାର ଚାଲେଞ୍ଜ୍‌ ହୋଇଥାଏ । ତେବେ ଘରୋଇ ଉପଚାର ଦ୍ବାରା ମଧ୍ୟ ରକ୍ତହୀନତା ସମସ୍ୟାକୁ ଦୂର କରାଯାଇ ପାରିବ । ବିନା ଔଷଧରେ କେବଳ ଖାଦ୍ୟ ଏବଂ ଜୀବନଶୈଳୀ ପରିବର୍ତ୍ତନ କରି ଶରୀରରେ ହେମୋଗ୍ଲୋବିନର ମାତ୍ରାକୁ ବୃଦ୍ଧି କରାଯାଇପାରିବ ।

1. ସଜନା ଶାଗ: ରକ୍ତ ଅଭାବ କିମ୍ବା ରକ୍ତହୀନତା ପାଇଁ ସଜନାଛୁଇଁ ଶାଗ ଉପକାରୀ ହୋଇପାରେ । ଏଥିରେ ଆଇରନ, ଭିଟାମିନ୍ ସି ଏବଂ ଫଲିକ୍ ଏସିଡ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହାକି ଶରୀରରେ ହିମଗ୍ଲୋବିନ ସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ । ନିୟମିତ ଭାବେ ସଜନା ଶାଗ ଖାଇବା ଦ୍ବାରା ହିମୋଗ୍ଲୋବିନ ସ୍ତର ବୃଦ୍ଧି ହେବା ସହିତ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ।

2. ରାଶି: ରାଶିରେ ଅଧିକ ପରିମାଣର ଆଇରନ୍ ଏବଂ ଫାଇବର ଥାଏ । ଯାହା ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ। ରାଶି ଖାଇବା ଦ୍ବାରା ହିମୋଗ୍ଲୋବିନ ସ୍ତରକୁ ବୃଦ୍ଧି କରାଆଯାଇ ପାରେ। ରକ୍ତହୀନତା କିମ୍ବା ରକ୍ତ ଅଭାବରେ ପୀଡ଼ିତ ଲୋକମାନେ ପ୍ରତିଦିନ ରାଶି ଖାଇବା ଲାଭଦାୟକ ବୋଲି କୁହାଯାଇଛି । ରାତିରେ ଏକ ଚାମକ ରାଶିକୁ ଭିଜାଇ ସକାଳେ ଏହି ପାଣିକୁ ପିଇପାରିବେ । ଏହାଦ୍ବାରା ହିମୋଗ୍ଲୋବିନ ସ୍ତର ବୃଦ୍ଧି କରାଯାଇପାରିବ । ଲଡ଼ୁ ଏବଂ ଖଜା କରି ମଧ୍ୟ ଆପଣ ରାଶି ଖାଇପାରିବେ । ରକ୍ତହୀନତାକୁ ଦୂର କରିପାରିବ ରାଶି ।

ଏହା ମଧ୍ୟ ପଢନ୍ତୁ: What Is Anemia ? ଜାଣନ୍ତୁ ରୋଗର ଲକ୍ଷଣ, କାରଣ ଓ ନିରାକରଣ

3. ତମ୍ବା ପାତ୍ରରେ ପାଣି: ତମ୍ବା ପାତ୍ରରେ ପାଣି ପିଇବା ରକ୍ତହୀନତା କିମ୍ବା ରକ୍ତ ଅଭାବରେ ପୀଡିତ ବ୍ୟକ୍ତିଙ୍କ ପାଇଁ ରାମବାଣ ବୋଲି କୁହାଯାଏ। ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା ଅଳ୍ପ ପରିମାଣରେ ଲୌହ ଶରୀର ଭିତରକୁ ଯାଇଥାଏ। ଯାହାକି ହିମୋଗ୍ଲୋବିନ ବୃଦ୍ଧିରେ ସହାୟକ ହୋଇଥାଏ। ରାତିରେ ତମ୍ବା ପାତ୍ର ବା ଗ୍ଲାସରେ ପାଣି ରଖି ସକାଳେ ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ଯାହାକି ହିମୋଗ୍ଲୋବିନ ବୃଦ୍ଧିରେ ସାହାଯ୍ୟ କରିଥାଏ।

ବିଦ୍ର:ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ତଥ୍ୟଭିତ୍ତିକ ଖବର ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.