ETV Bharat / sukhibhava

ଚିକାଗୋ ବିଶ୍ବବିଦ୍ୟାଳୟର ସର୍ଭେ ରିପୋର୍ଟରେ ଖୁଲାସା, ପ୍ରଦୂଷଣ ପାଇଁ 5 ବର୍ଷ କମୁଛି ଆୟୁଷ

author img

By ETV Bharat Odisha Team

Published : Aug 30, 2023, 1:05 PM IST

ଚିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ବାଲିଟି ଲାଇଫ ଇଣ୍ଡେକ୍ସ(AQLI) ରିପୋର୍ଟରେ ଖୁଲାସା । ପ୍ରଦୂଷଣ ଯୋଗୁଁ ଭାରତୀୟଙ୍କ ଆୟୁଷ 5 ବର୍ଷ କମୁଥିବା ବେଳେ 12 ବର୍ଷ କମିବ ଦିଲ୍ଲୀବାସୀଙ୍କ ଆୟୁଷ । ଅଧିକ ପଢନ୍ତୁ

air pollution
air pollution

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଯାହା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି । ବାୟୁ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଯଦି ବିଶ୍ବର କଥା ଦେଖିବା ତାହାଲେ ଭାରତ ସମେତ 6 ଦେଶରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ଏକ ଅଧ୍ୟୟନରେ କୁହାଯାଇଛି ଯେ, ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ପ୍ରତିଷ୍ଠାନ (ଏପିକ୍) ଏହାର ବାର୍ଷିକ ଏୟାର କ୍ୱାଲିଟି ଲାଇଫ୍ ଇଣ୍ଡେକ୍ସ (AQLI) ରିପୋର୍ଟରେ କହିଛି ଯେ 2021 ମସିହାରେ ବିଶ୍ବର ବାୟୁ ପ୍ରଦୂଷଣ ବୃଦ୍ଧି ହେବା ସହିତ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି ।

ତେବେ ରିପୋର୍ଟରେ କୁହାଯାଇଛି ଯେ, ଭାରତର ରାଜଧାନୀ ଦିଲ୍ଲୀ ହେଉଛି ଭାରତର ସର୍ବାଧିକ ପ୍ରଦୂଷିତ ସହର । ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା ଅଧିକ । ଯଦି ଆଗାମୀ ଦିନରେ ଏଭଳି ପ୍ରଦୂଷଣ ମାତ୍ରା ଜାରି ରୁହେ ତାହାଲେ ଦିଲ୍ଲୀବାସୀଙ୍କ ଆୟୁଷ ପ୍ରାୟ 11.9 ବର୍ଷ କମିଯିବ । ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି ।

ପରିସଂଖ୍ୟାନ ଅନୁଯାୟୀ, ମାଇକ୍ରୋ କଣିକା ସହିତ ବାୟୁ ପ୍ରଦୂଷଣ ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ବିପଦ ବୋଲି କୁହାଯାଏ । ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନ୍ କହିଛନ୍ତି,"ବାୟୁ ପ୍ରଦୂଷଣ କେବଳ 6ଟି ଦେଶରେ ଅଧିକ ରହିଛି । ବାଂଲାଦେଶ, ଭାରତ, ପାକିସ୍ତାନ, ଚୀନ୍, ନାଇଜେରିଆ ଏବଂ ଇଣ୍ଡୋନେସିଆ ଦେଶବାସୀଙ୍କ ଆୟୁଷର ତିନି ଚତୁର୍ଥାଂଶକୁ ପ୍ରଭାବିତ କରିଥାଏ । ଏଠାରେ ପ୍ରଦୂଷଣ ଏତେ ମାତ୍ରାରେ ରହିଛିଯେ, ପ୍ରଦୂଷିତ ନିଶ୍ବାସ ଯୋଗୁଁ ସେମାନଙ୍କର ଆୟୁଷ ହାରାହାରି 6ବର୍ଷ କମିଯାଉଛି।"

ଏହା ମଧ୍ୟ ପଢନ୍ତୁ: ରାସ୍ତା କଡ ଘରେ ରହୁଥିଲେ ସାବଧାନ ! ଶିଶୁ ଭୋଗିବେ ଅଧିକ ସ୍ବାସ୍ଥ୍ୟ ସମସ୍ୟା

ଯଦି ଭାରତ କଥା ଦେଖିବା ତାହେଲେ ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତରେ 130 କୋଟି ଲୋକ ଏଭଳି ସ୍ଥାନରେ ବାସ କରୁଛଡନ୍ତି ଯେଉଁଠାରେ ପ୍ରଦୂଷଣର ସ୍ତର ସବୁଠାରୁ ଅଧିକ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଧାର୍ଯ୍ୟ କରିଥିବା ମାନକ 5G/ଏମ3 ଠାରୁ ଅଧିକ। ବାୟୁମଣ୍ଡଳର ପିଏମ(particle pollution) 2.5 ଯୋଗୁଁ ହାରାହାରି ଆୟୁଷ ମଧ୍ୟ 5.3 ହ୍ରାସ ପାଉଛି। ଏଭଳି ବାୟୁ ଗୁଣାବତ୍ତା ରିହିଲେ ଏଠାରେ ରହୁଥିବା 1 କୋଟି 80 ଲକ୍ଷ ଲୋକଙ୍କ ଆୟୁଷ 11 ବର୍ଷ 9 ମାସ ହ୍ରାସ ପାଇବ। ତେବେ ଭାରତର ମାନଦଣ୍ଡ ଅନୁସାରେ ପ୍ରଦୂଷଣ ଯୋଗୁଁ ଭାରତୀଙ୍କ ହାର 8 ବର୍ଷ 6 ମାସ କମିଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.