ହାଇଦ୍ରାବାଦ: ଆଜିକାଲି ସମସ୍ତଙ୍କର ପସନ୍ଦ ଜିରୋ ଫିଗର। କିନ୍ତୁ ଅନେକ କାରଣ ପାଇଁ କମ ବୟସରେ ମଧ୍ୟ ଅଣ୍ଟା ଚଉଡା ହୋଇଯାଇଥାଏ। ଛୁଆ ଜନ୍ମ ହେବା ସହ ବୟସ ବଢିବା ପରେ ମଧ୍ୟ ପେଟ ଏବଂ ଅଣ୍ଟାରେ ପରିବର୍ତ୍ତନ ହୋଇଥାଏ। ପେଟ ବଢିବା ସହ ଅଣ୍ଟାରେ ଚର୍ବି ଜମା ହେବା ସହିତ ସେଠାରେ ଥିବା ଚର୍ମ ଝୁଲିଲା ଭଳି ଦେଖାଯାଏ। ଋତୁସ୍ରାବ ପରେ, ଆମେ ଅନେକ ମହିଳାଙ୍କର ଏହି ପରିବର୍ତ୍ତନ ଦେଖୁ। ଚେହେରାରେ ଅନେକ ପରିବର୍ତ୍ତନ ହେଉଥିବା ବେଳେ ପୂର୍ବ ଅବସ୍ଥାକୁ ଫେରିବା ପାଇଁ ସେମାନେ ଅନେକ ବିକଳ୍ପ ଖୋଜନ୍ତି। ବିଶେଷଜ୍ଞମାନେ କୁହନ୍ତି ଯେ, ବଢୁଥିବା ପେଟ ଅନ୍ୟ ରୋଗର କାରଣ ହୋଇପାରେ। ସେଥିପାଇଁ କୁହାଯାଏ ଯେ ମେନୋପାଜ୍ ପରେ ଭଲ ପୁଷ୍ଟିକର ଖାଦ୍ୟ ବଡ ପେଟକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ହରମୋନର ପ୍ରଭାବ: ହରମୋନର ପ୍ରଭାବ ଯୋଗୁଁ ଆମ ଶରୀରରେ ବିଭିନ୍ନ ପରିବର୍ତ୍ତନ ଘଟେ। ବିଶେଷଜ୍ଞମାନେ କହିଛନ୍ତି ଯେ ମେନୋପୋଜ ସମୟରେ ପେଟ ବୃଦ୍ଧି ହେବାର ଏହା ହେଉଛି କାରଣ। ଏହି ପର୍ଯ୍ୟାୟରେ, ଇଷ୍ଟ୍ରୋଜେନ୍ ପରି ହରମୋନ୍ କମ୍ ଉତ୍ପାଦିତ ହୁଏ ଏବଂ ସେମାନଙ୍କର ସନ୍ତୁଳନ ଠିକ ରୁହେ ନାଗିଁ। ଏହା ପେଟ ଚାରିପାଖରେ ଏବଂ ପେଟ ନିକଟରେ ଚର୍ବି ଜମା କରିଥାଏ। କେତେକ ଲୋକଙ୍କ ଭିତରେ, ଶରୀରର ଓଜନ ବୃଦ୍ଧି ନଘଟି ମଧ୍ୟ ପେଟ ବଡ ହୋଇଯାଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ପ୍ରାଥମିକ ଅବସ୍ଥାରେ ଆମେ ଅଣଦେଖା କରୁ ତାହେଲେ ଧୀରେ ଧୀରେ ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ଏହାସହିତ ଶ୍ବାସକ୍ରିୟାରେ ସମସ୍ୟା, ହୃଦରୋଗ ଏବଂ ଟାଇପ୍-୨ ମଧୁମେହ ଭଳି କ୍ରନିକ ରୋଗରେ ପୀଡିତ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ସେଥିପାଇଁ କୁହାଯାଏ ଯେ, ପୃଷ୍ଟିକର ଖାଦ୍ୟ ଖାଇବା ଉଚିତ।
ଏହା ମଧ୍ୟ ପଢନ୍ତୁ: Weight Loss Diet: ଏହି ସବୁ ପନିପରିବା ଜୁସ୍ ହ୍ରାସ କରିପାରେ ଓଜନ
⚛ ଫ୍ଲାକ୍ସସିଡ ଶରୀର ପାଇଁ ଉପକାରୀ ହୋଇନଥିଲେ ହେଁ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
⚛ ଆମ ଶରୀରରେ କ୍ଷରିତ ହେଉଥିବା କର୍ଟିସୋଲ ହରମୋନ୍ ଚାପ ସୃଷ୍ଟି କରିଥାଏ। ଏହା ଦ୍ବାରା ପେଟ ଏବଂ ଅଣ୍ଟାରେ ଚର୍ବି ଜମା ହୋଇଥାଏ। ଏହି କ୍ଷେତ୍ରରେ ଚର୍ବି ହ୍ରାସ କରିବା ପାଇଁ ଅଧିକ ପ୍ରଭାବଶୀଳୀ ହୋଇଥାଏ ଡାଲଚିନି।
⚛ ସବଜା ମଞ୍ଜିରେ ଅଧିକ ମାତ୍ରାରେ ଫାଇବର ରହିଥାଏ। ଏହା ହଜମ ସମସ୍ୟାକୁ ଦୂର କରିଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରତିଦିନ ଏହି ମଞ୍ଜି ଖାଇବା ଦ୍ବାରା ପେଟରେ ଜମା ହୋଇଥିବା ଚର୍ବି ହ୍ରାସ ପାଇଥାଏ।
⚛ ଚର୍ବିକୁ ହ୍ରାସ କରିବାରେ ଆପଲ୍ ସିଡର ଭିନେଗାର ପ୍ରଭାବଶାଳୀ ଅଟେ। ଏଥିରେ କ୍ୟାଲୋରୀରର ମାତ୍ରା ମଧ୍ୟ କମ ରହିଥାଏ। ତେଣୁ ବିଶେଷଜ୍ଞମାନେ କହିଛନ୍ତି ଯେ ପେଟରେ ଜମା ହୋଇଥିବା ଚର୍ବିକୁ ହ୍ରାସ କରିବା ପାଇଁ ଏହା ଏକ ଭଲ ବିକଳ୍ପ ଅଟେ। ଏକ ଟେବୁଲ ସ୍ପୁନ ଆପଲ୍ ସିଡର ଭିନେଗାରକୁ ଏକ ଗ୍ଲାସ ପାଣିରେ ମିଶାଇ ଗାର୍ଗଲିଂ ବା କୁଳି କରିପାରିବେ।
⚛ ବୁଟଡାଲି ଏବଂ ମସୁର ଡାଲିରେ ଫୋଲେଟ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ୍ ବି, ଫାଇବର, ଏବଂ ପ୍ରୋଟିନ୍ ଥାଏ। ଏହା ପେଟରେ ଜମା ହୋଇଥିବା ଚର୍ବିର ମାତ୍ରାକୁ କମ କରିବାରେ ସାହାଯ୍ୟ କରିଥାଏ।
⚛ ଶାଗରେ ମ୍ୟାଗ୍ନେସିୟମରେ ଭରପୂର ମାତ୍ରାରେ ରହିଥାଏ। ଏହା ଚାପ, ଚିନ୍ତା ପରି ମାନସିକ ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାର ଅର୍ଥ ଏହା ପରୋକ୍ଷରେ ଶରୀର ଏବଂ ପେଟରେ ଜମା ହୋଇଥିବା ଖରାପ ଚର୍ବିକୁ ହ୍ରାସ କରିଥାଏ।
⚛ ମେନୋପୋଜ ସମୟରେ ସୃଷ୍ଟି ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟା ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ମାନସିକ ସମସ୍ୟା ସୃଷ୍ଟି କରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏକ ଅଧ୍ୟୟନରେ କୁହାଯାଇଛି ଯେ ଓମେଗା -3 ଫ୍ୟାଟି ଏସିଡରେ ଭରପୂର ମାଛ, ସାମୁଦ୍ରିକ ଖାଦ୍ୟ ଏବଂ ବାଦାମକୁ ଡାଏଟ ବା ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ।
ଏହା ସହିତ, ଓଜନ ଉଠାଇବା, ଚାଲିବା, ଦୌଡ଼ିବା, ପହଁରିବା, ସାଇକେଲ ଚଲାଇବା ଇତ୍ୟାଦି ବ୍ୟାୟାମ ମଧ୍ୟ 40 ବର୍ଷ ପରେ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ