ETV Bharat / sukhibhava

ଶିଶୁଙ୍କ ମୋଟାପଣ ସହ ଜଡିତ Grand Parentsଙ୍କ ମେଦ ବହୁଳତା - ଶିଶୁଙ୍କ ସ୍ବାସ୍ଥ୍ୟଗତ ସମସ୍ୟା

ଯୌଥ ପରିବାର ଏକାଠି ହେବା ପାଇଁ ସ୍କୁଲ ଛୁଟି ଏକ ବିଶେଷ ସମୟ ହୋଇଥାଏ । ପିଲାମାନେ ଏହି ସମୟରେ ନିଜ ଜେଜେବାପା ଓ ଜେଜେମା'ଙ୍କୁ ଭେଟିଥାନ୍ତି । ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ସେମାନେ ବାଣ୍ଟୁଥିବା ଖାଦ୍ୟ ଭବିଷ୍ୟତରେ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅଧିକ ପଢନ୍ତୁ

ଶିଶୁଙ୍କ ମୋଟାପଣ ସହ ଜଡିତ Grand Parentsଙ୍କ ମେଦ ବହୁଳତା

author img

By

Published : Jan 21, 2022, 6:18 PM IST

ହାଇଦ୍ରାବାଦ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁସାରେ ୫ ବର୍ଷରୁ କମ୍‌ ପ୍ରାୟ ୩୯ ମିଲିୟନ ବା ୪ କୋଟିରୁ ଊର୍ଦ୍ଧ୍ବ ଶିଶୁଙ୍କ ଓଜନ ଅଧିକ ରହିଥାଏ । ଅଷ୍ଟ୍ରେଲିଆରେ ୨୫ ପ୍ରତିଶତ ଶିଶୁ ମୋଟା ହୋଇଥାନ୍ତି । ତେବେ ଏହା କେବଳ ଖାଦ୍ୟ ଖାଇବା ଯୋଗୁଁ ହୋଇନଥାଏ, ଏଥିରେ ଜିନ୍‌ର ମଧ୍ୟ ଭୂମିକା ରହିଛି । ଯଦି ଆପଣଙ୍କ ଜେଜେ ବାପା ଓ ଜେଜେ ମା'ଙ୍କ ଓଜନ ଅଧିକ ରହିଥାଏ, ତେବେ ଆପଣ ମଧ୍ୟ ମୋଟା ହୋଇପାରନ୍ତି । ପ୍ରାୟ ୨ ଲକ୍ଷ ପିଲାଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ।

ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ମେଦବହୁଳତା ସ୍ବାସ୍ଥ୍ୟ ସମସ୍ୟା ସହିତ ଜଡିତ । ଏଥି ମଧ୍ୟରେ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଅସନ୍ତୁଳନ, ଇନସୁଲିନ ପ୍ରତିରୋଧ, ମଧୁମେହ ରୋଗ, ତ୍ବରିତ ଅଭିବୃଦ୍ଧି ଏବଂ ପରିପକ୍ବତା, ଅର୍ଥୋପେଡିକ ଅସୁବିଧା, ମାନସିକ ସମସ୍ୟା, ହୃଦରୋଗର ଆଶଙ୍କା ଏବଂ ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ଅଧିକ ଓଜନ ଥିବା ବୃଦ୍ଧ ଜେଜେବାପା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଗବେଷଣା କରାଯାଇଥିଲା । ଏଥିରେ 17ଟି ଦେଶର 2 ଲକ୍ଷ 38 ହଜାର 771 ଲୋକ ଜଡିତ ଥିଲେ ।

ଏହା ବି ପଢନ୍ତୁ: ଲେଖାର ଉପକାରିତା: ସୃଜନଶୀଳତା ବୃଦ୍ଧି କରେ, ଚାପରୁ ମୁକ୍ତି ଦିଏ

ଏହି ଗବେଷଣାରୁ ଜଣାପଡିଥିଲା ଯେ ମେଦବହୁଳତା କେବଳ ପିତାମାତାଙ୍କଠାରୁ ଶିଶୁକୁ ନୁହେଁ ବରଂ ଜେଜେବାପାଙ୍କ ଠାରୁ ନାତି ନାତୁଣୀକୁ ମଧ୍ୟ ଜିନ୍‌ ମାଧ୍ୟମରେ ଶରୀରରେ ରୂପାନ୍ତରିତ ହୋଇଥାଏ । ଯେଉଁମାନଙ୍କ ଜେଜେବାପା ଓ ଜେଜେମା' ମୋଟାପଣ ଅଧିକ, ସେହି ଶିଶୁ ଓଜନ କମ ଥିବା ଜେଜେବାପାଙ୍କ ଶିଶୁଙ୍କ ତୁଳନାରେ ମୋଟାପଣ ସହିତ ୨ ଗୁଣା ସଂଘର୍ଷ କରିଥାନ୍ତି । ଏହାର ଆଉ ଏକ କାରଣ ମଧ୍ୟ ରହିଛି । ମୋଟାପଣ ଉପରେ ଆପଣଙ୍କ ଲାଇଫ ଷ୍ଟାଇଲର ମଧ୍ୟ ପ୍ରଭାବ ରହିଥାଏ ।

ଶରୀର ଉପରେ ପ୍ରଭାବ ପକାଏ:-

ଆମ ପରିବାରରେ କିପରି ଖାଦ୍ୟ ଗ୍ରହଣ କରୁଛନ୍ତି, ଏହା ଜିନ୍‌ ମାଧ୍ୟମରେ ଶିଶୁର ଶରୀରରକୁ ମଧ୍ୟ ଯାଇଥାଏ । ଏହା ପିଢି ପରେ ପିଢି ଜିନ୍‌ ଦ୍ବାରା ପିତାମାତାଙ୍କଠାରୁ ପିଲାଙ୍କ ଶରୀରକୁ ଯାଇଥାଏ । ଏଥିଲାଗି ଶିଶୁଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ହାର୍ଟ ଜନିତ ରୋଗ ସମେତ ମଧୁମେହ ଭଳି ରୋଗ ଦେଖା ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.