ETV Bharat / sukhibhava

ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ, ମହାମାରୀ ସହ ଲଢେଇ କରିବା ପାଇଁ ମିଳିତ ପ୍ରୟାସ ଜରୁରୀ - ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସର ଉଦ୍ଦେଶ୍ୟ

International Epidemic Preparedness Day: ଦେଶ ତଥା ବିଶ୍ବର ପ୍ରତ୍ୟେକ ଦେଶର ସରକାର, ସ୍ୱାସ୍ଥ୍ୟ ସଂଗଠନ ତଥା ସାଧାରଣ ଲୋକେ କିପରି କୋଭିଡ ସଚେତନତା ସହ ଅନ୍ୟାନ୍ୟ ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ରହିବେ ସେହି ଉଦ୍ଦେଶ୍ୟରେ ପ୍ରତିବର୍ଷ ଡେସେମ୍ବର 27 ତାରିଖକୁ ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ

International Epidemic Preparedness Day
International Epidemic Preparedness Day
author img

By ETV Bharat Odisha Team

Published : Dec 27, 2023, 10:08 AM IST

ହାଇଦ୍ରାବାଦ: କୋଭିଡ-19 ମହାମାରୀ କାରଣରୁ ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସମଗ୍ର ବିଶ୍ୱ କୋଭିଡ୍ 19ର ପ୍ରଭାବକୁ ଅତି ଗମ୍ଭୀର ଭାବରେ ଅନୁଭବ କରିଥିଲା । କିନ୍ତୁ ଏହି ଘଟଣା ଭବିଷ୍ୟତରେ କୌଣସି ମହାମାରୀ ଏବଂ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଏକ ପ୍ରକାର ଆଗୁଆ ପ୍ରେରଣା ଯୋଗାଇଛି ।

କୋଭିଡ୍ 19 ଆରମ୍ଭରୁ ମହାମାରୀରେ ସାରା ବିଶ୍ବବାସୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିଶେଷକରି ହସ୍ପିଟାଲ ବା ଚିକିତ୍ସା କ୍ଷେତ୍ରରେ ସମସ୍ୟା ଭୋଗୁଥିବା ଦେଖାଯାଇଥିଲା । ତେଣୁ କେବଳ କୋଭିଡ୍‌ ପାଇଁ ନୁହେଁ ବରଂ କୌଣସି ପ୍ରକାର ମହାମାରୀ କିମ୍ବା ସଂକ୍ରାମକ ରୋଗକୁ ରୋକିବା ପାଇଁ ତଥା ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର 27 ତାରିଖରେ ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ପାଳନ କରାଯାଇଥାଏ । ମହାମାରୀ କୋରୋନା ପରଠାରୁ ଏହି ଦିବସ ପାଳନ କରାଯାଉଛି ।

ଉଦ୍ଦେଶ୍ୟ: ସମସ୍ତେ ଜାଣନ୍ତି ମହାମାରୀ ମାନବ ସମାଜ ଉପରେ ଘାତକ ପ୍ରଭାବ ପକାଇଥାଏ । ଏହା କେବଳ ମହାମାରୀ ସମୟରେ ନୁହେଁ ବରଂ ଦୀର୍ଘ ଦିନ ମଧ୍ୟରେ ଆନ୍ତର୍ଜାତୀୟ, ଜାତୀୟ ତଥା ବ୍ୟକ୍ତିଗତ ସ୍ତରରେ ମଧ୍ୟ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିଥାଏ । ବିଶେଷ କରି ବିକାଶନ୍ନମୁଖୀ ଦେଶର ଅର୍ଥନୀତି ଉପରେ ପଡ଼ିଥାଏ । ଏଭଳି ପରିସ୍ଥିତିରେ ଭବିଷ୍ୟତରେ ମହାମାରୀର ତୀବ୍ରତା ଏବଂ ଗମ୍ଭୀରତାକୁ ରୋକିବା ସହିତ ସହ ଜଡିତ ସୂଚନା ଆଦାନପ୍ରଦାନ, ମହାମାରୀର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଅନୁଧ୍ୟାନ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ବିଷୟରେ ସଚେତନତା ବୃଦ୍ଧି କରିବା ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

ସରକାରୀ ତଥା ବେସରକାରୀ ସଂଗଠନଗୁଡ଼ିକୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ପ୍ରୟାସ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିରେ ମହାମାରୀର ମୁକାବିଲା କରିବା ପାଇଁ ଭିତ୍ତିଭୂମୀ ପ୍ରସ୍ତୁତ କରିବା ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସର ମୂଳ ଉଦ୍ଦେଶ୍ୟ ।

ଏହା ମଧ୍ୟ ପଢନ୍ତୁ: 2023କୁ କବଜା କରିଥିଲା ଭାଇରସ, କଲବଲ ହୋଇଥିଲେ ଦେଶବାସୀ

ସଚେତନତା ଜରୁରୀ: ପ୍ରଥମେ 2020 ମସିହା ଡିସେମ୍ବର 27 ତାରିଖ ଦିନ ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ଆୟୋଜିତ କରାଯାଇଥିଲା । ଲୋକମାନଙ୍କୁ ମହାମାରୀ ବିରୋଧରେ ଆଗୁଆ ପ୍ରସ୍ତୁତି, ସହଭାଗିତାର ମହତ୍ତ୍ବ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟ ନେଇ ଏହି ଦିବସ ପାଳନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ୱରେ ସଂକ୍ରାମକ ରୋଗ ଏବଂ ମହାମାରୀର ପ୍ରଭାବକୁ ରୋକିବାରେ ଆନୁସଙ୍ଗିକ ସମସ୍ୟାର ସମାଧାନ ପାଇଁ ଜାତୀୟ, ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ପ୍ରୟାସକୁ ବଢ଼ାଇବାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ଅବସରରେ ମିଳିତ ଜାତିସଂଘ ୱେବ୍‌ସାଇଟ୍‌ରେ ଉପଲବ୍ଧ ସୂଚନା ଅନୁଯାୟୀ, ମହାମାରୀର ପ୍ରତିକ୍ରିୟାକୁ ସମନ୍ୱିତ କରିବା ଏବଂ ଏହାର ପ୍ରଭାବକୁ ରୋକିବା ପାଇଁ ମିଳିତ ଜାତିସଂଘର ବ୍ୟବସ୍ଥା, ବିଶେଷ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଦେଶ ଅନୁଯାୟୀ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.