ETV Bharat / sukhibhava

Brest Cancer: ଜାଣନ୍ତୁ ରୋଗର ଲକ୍ଷଣ, କାରଣ ଓ ନିରାକରଣ

ସ୍ତନ କର୍କଟ(Brest Cancer) ଏକ ଜଟିଳ ରୋଗ ସମସ୍ୟା ହୋଇଥିଲେ ମଧ୍ୟ ସଠିକ୍ ସମୟରେ ରୋଗ ନିରୂପଣ ଏହାକୁ ରୋକିପାରିବ । ଏଥିପାଇଁ ରୋଗର ଲକ୍ଷଣ ବାବଦରେ ପ୍ରଥମେ ଜାଣିବା ଉଚିତ୍ । ଏହି ଆର୍ଟିକଲରେ ସ୍ତନ କର୍କଟ ବାବଦରେ କେତେକ ମୌଳିକ କଥା ଜାଣନ୍ତୁ...

author img

By

Published : Dec 29, 2022, 4:49 PM IST

Brest Cancer
Brest Cancer

ହାଇଦ୍ରାବାଦ: ବ୍ରେଷ୍ଟ କ୍ୟାନସର(Brest Cancer) ବା ସ୍ତନ କର୍କଟ ବର୍ତ୍ତମାନ ସମୟରେ ଏକ ମୁଖ୍ୟ କର୍କଟ ପ୍ରକାର ଭାବେ ଉଭା ହୋଇଛି । ଅଧିକାଂଶ ମହିଳା ଏହି ରୋଗର ଶିକାର ହୋଇଛନ୍ତି । ଏହା ଜଟିଳ ରୋଗ ହେଲେ ମଧ୍ୟ କେତେକ ଔଷଧ ଏବଂ ବିଶେଷ ଚିକିତ୍ସା ମାଧ୍ୟମରେ ଏହାକୁ ପ୍ରତିହତ କରାଯାଇ ପାରୁଛି । ସବୁଠୁ ବଡ କଥା ହେଉଛିକି ସଠିକ୍ ସମୟରେ ରୋଗ ନିରୂପଣ ହୋଇପାରିଲେ ନିଶ୍ଚିତ ରୂପେ ସ୍ତନ କର୍କଟକୁ ମାତ୍ ଦିଆଯାଇ ପାରିବ । ଏଥିପାଇଁ ଏହାର ଲକ୍ଷଣ ଏବଂ କାରଣ ବାବଦରେ ଜାଣି ରଖିବା ଉଚିତ୍...

ସ୍ତନ କର୍କଟ କ'ଣ ଓ ଏହା କେମିତି ହୁଏ ?

ସ୍ତନ ଟିସୁ ଡକ୍ଟସ ଓ ଲୋବୁଲସରେ ଗଠିତ ହୋଇଥାଏ । ସ୍ତନରେ ଯେତେବେଳେ ଗୋଟିଏ କୋଷ ଭାଗଭାଗ ହୋଇ ଅସ୍ବାଭାବିକ ଭାବେ ବୃଦ୍ଧି ପାଏ, ସେତେବେଳେ ସ୍ତନ କର୍କଟ ହୋଇଥାଏ । ସ୍ତନ କର୍କଟ ‘କାରସିନୋମା’ ଭାବେ ବି ପରିଚିତ । ଏହା ବିଭିନ୍ନ ପ୍ରକାରର ହୋଇଥାଏ । ମୁଖ୍ୟତଃ ଡକ୍ଟସରୁ ହିଁ ସୃଷ୍ଟି ହୋଇଥାଏ ସ୍ତନ କର୍କଟ । ଯାହାକୁ କି ଡକ୍ଟାଲ କାରସିନୋମା କୁହାଯାଏ ।

ଏହା ହେଉଛି ସବୁଠୁ ସାଧାରଣ ସ୍ତନ କର୍କଟ । ଲୋବ୍ୟୁଲେସରୁ ସୃଷ୍ଟି ହେଉଥିବା ସ୍ତନ କର୍କଟକୁ ଲୋବ୍ୟୁଲାର କାରସିନୋମା କୁହାଯାଏ । ସ୍ତନ କର୍କଟ କେଉଁ ପ୍ରକାରର, ଡାକ୍ତରମାନେ ଠିକ୍ ଭାବେ ଚିହ୍ନଟ କରିବା ଉଚିତ୍ । ତେବେ ଯାଇ ସଠିକ୍ ଚିକିତ୍ସା ସମ୍ଭବ ହୋଇପାରିବ ।

ଷ୍ଟେଜ ଓ ଗ୍ରେଡ୍ କ୍ୟାନସର ମଧ୍ୟରେ ତଫାତ କଣ ?

ସ୍ତନ କର୍କଟ ଚିହ୍ନଟ ହେବା ଅର୍ଥ ଏହା ନୁହେଁ ଯେ, ଏହା ବ୍ୟାପିସାରିଛି ବା ନିଶ୍ଚିତ ରୂପେ ବ୍ୟାପିବ । ଅବଶ୍ୟ ସ୍ତନ କର୍କଟ ବ୍ୟାପିବାର ସମ୍ଭାବନା ଥାଏ । ବିସ୍ତାର ବା ବ୍ୟାପିବା କ୍ଷମତା ଥିବା ସ୍ତନ କର୍କଟକୁ ଗ୍ରେଡ୍ ଅଫ କ୍ୟାନସର କୁହାଯାଏ । ସ୍ତନ କର୍କଟକୁ ୧, ୨, ୩ ଗ୍ରେଡ୍ କରାଯାଇଥାଏ ।

  • ସବୁଠୁ ନିମ୍ନ ଗ୍ରେଡ୍ ହେଉଛି ଗ୍ରେଡ୍ -୧ । ଏହା ଧୀରେଧୀରେ ବଢିଥାଏ ।
  • ସବୁଠୁ ଉଚ୍ଚ ଗ୍ରେଡ୍ ହେଉଛି ଗ୍ରେଡ୍ -୩ । ଏହା ଦ୍ରୁତଭାବେ ବଢୁଥିବା ସ୍ତନ କର୍କଟକୁ ବୁଝାଏ ।
  • ବିସ୍ତାରର ବ୍ୟାପକତାକୁ ରୋଗର ପର୍ଯ୍ୟାୟ ବା ଷ୍ଟେଜ୍ କୁହାଯାଏ ।
  • ଷ୍ଟେଜ -୧ ଟ୍ୟୁମରର ଲମ୍ବ ୨ ସେଣ୍ଟିମିଟରରୁ କମ୍ ଥାଏ । ବିସ୍ତାର ହେବା ସମ୍ଭାବନା ନଥାଏ ।
  • ଷ୍ଟେଜ -୨ ଟ୍ୟୁମର ୨ରୁ ୫ ସେଣ୍ଟିମିଟର ହୋଇଥାଏ । ଲିମ୍ଫ ନୋଡ ବା ବିନା ଲିମ୍ଫ ନୋଡ୍‌ରେ ବି ଥାଏ । ଶରୀରର ଅନ୍ୟ ଅଂଶକୁ ରୋଗ ବିସ୍ତାର ହୋଇ ନଥାଏ ।
  • ଷ୍ଟେଜ-୩- ଏହି ଅବସ୍ଥାରେ ଟ୍ୟୁମର ୫ ସେଣ୍ଟିମିଟରରୁ ଅଧିକ ରହିଥାଏ । ଏହା ଚେଷ୍ଟ ୱାଲ୍, ମାଂସପେଶୀ ଓ ତ୍ବଚା ସହ ଲାଖି ହୋଇଯାଏ ।
  • ଷ୍ଟେଜ୍ -୪ ଟ୍ୟୁମର ବଡ ହୋଇଯାଇଥାଏ । ଲିମ୍ଫ ନୋଡ୍ ରହେ ବା ରହିନପାରେ । କିନ୍ତୁ କ୍ୟାନସର ଶରୀରର ଅନ୍ୟ ଅଂଶକୁ ପ୍ରଭାବିତ କରେ ।

ସ୍ତନ କର୍କଟ ଚିକିତ୍ସାର ଲକ୍ଷ୍ୟ କ’ଣ ?

୧. ସ୍ତନରୁ କ୍ୟାନସରିୟସ ଏରିଆ ଓ କାଖରୁ କୌଣସି ପ୍ରଭାବିତ ଲିମ୍ଫ ନୋଡ୍ ହଟାଇବା ।

୨. କ୍ୟାନସେରିୟସ କୋଷକୁ ଧ୍ବଂସ କରିବା, ଯାହା କି ରକ୍ତ ସ୍ରୋତ ବା ଲିମ୍ଫାଟିକ୍ ସିଷ୍ଟମ ଜରିଆରେ ସ୍ତନରୁ ଶରୀରକୁ ବ୍ୟାପିଯାଇଥିବ ।

ସ୍ତନ କର୍କଟର ଚିକିତ୍ସା ?

ଚିକିତ୍ସା ପାଇଁ ମୁଖ୍ୟତଃ ଚାରି ପ୍ରକାର ଶୈଳୀ ରହିଛି

୧. ସର୍ଜରୀ

୨. କେମୋଥେରାପି

୩. ରେଡିଓଥେରାପି

୪. ହରମୋନ ଥେରାପି

ଏଠାରେ ଆମକୁ ମନେ ରଖିବାକୁ ହେବ ଯେ, ସବୁ ସ୍ତନ କର୍କଟ ରୋଗୀଙ୍କୁ କେମୋଥେରାପି, ରେଡିଓଥେରାପି ଓ ହରମୋନଥେରାପି ଆବଶ୍ୟକ ହୁଏନାହିଁ ।

ସ୍ତନ କର୍କଟ କେଉଁ ଅଂଶକୁ ବ୍ୟାପି ପାରିବ ?

ଆକାର, ଗ୍ରେଡ୍ ଓ ଲିମ୍ଫ ନୋଡ୍ ସଂପୃକ୍ତିକୁ ଦେଖି କ୍ୟାନସର ବିସ୍ତାର ହୋଇଛି କି ନାହିଁ , ତାହା ଜାଣିବାକୁ ଷ୍ଟେଜିଂ ଟେଷ୍ଟ କରାଯାଏ । ଯକୃତ, ସ୍ନାୟୁ, ମସ୍ତିଷ୍କ ଓ ହାଡକୁ କ୍ୟାନସର ବ୍ୟାପିବା ସମ୍ଭାବନା ଥାଏ । ଶରୀର ଏହିସବୁ ଅଂଶକୁ କ୍ୟାନସର ବ୍ୟାପିଛି କି ନାହିଁ , ତାହା ଜାଣିବା ପାଇଁ ଷ୍ଟେଜିଂ ଟେଷ୍ଟ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.