ETV Bharat / sukhibhava

Seafood In Monsoon: ବର୍ଷା ଋତୁରେ ମାଛ ଖାଉଥିଲେ ସାବଧାନ ! ହୋଇପାରେ ବଡ କ୍ଷତି - ବର୍ଷା ଋତୁରେ ମାଛ ଖାଇବା ଉଚିତ କି

ବର୍ଷା ଋତୁରେ ପାଣି ଅଧିକ ଦୂଷିତ ହୋଇଥାଏ । ଫଳରେ ସି ଫୁଡ ଖାଇବା ଦ୍ବାରା ଶରୀରରେ ଅନେକ ରୋଗ ମଧ୍ୟ ହୋଇପାରେ। ଅଧିକ ପଢନ୍ତୁ

Seafood In Monsoon
Seafood In Monsoon
author img

By

Published : Aug 5, 2023, 5:23 PM IST

ହାଇଦ୍ରାବାଦ: ମାଛ ବର୍ଷର ସବୁ ଋତୁରେ ମିଳିଥାଏ। ଯଦି ଆପଣ ବର୍ଷା ଋତୁରେ ମଧ୍ୟ ମାଛ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ। ତେବେ ଏହା ଶୁଣି ଆପଣଙ୍କ ମନରେ ମଧ୍ୟ ଅନେକ ପ୍ରକାର ପ୍ରଶ୍ନ ଉଙ୍କି ମାରୁଥିବ। ମାଛ ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା କରାଯାଇଥିବା ବେଳେ ବର୍ଷା ଋତୁରେ ବାରଣ କରାଯିବାର କାରଣ କଣ। ମୌସୁମୀ ଶରୀରକୁ ଆରାମ ଦେଇଥାଏ କିନ୍ତୁ ଅନେକ ପ୍ରକାର ରୋଗକୁ ସାଙ୍ଗରେ ନେଇ ଆସିଥାଏ। ବର୍ଷା ଋତୁରେ ପାଣି ଅଧିକ ଦୂଷିତ ହୋଇଥାଏ। ଫଳରେ ମାଛ ପାଣିରେ ରହୁଥିବାରୁ ମାଛରେ ମଧ୍ୟ ବ୍ୟାକ୍ଟେରିଆ ରହିଥାଆନ୍ତି। ଯାହାକି ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଏ।

ମାଛ ଖାଇବା ଦ୍ବାରା ଶରୀର ଉପରେ ଏହି ପ୍ରଭାବ ପଡିଥାଏ:

ଜଳ ପ୍ରଦୂଷଣ: ବର୍ଷା ଋତୁରେ ଜଳ ପ୍ରଦୂଷଣ ବୃଦ୍ଧି ପାଇଥାଏ। କାରଣ ବର୍ଷା ଜଳ ପ୍ରଦୂଷକକୁ ଭୂମିରୁ ନଦୀ, ହ୍ରଦ ଏବଂ ମହାସାଗରରେ ମିଶାଇଥାଏ। ଫଳରେ ନଦୀ ସମୁଦ୍ରରେ ରହିଥିବା ମାଛ ଏହାକୁ ଖାଇଥାଆନ୍ତି, ଯାହା ସେମାନଙ୍କ ଶରୀରରେ ଜମା ହୋଇଥାଏ। ଯେତେବେଳେ ମଣିଷ ଦୂଷିତ ସାମୁଦ୍ରିକ ଖାଦ୍ୟ ଖାଏ, ସେତେବେଳେ ରାସାୟନିକ ପଦାର୍ଥ ପରି କ୍ଷତିକାରକ ପଦାର୍ଥର ସମ୍ମୁଖୀନ ହେବାକୁ ପଡିଥାଏ, ଯାହା ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ମରକ୍ୟୁରି ପଏଜିନିଂ: ମାଛ ଖାଇବାର ଅନ୍ୟ ଏକ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ମର୍କ୍ୟୁରି ପଏଜିନିଂ। ମର୍କ୍ୟୁରି ହେଉଛି ଏକ ବିଷାକ୍ତ ଭାରୀ ଧାତୁ ଯାହା ମାଛ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ଟିସୁରେ ଜମା ହୋଇପାରେ। ବିଶେଷକରି ସାର୍କ ମାଛରେ ଏହାର ମାତ୍ରା ଅଧିକ ରହିଥାଏ। ଯେତେବେଳେ ଆମେ ଦୂଷିତ ମାଛ ଖାଇଥାଉ, ସମୟ ସହିତ ଆମ ଶରୀରରେ ବିପଜ୍ଜନକ ମର୍କ୍ୟୁରି ତିଆରି ହେବାର ସମ୍ଭାବନା ଅଧିକ ରହିଥାଏ। ଦେହ ଥରିବା, ମନୋବଳ ପରିବର୍ତ୍ତନ, ସ୍ମୃତି ଶକ୍ତି ହ୍ରାସ ଏବଂ ମାଂସପେଶୀ ଦୁର୍ବଳତା ବିଷାକ୍ତ ମର୍କ୍ୟୁରିର ଲକ୍ଷଣ ଅଟେ।

ଏହା ମଧୟ ପଢନ୍ତୁ: Bathing in Rain: ବର୍ଷାରେ ଭିଜିବା ପାଇଁ କରନ୍ତୁନି ସଙ୍କୋଚ, ମିଳିଥାଏ ଏହି ସ୍ବାସ୍ଥ୍ୟ ଲାଭ

ପରିବେଶଷ ପ୍ରଦୂଷଣ: ମର୍କ୍ୟୁରି ବ୍ୟତୀତ ସାମୁଦ୍ରିକ ଖାଦ୍ୟ ଅନ୍ୟ ପରିବେଶ ପ୍ରଦୂଷକ ଯେପରିକି ପଲିଚ୍ଲୋରାଇଟେଡ୍ ବାଇଫିନାଇସ (PCBS) ସହିତ ଦୂଷିତ ହୋଇପାରେ। ଯାହା ମାଛ ଟିସୁରେ ଜମା ହୋଇଥାଏ ଏବଂ ଏହାକୁ ମଣିଷ ଖାଇବା ଦ୍ବାରା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ।

ଆଲର୍ଜି: କେତେକ ବ୍ୟକ୍ତିଙ୍କର କେତେକ ପ୍ରକାରର ମାଛ କିମ୍ବା ସାମୁଦ୍ରିକ ଖାଦ୍ୟ ପ୍ରତି ଆଲର୍ଜି ରହିଥାଏ। ମୌସୁମୀ ସମୟରେ ଏହି ଆଲର୍ଜି ଅଧିକ ଖରାପ ହୋଇପାରେ। ଯେତେବେଳେ ପ୍ରତିରକ୍ଷା ପ୍ରଣାଳୀ ଅଧିକ ଦୁର୍ବଳ ହୋଇଥାଏ, ସେତେବେଳେ ରୋଗ ଶୀଘ୍ର ଆକ୍ରାନ୍ତ କରିଥାଏ। ଫଳରେ ମୁହଁ, ଓଠ, ଜିଭ, କିମ୍ବା ଗଳା ଫୁଲିଯିବା, ନିଶ୍ୱାସ ନେବା କିମ୍ବା ଚକ୍କର ଦେବା, ପେଟ ଯନ୍ତ୍ରଣା, ବାନ୍ତି ଭଳି ଲକ୍ଷଣ ଦେଖାଯାଇଥାଏ।

ପରଜୀବୀ ସଂକ୍ରମଣ: ବର୍ଷା ଜଳ ଶରୀରରେ ପରଜୀବୀମାନଙ୍କର ବିକାଶ ପାଇଁ ପରିବେଶକୁ ଅନୁକୂଳ କରିଥାଏ। ମାଛ ଏବଂ ସାମୁଦ୍ରିକ ଖାଦ୍ୟରେ ପରଜୀବୀ ରହିପାରେ ଯେପରିକି ଟ୍ୟାପୱର୍ମ, ରାଉଣ୍ଡଓ୍ବର୍ମ ଏବଂ ଫ୍ଲୁକ। ଏହି ସଂକ୍ରମଣ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ସଂକ୍ରମିତ ସାମୁଦ୍ରିକ ଖାଦ୍ୟ ଖାଇବା ପରେ ଝାଡା, ଶରୀର ଫୁଲିବା କିମ୍ବା ଗ୍ୟାସ୍ ସମସ୍ୟା ଦେଖାଦେଇପାରେ। ଗୁରୁତର ଅବସ୍ଥାରେ ଅନ୍ୟ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇପାରେ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ କିମ୍ବା ଡାକ୍ତରଙ୍କ ମତାମତା ନୁହେଁ, ଏହା ଏକ ରିପୋର୍ଟ ଦ୍ବାରା ଆଧାରିତ ଖବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.