ETV Bharat / sukhibhava

Vinegar Benefits: ହଜମଠାରୁ ଚର୍ମ ରୋଗ ପର୍ଯ୍ୟନ୍ତ ସମସ୍ୟା ଦୂର କରେ ଭିନେଗାର - ମଧୁମେହ ଚିକିତ୍ସା

ଭିନେଗାର(Vinegar) ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ଜାଣିଥିବେ ନିଶ୍ଚୟ । ହେଲେ ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ ଜାଣନ୍ତି କି ? ଅଧିକ ପଢନ୍ତୁ

Vinegar
Vinegar
author img

By

Published : Dec 30, 2022, 6:46 PM IST

ହାଇଦ୍ରାବାଦ: ଭିନେଗାର ରୋଷେଇ ଘରେ ଥିବା ଏକ ମସଲା ସାମଗ୍ରୀ । ଏହା ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଏହି ଭିନେଗାର ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ବ୍ରଣ ସାଙ୍ଗକୁ PCOS(Polycystic ovary syndrome), ଓଜନ ହ୍ରାସ ଏପରି ନାନା ସମସ୍ୟାର ସମାଧାନ ରୋଷେଇ ଘରେ ଥିବା ଭିନେଗାର କରିପାରିବ ! ନିମ୍ନରେ ଭିନେଗାରର କେତେକ ଘରୋଇ ଉପଚାର ବାବଦରେ ଆଲୋଚନା କରାଯାଇଛି...

PCOS ସମସ୍ୟା:-

ପ୍ରତିଦିନ ସକାଳେ ଅଳ୍ପ ଆପଲ୍ ସାଇଡର୍ ଭିନେଗାର(apple cider vinegar) ସହିତ ଏକ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ । ଏହା ହରମୋନ୍ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ । ଏଥିସହ ନିୟମିତ ଋତୁସ୍ରାବରେ ସାହାଯ୍ୟ କରିଥାଏ ଏବଂ ଆପଲ୍ ସାଇଡର୍ ମଧ୍ୟ ମେନୋପାଜ୍ ଏବଂ ପ୍ରିମେନସୁରାଲ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଓଜନ ହ୍ରାସ:-

ଓଜନ ହ୍ରାସ ପାଇଁ ମଧ୍ୟ ଆପଲ୍ ସାଇଡର୍ ଭିନେଗାର ଗ୍ରହଣ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଅନେକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି ଯେ, ଯଦି ଆପଣ ଏହି ଭିନେଗାରକୁ ଖାଦ୍ୟ କିମ୍ବା ପାଣି ସହିତ ନିଅନ୍ତି, ତେବେ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ । ଏହା କ୍ୟାଲୋରୀ ହ୍ରାସ କରିବା ସହ ଓଜନ ମଧ୍ୟ ହ୍ରାସ କରିଥାଏ ।

ଚର୍ମ ସମସ୍ୟା:-

ଯେଉଁମାନଙ୍କର ଶୁଷ୍କ ଚର୍ମ ଏବଂ ଏକଜିମା ଭଳି ସମସ୍ୟା ରହିଛି ସେମାନଙ୍କ ପାଇଁ ଭିନେଗାର ଏକ ଭଲ ବିକଳ୍ପ । ଏହା ବ୍ରଣ ସହିତ ମଧ୍ୟ ଲଢିଥାଏ । ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ସେଥିପାଇଁ ଖାଦ୍ୟ ସଂରକ୍ଷଣରେ ଏହା ବହୁଳ ଭାବରେ ବ୍ୟବହୃତ ହୁଏ । ଯଦି ପ୍ରତିଦିନ ଭିନେଗାର ଗ୍ରହଣ କରାଯାଏ ଏହା ଜୀବାଣୁ ସହିତ ଲଢିବା ସହ ଆମକୁ ସୁସ୍ଥ ରଖିଥାଏ ।

ମଧୁମେହ ରୋଗୀଙ୍କ ପାଇଁ ସହାୟକ:-

ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଭିନେଗାର । ସେଥିପାଇଁ ମଧୁମେହ ରୋଗୀମାନେ ଏହାକୁ ପ୍ରତିଦିନ ଗ୍ରହଣ କରନ୍ତି ।

ହଜମ ପ୍ରକ୍ରିୟାରେ ଉନ୍ନତି କରେ:-

ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ । ଯଦି ବଦହଜମ, କୋଷ୍ଠକାଠିନ୍ୟ କିମ୍ବା ଗ୍ୟାସ୍ ଅନୁଭବ କରୁଛନ୍ତି ତେବେ ଏକ ଗ୍ଲାସରେ ଏକ ଚାମଚ ଆପଲ୍ ସାଇଡର୍ ଭିନେଗାର ମିଶାଇ ପିଅନ୍ତୁ, ତୁରନ୍ତ ଫରକ ଅନୁଭବ କରିପାରିବେ ।

ତେବେ ନିୟମିତ ଭାବେ 1-2 ଚାମଚ ଆପଲ ସାଇଡର ଭିନେଗାରକୁ ଏକ ଗ୍ଲାସ ପାଣିରେ ପିଅନ୍ତୁ । ଅର୍ଗାନିକ ଭିନେଗାର ମଧ୍ୟ ଶରୀର ପାଇଁ ଲାଭଦାୟକ । ତେଣୁ ଭିନେଗାର କିଣିବା ସମୟରେ ନିଶ୍ଚିତ ଯାଞ୍ଚ କରି ନିଅନ୍ତୁ ।

Disclaimer: ଏସବୁ ଉପଚାର ସାଧାରଣ ଚିକିତ୍ସା ନିମନ୍ତେ । ଯଦି ଆପଣଙ୍କ କ୍ଷେତ୍ରରେ ଜଟିଳ ନିଦ୍ରା ସମସ୍ୟା ଦେଖା ଦେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.