ETV Bharat / sukhibhava

ଶୀତଦିନେ ଖାଆନ୍ତୁ ଏହି ଫଳ, ଏନର୍ଜି ସହ ଇମ୍ୟୁନିଟି ହେବ ବୃଦ୍ଧି - ଶୀତଦିନେ ଖାଆନ୍ତୁ ଏହି ଫଳ

Winter Diet: ଶୀତଦିନେ ସୁସ୍ଥ ରହିବା ପାଇଁ ଶରୀରର ବିଶେଷ ଯତ୍ନ ନେବା ଦରକାର । କାରଣ ଜ୍ବର, ଫ୍ଲୁ' ଭଳି ରୋଗର ସମ୍ମୁଖୀନ ହୋଇଥାନ୍ତି ଲୋକେ । ଏଣୁ ଶରୀରରେ ଇମ୍ୟୁନିଟି ଏବଂ ଏନର୍ଜି ସ୍ତର ବଢ଼ାଇବା ଜରୁରୀ ଅଟେ । ଆପଣଙ୍କ ଡାଏଟରେ ସାମିଲ କରନ୍ତୁ ଏହି ଫଳ । ଅଧିକ ପଢ଼ନ୍ତୁ

ଶୀତଦିନେ ଖାଆନ୍ତୁ ଏହି ଫଳ, ଏନାର୍ଜି ସହ ଇମ୍ୟୁନିଟି ହେବ ବୃଦ୍ଧି

author img

By ETV Bharat Odisha Team

Published : Dec 31, 2023, 3:20 PM IST

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ବ୍ୟାୟାମ, ୱାକିଂ, ଯୋଗ କରିବା ଯଥେଷ୍ଟ ନୁହେଁ । ଏଥିପାଇଁ ଆମକୁ ନିଜ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ସହ ଏନର୍ଜି ବଢାଇବାର ମଧ୍ୟ ଆବଶ୍ୟକତା ରହିଛି । ବିଶେଷ କରି ଶୀତ ଦିନେ, କାରଣ ଏହି ସମୟରେ ଅଳସପଣ ପାଇଁ ଇମ୍ୟୁନିଟି ଏବଂ ଏନର୍ଜି ସ୍ତର କମିଥାଏ । ଫଳରେ ଲୋକେ ଜ୍ବର, ଫ୍ଲୁ' ଭଳି ସଂକ୍ରମଣ ରୋଗର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଏହି ଋତୁରେ ଖାଦ୍ୟ ପ୍ରତି ବିଶେଷ ଯତ୍ନ ଦେବା ସହ କିଛି ଫଳ ନିଜ ଡାଏଟ୍‌ରେ ସାମିଲ କରିବା ଦରକାର । ଯାହା ଶରୀରକୁ ଏନର୍ଜି ଯୋଗାଇବା ସହ ଇମ୍ୟୁନିଟି ବୁଷ୍ଟ୍‌ କରିବ ।

ଶୀତଦିନିଆ ଡାଇଟରେ ସାମିଲ କରନ୍ତୁ ଏହି ଫଳ:-

  • କମଳା

ଶୀତ ହେଉ ଅବା ଗ୍ରୀଷ୍ମ ହେଉ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଫଳ ଖାଇବା ଅତ୍ୟନ୍ତ ଜରୁରୀ । ସବୁଠାରୁ ଅଧିକ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଫଳ ହେଉଛି କମଳା । ଏଥିରେ ଥିବା ଭିଟାମିନ C ଏବଂ ଫାଇବରରେ ଭରପୁର ସାଇଟ୍ରିକ ଫଳ ଅଟେ । ଏହା ଖାଇବା ଦ୍ବାରା ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆମରକୁ ଶକ୍ତିଶାଳୀ କରିଥାଏ । କେବଳ ଏତିକି ନୁହେଁ ଏହା କ୍ୟାନ୍ସର ଭଳି ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ ।

  • ସେଓ

ଡାକ୍ତରଙ୍କ ଅନୁସାରେ, ପ୍ରତିଦିନ ସମସ୍ତେ ଗୋଟିଏ ଗୋଟିଏ ସେଓ ଖାଇବା ଦ୍ୱାରା କୌଣସି ରୋଗ ହୁଏ ନାହିଁ । ଏହା ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ଏବଂ ଆଇରନ ସ୍ତର ସଛିକ ରହିଥାଏ, ଫଳରେ କୌଣସି ରୋଗ ହେବାର ଭୟ କମ ରହିଥାଏ । ଏହା ଅଲଜାଇମର ରୋଗରୁ ମୁକ୍ତି ଦେଇଥାଏ ।

  • ସାପେଟା (ଚିକୁ)

ଏହା ସମସ୍ତ ଫଳ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଫଳ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଚେରି, ଲିଚୁ ମଧ୍ୟ ଗରମ ଏବଂ ଏର୍ନଜେଟିକ ଫଳ ଭାବେ ବିବେଚିତ । ଏହା ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଫଳରେ ସଂକ୍ରମଣର ଆଶଙ୍କା କମ୍‌ ଥାଏ ।

  • ଅଙ୍ଗୁର, ପ୍ଲମ ଏବଂ ସପୁରୀ

ଆଣ୍ଟି- ଅକ୍ସିଡାଣ୍ଟ, ଆଇରନ୍‌, ଫାଇବର, ଭିଟାମିନ୍ ଏବଂ ପଲି-ଫିନୋଲ ଯୁକ୍ତ ଏହି ଫଳ ଶୀତଦିନେ ନିଜକୁ ହାଇଡ୍ରେଟେଡ୍ ଏବଂ ଶକ୍ତିଶାଳୀ ରଖିବା ପାଇଁ ରାମବାଣ ସଦୃଶ ଫଳ ଅଟେ । ଏହି ଫଳ ଖାଇବା ଦ୍ବାରା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ।

ଏହା ମଧ୍ୟ ପଢନ୍ତୁ: ଶୀତଦିନେ ସୁସ୍ଥ ରଖେ ଏହି ପରିବା, ଡାଏଟ୍‌ରେ କରନ୍ତୁ ସାମିଲ

  • କିୱି

କିୱି ହେଉଛି ସେହି ଫଳ ଯାହା ଶରୀରରେ ଫ୍ଲେଟଲେଟର ଆବଶ୍ୟକତା ପୂରଣ କରେ । ଟାଇଫଏଡ ଜ୍ବରରେ ପୀଡିତ ବ୍ୟକ୍ତିଙ୍କ ପ୍ଲେଟ୍‌ଲେଟ୍‌ କମ ଥିଲେ ଏହି ଫଳ ଖାଇବା ଉଚିତ । କେବଳ ଏତିକି ନୁହେଁ, ଶୀତଦିନେ ହାତ ଏବଂ ପାଦ ଝିମା ମାରୁଥିଲେ ଏହି ଫଳ ଖାଇବା ଦ୍ବାରା ଏଥିରୁ ରକ୍ଷା ମିଳିଥାଏ । ଏଥିରେ ଥିବା କ୍ଷରୀୟ ଗୁଣ ମଧ୍ୟ ଶରୀରର ଆକାର ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.