ETV Bharat / sukhibhava

International Girl Child Day: କମ୍ ନୁହନ୍ତି କନ୍ୟା, ସବୁ କ୍ଷେତ୍ରରେ ସଫଳ - ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ 2023

ସମଗ୍ର ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର 11 ତାରିଖରେ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଏ। ଅଧିକ ପଢ଼ନ୍ତୁ

International Girl Child Day
International Girl Child Day
author img

By ETV Bharat Odisha Team

Published : Oct 11, 2023, 12:44 PM IST

ହାଇଦ୍ରାବାଦ: ସମୟ ସହିତ ବଦଳିଛି ଚିତ୍ର । ଏବେ ଆଉ ବାଳିକା ଅବଳା କି ଦୁର୍ବଳା ନାହାନ୍ତି । ଏବେ ସବୁ କ୍ଷେତ୍ରରେ ଆଗରେ ବାଳିକା । ଜୀବନର ସମସ୍ତ ଆହ୍ବାନକୁ ସହଜରେ ଗ୍ରହଣ କରନ୍ତି ବାଳିକା । ମାଟିରୁ ଆକାଶ ଏବଂ ଘୋର କୋଣରୁ ମହାକାଶର ସବୁଠାରେ ପ୍ରଶଂସାର ପାତ୍ର ସାଜିଛନ୍ତି ବାଳିକା । ଦିନ ଥିଲା ଭେଦଭାବ, ଅପମାନ ଏବଂ ଅତ୍ୟାଚାରର ସମ୍ମୁଖୀନ ହେଉଥିଲା ଝିଅଟିଏ । ଝିଅମାନେ ଘରେ ରହି ଘରକାମ କରୁଥିଲେ ହେଲେ ଆଜି ଦେଶ ସମ୍ଭାଳୁଛନ୍ତି ମହିଳା । ଦେଶସେବା, ଦେଶରକ୍ଷା ଏବଂ ଦେଶକୁ ପରିଚାଳନା କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହୁଛି । ତେବେ କେତେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଆଜି ମଧ୍ୟ ଲିଙ୍ଗଗତ ଅସମାନତା ଦେଖାଯାଉଛି ।

ବିଶ୍ବର କୋଣ ଅନୁକୋଣରେ ଥିବା ପ୍ରତିଟି ଝିଅ ପାଠ ପଢ଼ିବେ, ଶିକ୍ଷିତ ହେବେ, ସମାନ ଅଧିକାର ପାଇବା ସହ କିପରି ସମାଜ କଲ୍ୟାଣ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ ସେ' ବାବଦରେ ଧ୍ୟାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ସମଗ୍ର ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର 11 ତାରିଖରେ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଏ। ବିଳାକାମାନଙ୍କୁ ସୋମାନଙ୍କ ଅଧିକାର, ଆହ୍ବାନ ଏବଂ ସୁଯୋଗ ବିଷୟରେ ଅବଗତ କରାଇବା ପାଇଁ ବିଶ୍ବ ଶିଶୁକନ୍ୟା ଦିବସ ପାଳନ କରାଯାଏ । ଏହା କେବଳ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ଏହା ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଝିଅମାନଙ୍କୁ ଏକ ନିରାପଦ ପରିବେଶ ଯୋଗାଇବା ପାଇଁ ପ୍ରୋତ୍ସାହିତ କରିଥାଏ ।

ଏହା ମଧ୍ୟ ପଢନ୍ତୁ: International Day of Girl Child 2022: ଶିଶୁକନ୍ୟାକୁ ବୋଝ ନୁହେଁ ଆଶିର୍ବାଦ ଭାବନ୍ତୁ

ଲିଙ୍ଗଗତ ସମାନତା ଆଣିବା ପାଇଁ ମିଳିତ ଜାତିସଂଘ ଦ୍ବାରା ରଣନୀତି ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ 1995 ମସିହାରେ ଚୀନର ବେଜିଂରେ ମହିଳା ସମ୍ମିଳନୀ ଆରମ୍ଭ ହୋଇଥିଲା । ଜାତିସଂଘ ପକ୍ଷରୁ ସ୍ଥିରୀକୃତ ହୋଇଥିବା ପ୍ଲାଟଫର୍ମ ପର ଆକ୍ସକୁ ସମସ୍ତ ଦେଶ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିଲେ । ଏହାପରେ 2011 ମସିହା ଡିସେମ୍ବର 18 ତାରିଖରେ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସକୁ ଅକ୍ଟୋବର 11 ତାରିଖରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହି ଦିନଠାରୁ ଅକ୍ଟୋବର 11 ତାରିଖକୁ ଶିଶୁକନ୍ୟା ଦିବସ ଭାବେ ପାଳନ କରାଯାଉଛି । ବାଳିକାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ସମାଧାନ କରିବା, ସେମାନଙ୍କୁ ସଶକ୍ତିକରଣ ଏବଂ ସେମାନଙ୍କର ମାନବିକ ଅଧିକାର ପୂରଣ ପାଇଁ ଆବଶ୍ୟକତା ଉପରେ ଶିଶୁ କନ୍ୟା ଦିବସ ଗୁରୁତ୍ୱାରୋପ କରିଥାଏ । ଛୋଟ ବୟସରୁ ବାଳିକାମାନଙ୍କୁ ଯଦି ଉଚିତ ଶିକ୍ଷା ଦିଆଯାଏ ତେବେ ସେମାନେ ବଡ଼ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ।

ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସର ଥିମ: ପ୍ରତ୍ୟେକ ବର୍ଷ ଏକ ଥିମ୍‌କୁ ନେଇ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି "ଝିଅଙ୍କ ଅଧିକାରକୁ ପ୍ରାଧାନ୍ୟ, ଆମ ବିକାଶ ଆମ ନେତୃତ୍ବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.