ETV Bharat / sukhibhava

Frequent Urination: ବାରମ୍ବାର ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ୟା - କାହିଁକି ବାରମ୍ବାର ପରିସ୍ରା ହୁଏ

ବାରମ୍ବାର ପରିସ୍ରା ଲାଗିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଏ । ଏହା ଅନେକ ରୋଗର ଲକ୍ଷଣ ହୋଇପାରେ । ଅଧିକ ପଢନ୍ତୁ

Frequent Urination
Frequent Urination
author img

By ETV Bharat Odisha Team

Published : Oct 1, 2023, 5:13 PM IST

ହାଇଦ୍ରାବାଦ: ପରିସ୍ରା ଏକ ପ୍ରାକୃତିକ ପ୍ରକ୍ରିୟା । ସଠିକ ସମୟରେ ଏବଂ ନିୟମିତ ପରିସ୍ରା ହେଲେ ଜଣେ ବ୍ୟକ୍ତି ସୁସ୍ଥ ବୋଲି ବିବେଚନା କରାଯାଏ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପରିସ୍ରା କିମ୍ବା ବାରମ୍ବାର ପରିସ୍ରା ଲାଗିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଅନେକଙ୍କର ପରିସ୍ରାକୁ ନେଇ ସମସ୍ୟା ଦେଖାଗଲେ ମଧ୍ୟ ଅନେକ ଅଣଦେଖା କରିଥାଆନ୍ତି । କିନ୍ତୁ ଏହା ଅନେକ ରୋଗର କାରଣ ହୋଇପାରେ ବୋଲି ମଧ୍ୟ କୁହାଯାଇଛି ।

ଯଦି ଜଣେ ବ୍ୟକ୍ତିକୁ କ୍ରମାଗତ ଭାବେ ପରିସ୍ରା ହୁଏ ତେବେ ଏହା ପଛରେ ମଧୁମେହ ବା ମୂତ୍ରନଳୀ ସଂକ୍ରମଣ (UTI) ଭଳି ସମସ୍ୟା ହୋଇପାରେ । ଆଜିକା ସମୟରେ ମଧ୍ୟ ଏଭଳି ଲୋକ ଅଛନ୍ତି ଯେଉଁମାନେ କି ଜାଣନ୍ତିନି ଦିନକୁ କେତେ ଥର ପରିସ୍ରା କରିବା ସ୍ବାଭାବିକ । ରିପୋର୍ଟ ଅନୁସାରେ, ବାରମ୍ବାର ପରିସ୍ରା କରିବା ପଛରେ ଅନେକ ସାଧାରଣ କାରଣ ଥାଇପାରେ । ଯେପରିକି ଅଧିକ ପାଣି ପିଇବା, କଫିନ ସେବନ ଏବଂ ଗର୍ଭଧାରଣ ଇତ୍ୟାଦି । ଲିଙ୍ଗ ଏବଂ ବୟସ ଅନୁସାରେ ପରିସ୍ରାର ଆବୃତ୍ତି ଭିନ୍ନ ବୋଲି ବିବେଚନା କରାଯାଏ । ସାଧାରଣତଃ ଦିନକୁ ୮ରୁ ୧୦ ଥର ପରିସ୍ରା କରିବା ସ୍ବାଭାବିକ ବୋଲି କୁହାଯାଏ ।

ମଧୁମେହ ରୋଗୀଙ୍କୁ କାହିଁକି ଅଧିକ ପରିସ୍ରା ହୁଏ: ମଧୁମେହ ରୋଗୀଙ୍କ କ୍ଷେତ୍ରରେ ରକ୍ତରେ ଶର୍କରା ସ୍ତର ବହୁତ ଅଧିକ ହୋଇଯାଇଥାଏ । ଶରୀରରେ ଇନସୁଲିନର ଅଭାବ କିମ୍ବା ଏହାର ପ୍ରତିରୋଧ ହେତୁ ଗ୍ଲୁକୋଜ ବ୍ୟବହାର ହୋଇପାରେ ନାହିଁ । ଫଳରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ରକ୍ତରେ ଶର୍କରା ସ୍ତର ଅଧିକ ହେବା ଦ୍ବାରା ଜଣେ ବ୍ୟକ୍ତି ଅଧିକା ତୁଷାର୍ତ୍ତ ଅନୁଭବ କରିଥାଆନ୍ତି । ଶରୀରରେ ଗ୍ଲୁକୋଜର ପରିମାଣ ବଢିବା ସହିତ କିଡନୀରେ ପରିସ୍ରା ପ୍ରକ୍ରିୟା ତ୍ବରାନ୍ବିତ ହୋଇଥାଏ । ତେଣୁ ମଧୁମେହ ରୋଗୀଙ୍କୁ ଅଧିକ ପରିସ୍ରା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଭୁଲ୍‌ରେ ବି ଚାପି ରଖନ୍ତୁ ନାହିଁ ପରିସ୍ରା ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

ୟୁଟିଆଇରେ କାହିଁକି ବାରମ୍ବାର ପରିସ୍ରା ଲାଗେ: ୟୁରିନ୍ ଟ୍ରାକ୍ ଇନଫେକ୍ସନ୍ (UTI)ରେ ମୂତ୍ରାଶୟରେ ସଂକ୍ରମଣ ହୋଇଥାଏ । ଏହି ସଂକ୍ରମଣ ସାଧାରଣତଃ ଜୀବାଣୁ ଦ୍ବାରା ହୋଇଥାଏ । ଯାହା ମୂତ୍ରନଳୀ, ମୂତ୍ରାଶୟ ଏବଂ ବ୍ଲାଡରକୁ ସଂକ୍ରମିତ କରିଥାଏ । ଜୀବାଣୁ ମୁତ୍ରାଶୟରେ ପହଞ୍ଚି ସେଠାରେ ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥାଏ । ଏହି ସଂକ୍ରମଣ ବ୍ଲାଡରର ସ୍ତରକୁ କ୍ଷତି ପହଞ୍ଚାଇବାର ମଧ୍ୟ ସମ୍ଭାବନା ରହିଥାଏ । ଯାହା ଦ୍ବାରା ବାରମ୍ବାର ପରିସ୍ରା ଲାଗିବା ସହିତ ଜଳାପୋଡା ମଧ୍ୟ ହୋଇଥାଏ । ବାରମ୍ବାର ପରିସ୍ରା ଲାଗିବା ୟୁଟିଆଇର ଏକ ସାଧାରଣ ଲକ୍ଷଣ ଅଟେ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ରିପୋର୍ଟ ନୁହେଁ, ଏହା ଏକ ତଥ୍ୟ ଆଧାରିତ ଖବର ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.