ETV Bharat / sukhibhava

Benefits of Music: ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସଙ୍ଗୀତ, କମ ହୁଏ ଡିପ୍ରେସନ

ସଙ୍ଗୀତ ଶୁଣିବାକୁ ସମସ୍ତଙ୍କୁ ପସନ୍ଦ । କିନ୍ତୁ ଆପଣ ଜାଣିଛନ୍ତି କି ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ଅଧିକ ପଢନ୍ତୁ

author img

By

Published : Aug 17, 2023, 4:27 PM IST

Benefits of Music
Benefits of Music

ହାଇଦ୍ରାବାଦ: ସଙ୍ଗୀତ...ସୁଖ ଦୁଃଖର ସାଥୀ । ଯେଉଁ ଶବ୍ଦ ଖୁସିରେ କନ୍ଦେଇ ପାରେ, ଦୁଃଖରେ ହସେଇ ପାରେ ତାହା ହିଁ ସଙ୍ଗୀତ । ଜଣେ ବ୍ୟକ୍ତି ଦୁଃଖରେ ଥିବା ବେଳେ ଏବଂ ଖୁସିରେ ଥିଲା ବେଳେ ମଧ୍ୟ ସଙ୍ଗୀତ ଶୁଣେ। ଗୀତ ଶୁଣୁନଥିବା ବ୍ୟକ୍ତି ବହୁତ କ୍ବଚିତ ରହିଥିବେ। ଲୋକମାନେ ନିଜ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରକାରର ସଂଗୀତ ଶୁଣିବାକୁ ପସନ୍ଦ କରନ୍ତି । କିଛି ଲୋକ ଶାସ୍ତ୍ରୀୟ ସଙ୍ଗୀତକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଚଳଚ୍ଚିତ୍ର ସଙ୍ଗୀତ ଶୁଣିବାକୁ ଭଲ ପାଆନ୍ତି । ମନକୁ ଶାନ୍ତି ପ୍ରଦାନ କରିବା ପାଇଁ ଲୋକେ ଗୀତ ଶୁଣନ୍ତି, ହେଲେ ଆପଣ ଜାଣନ୍ତି କି ଗୀତ ଶୁଣିବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଲାଭ ମଧ୍ୟ ମିଳିଥାଏ ।

  • ଚିନ୍ତାରୁ ମୁକ୍ତି: ସଙ୍ଗୀତ ଶୁଣିବା ଦ୍ବାରା ଏହାର ପ୍ରଭାବ ସିଧାସଳଖ ଭାବେ ଆମର ହରମୋନ୍ ଉପରେ ପଡିଥାଏ । କାରଣ ସଙ୍ଗୀତ ଶୁଣିବା ଦ୍ବାରା ଶରୀରରେ କର୍ଟିସୋଲ ହରମୋନ ସ୍ତର ହ୍ରାସ ପାଇଥାଏ। ଚାହା ଚିନ୍ତାରୁ ମୁକ୍ତି ସହିତ ନକାରାତ୍ମକ ପ୍ରଭାବରୁ ଦୂରେଇ ରଖିଥାଏ।
  • ନିଦ ସମସ୍ୟାରୁ ମୁକ୍ତି: 30 ପ୍ରତିଶତରୁ ଅଧିକ ଆମେରିକୀୟ ନିଦ୍ରାହୀନତାରେ ପୀଡିତ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶୋଇବା ସମୟର ଏକ ଘଣ୍ଟା ମଧ୍ୟରେ ଶାସ୍ତ୍ରୀୟ କିମ୍ବା ସାଇଲେଣ୍ଟ ସଙ୍ଗୀତ ଶୁଣିବା ଦ୍ବହାରା ଏହାର ପ୍ରଭାବ ନିଦ ଉପରେ ପଡିଥାଏ। ପୂର୍ବ ଅପେକ୍ଷା ଭଲ ନିଦ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: World music day: ଖୁସି ଓ ଦୁଃଖର ସାଥି, ଜୀବନର ଅଭିଚ୍ଛେଦ୍ୟ ଅଙ୍ଗ ହିଁ ସଙ୍ଗୀତ

  • ଡିପ୍ରେସନ କମ ହୋଇଥାଏ: ଗୀତ ଶୁଣିବା ଦ୍ବାରା ଏହାର ପ୍ରଭାବ ହରମୋନ ଉପରେ ପଡିଥାଏ। ଯଦି ଡିପ୍ରେସନରେ ପୀଡିତ ବ୍ୟକ୍ତି ସଙ୍ଗୀତ ଶୁଣନ୍ତି ତେବେ ଏହା ଏକ ଆଣ୍ଟି-ଡିପ୍ରେସେଣ୍ଟ ଭାବରେ କାର୍ଯ୍ୟ କରିପାରିବ ବୋଲି କୁହାଯାଇଛି।
  • ଓଜନ ନିୟନ୍ତ୍ରଣ: ସଙ୍ଗୀତକୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ କୁହାଯାଇଛି ଯେ, ସଙ୍ଗୀତ ଶୁଣିବା ଦ୍ବାରା ବା ଖାଇବା ସମୟରେ ଗୀତ ବାଜିବା ଦ୍ବାରା ଲୋକମାନେ କମ ଖାଇଥାଆନ୍ତି। ଯାହାଦ୍ବାରା ଓଜନରେ ବୃଦ୍ଧି ହୁଏ ନାହିଁ।
  • ସ୍ମରଣଶକ୍ତି ବୃଦ୍ଧି: ଅଧ୍ୟୟନ ଅନୁସାରେ, ଗୀତ ଶୁଣିବା ଦ୍ବାରା ଶିଖିବା ଏବଂ ମନେରଖିବା ବା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
  • ମାନସିକ ରୋଗର ଚିକିତ୍ସାରେ ସଙ୍ଗୀତ ସାହାଯ୍ୟ କରିଥାଏ। ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ, ସଙ୍ଗୀତ ଶୁଣିବା ଦ୍ୱାରା ଅନେକ ନ୍ୟୁରୋକେମିକାଲ୍ ରିଲିଜ୍ ହୁଏ, ଯାହା ମସ୍ତିଷ୍କ କାର୍ଯ୍ୟ ଏବଂ ମାନସିକ ସ୍ବାସ୍ଥ୍ୟରେ ଏକ ଭୂମିକା ଗ୍ରହଣ କରିଥାଏ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ତଥ୍ୟଭିତ୍ତିକ ଖବର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.