ETV Bharat / sukhibhava

ମଧୁମେହରେ କଣ ଖାଇବେ, ଜାଣିବା ପାଇଁ ଚିପ ବାହାର କଲେ ବୈଜ୍ଞାନିକ

ମଧୁମେହରେ କଣ ଖାଇବେ ଏବଂ କଣ ନଖାଇବେ? ଜାଣିବା ପାଇଁ ଚିପ ବାହାର କଲେ ବୈଜ୍ଞାନିକ। ଅଧିକ ପଢନ୍ତୁ

diabetes
diabetes
author img

By ETV Bharat Odisha Team

Published : Oct 21, 2023, 2:24 PM IST

ହାଇଦ୍ରାବାଦ: ବିଶ୍ୱରେ ମଧୁମେହ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ, ବିଶ୍ୱରେ 53 କୋଟିରୁ ଅଧିକ ଲୋକ ଏହି ରୋଗର ଶିକାର ହୋଇଛନ୍ତି । ତେବେ ଏହି କ୍ରନିକ ରୋଗର ଆଶଙ୍କା ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ 2050 ସୁଦ୍ଧା 130 କୋଟିରୁ ଅଧିକ ଲୋକ ଏହି ରୋଗର ଶିକାର ହୋଇପାରନ୍ତି ବୋଲି କୁହାଯାଇଛି । ଏହି ରୋଗକୁ ରୋକିବା ପାଇଁ ସମସ୍ତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହାରି ଭିତରେ ମଧୁମେହକୁ ରୋକିବା ପାଇଁ ଏକ ଚିପ୍‌ ବିକଶିତ କରିଛନ୍ତି ଆଇଆଇଟି ଗୌହାଟୀର ବୈଜ୍ଞାନିକ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ହେଲେ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ନିହାତି ଜରୁରୀ ବୋଲି କୁହାଯାଇଛି । ତେବେ ଗ୍ଲାଇସେମିକ ଇଣ୍ଡେକ୍ସ କମ ରହିଥିବା ଖାଦ୍ୟ ଜରୁରୀ ବୋଲି କୁହାଯାଇଛି ।

ଗ୍ଲାଇସେମିକ୍‌ ଏକ ମାପଦଣ୍ଡ ଯାହାଦ୍ବାରା କୌଣସି ବିଶେଷ ଭୋଜନ ଖାଇବା ଦ୍ବାରା ସେଥିରୁ ରକ୍ତରେ କେତେ ପରିମାଣର ଗ୍ଲୁକୋଜ ସ୍ତର ବୃଦ୍ଧି ପାଇଥାଏ ତାହା ଜଣା ପଡ଼ିଥାଏ । କିନ୍ତୁ କୌଣସି ଫଳ ବା ଖାଦ୍ୟ ଖାଇଲେ ତାହାର ଗ୍ଲାଇସେମିକ ଇଣ୍ଡେକ୍ସ କେତେ ରହୁଛି ତାହା ଜାଣିବା ପାଇଂ ବୈଜ୍ଞାନିକ ଏକ ସ୍ୱତନ୍ତ୍ର ଡିଭାଇସ ବିକଶିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଔଷଧଠାରୁ କମ୍ ନୁହେଁ ଏହି 5ଟି ଜିନିଷରୁ ପ୍ରସ୍ତୁତ ମସଲା, ରକ୍ତରେ ଶର୍କରା ସ୍ତରକୁ କରିଥାଏ ନିୟନ୍ତ୍ରଣ

ଗ୍ଲାଇସେମିକ ଇଣ୍ଡେକ୍ସ ଜାଣିବା ପାଇଁ ଡିଭାଇରସ: ବିଭିନ୍ନ ଖାଦ୍ୟ ଉତ୍ସର ଗ୍ଲାଇସେମିକ୍ ଇଣ୍ଡେକ୍ସ(ଜିଆଇ) ଚିହ୍ନଟ କରିବା ପାଇଁ ଏକ ପୋର୍ଟେବଲ୍ ଚିପ୍‌ ବିକଶିତ କରିଛନ୍ତି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଗୌହାଟୀ ବୈଜ୍ଞାନିକ । ଯାହାକି ମଧୁମେହ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି କୁହାଯାଇଛି ।

କେମିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସରଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀମାନେ ଏକ ପଏଣ୍ଟ-ଅଫ୍-କେୟାର-ଟେଷ୍ଟିଂ (POCT) ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି। ଯାହା ପ୍ରାୟ ପାଞ୍ଚ ମିନିଟରେ ସାଧାରଣ ଖାଦ୍ୟ ଉତ୍ସର ଗ୍ଲାଇସେମିକ୍ ଇଣ୍ଡେକ୍ସ ଚିହ୍ନଟ କରିପାରିବ । ଏହି ଡିଭାଇସ୍ ସାହାଯ୍ୟରେ ଲୋକମାନେ କେଉଁ ଜିନିଷ ଖାଇବା ଉଚିତ୍ ଏବଂ କେଉଁଟି ଖାଇବା ଉଚିତ୍ ନୁହେଁ ତାହା ଜାଣିବା ସହଜସାଧ୍ୟ ହେବ ।

ମଧୁମେହ ରୋଗୀ କଣ ଖାଇବା ଏବଂ କଣ ନଖାଇବା ଉଚିତ ଜାଣିବା ହେବା ସହଜ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମଧୁମେହରେ କେଉଁ ଫଳ ଖାଇବେ ଏବଂ କେଉଁଟା ନଖାଇବେ ସେଥିପାଇଁ ସମସ୍ତେ ସର୍ବଦା ଚିନ୍ତିତ ରହିଥାଆନ୍ତି । ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ ରକ୍ତରେ ଶର୍କରା ସ୍ତରକୁ ଶୀଘ୍ର ବୃଦ୍ଧି କରିଥାଏ। ଯେତେବେଳେ କ୍ରାକର, ବିସ୍କୁଟ୍‌, ଚିପ୍ସ ଏବଂ ରୁଟି ପରି ଫାଷ୍ଟଫୁଡରେ ଡିଭାଇସ୍ ପରୀକ୍ଷା କରିଥିଲୁ, ଆମେ ଜାଣିଲୁ ଯେ କ୍ରାକରରେ ସର୍ବାଧିକ ପରିମାଣର ଶୀଘ୍ର ହଜମ ହେବାକୁ ଥିବା ଷ୍ଟାର୍ଚ ଥାଏ। ଯାହା ରକ୍ତରେ ଶର୍କରା ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.