ETV Bharat / sukhibhava

କେବଳ ହଜମ ସମସ୍ୟା ନୁହେଁ ଏହି ସବୁ ରୋଗରୁ ବି ମୁକ୍ତିଦିଏ ଜୁଆଣି ପାଣି

ଜୁଆଣି କେତେ ଉପକାରୀ ତାହା ଅଧିକାଂଶ ଲୋକେ ଜାଣିଥିବେ ନିଶ୍ଚୟ । ପେଟ ସମସ୍ୟା ହେଲେ ଅନେକ ଲୋକ ଜୁଆଣିକୁ ମନେ ପକାଇଥାନ୍ତି । ତେବେ ଜାଣନ୍ତି କି ଏହା କେବଳ ପେଟ ସମସ୍ୟା ଦୂର କରେ ନାହିଁ, ଓଜନ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଥଣ୍ଡା ଏବଂ ଫ୍ଲୁରୁ ରକ୍ଷା କରିଥାଏ ? ଅଧିକ ପଢନ୍ତୁ

କେବେଳ ହଜମ ସମସ୍ୟା ନୁହେଁ ଏହି ସବୁ ରୋଗରୁ ବି ମୁକ୍ତିଦିଏ ଜୁଆଣି ପାଣି

author img

By

Published : Dec 9, 2022, 7:19 AM IST

ହାଇଦ୍ରାବାଦ: ବିଶେଷ କରି ଶୀତଦିନରେ ହଜମ ପ୍ରକ୍ରିୟା କମ୍ ହୋଇଥାଏ । ଏହି ଦିନରେ ଶାରୀରିକ ପରିଶ୍ରମ କମ୍ ହେଉଥିବାରୁ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ତେଣୁ ପେଟ ସମସ୍ୟା ଦେଖାଦିଏ । ଏପରି ସ୍ଥଳରେ ଜୁଆଣି ପାଣି ଉପକାରୀ ବୋଲି ବିବେଚନା କରାଯାଏ । ତେବେ ଜୁଆଣି ପାଣି(Carom Seeds water)ରେ ଆଉ ସବୁ କେଉଁ ଭଲ ଗୁଣ ରହିଛି ଜାଣନ୍ତୁ ।

ଅମ୍ଳତା ନିୟନ୍ତ୍ରଣ କରେ:-

ଯଦି ଆପଣ ଅମ୍ଳତା ବା ଗ୍ୟାଷ୍ଟିକ୍ କାରଣରୁ ଅସୁବିଧାରେ ପଡ଼ନ୍ତି, ତେବେ ଜୁଆଣି ପାଣି ବେଶ୍ ଲାଭଦାୟକ ହୋଇଥାଏ । ବାସ୍ତବରେ, ଜୁଆଣି ପାଣିରେ ଆଣ୍ଟି-ହାଇପରାସିଡିଟି ଗୁଣ ରହିଛି, ଯାହା ଅମ୍ଳତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଓଜନ ନିୟନ୍ତ୍ରଣ:-

ଅଳସୁଆ ଜୀବନଶୈଳୀ ଏବଂ ଶୀତଦିନେ ଭୁଲ ଖାଇବା କାରଣରୁ ଲୋକମାନଙ୍କ ଓଜନ ବୃଦ୍ଧି ଘଟିଥାଏ । ଏପରି ପରିସ୍ଥିତିରେ ଜୁଆଣି ପାଣି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଲକ୍ସାଟିଭ୍, ଥାଏ ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯଦି ପ୍ରତିଦିନ ଏକ ଗ୍ଲାସ୍ ଜୁଆଣି ପାଣି ପିଅନ୍ତି, ତେବେ ସହଜରେ ଓଜନ ବଜାୟ ରଖିପାରିବେ ।

ଥଣ୍ଡା ଏବଂ ଫ୍ଲୁରୁ ରକ୍ଷା:-

ଜୁଆଣି ପାଣି ପିଇ ଥଣ୍ଡା ଏବଂ ଫ୍ଲୁକୁ ଦୂରେଇ ରଖାଯାଇପାରିବ । କାରଣ ଏଥିରେ ଆଣ୍ଟି-ଭାଇରାଲ୍ ଗୁଣ ଅଛି, ଯାହା ଶୀତଦିନେ ଭାଇରାଲ୍ ଏବଂ ଫ୍ଲୁ ହେବାର ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.