ETV Bharat / sukhibhava

Post Diwali Detox: ପାର୍ବଣ ପରେ ଏହିପରି ବଜାୟ ରଖନ୍ତୁ ଶାରୀରିକ ସୁସ୍ଥତା

author img

By

Published : Oct 26, 2022, 7:33 AM IST

ପାର୍ବଣର ଋତୁ କେବଳ ଖୁସି ଦିଏ ନାହିଁ ବରଂ ଖାଦ୍ୟ ପ୍ରତି ଅଧିକ ଲୋଭାତୁର କରିଥାଏ । ଏହି କାରଣରୁ ଅଧିକାଂଶ ଲୋକେ ଦୈନନ୍ଦିନ ଖାଦ୍ୟ ରୁଟିନ୍‌କୁ ଅବହେଳା କରି ନାନା ପ୍ରକାରର ମସଲା ଯୁକ୍ତ ଖାଦ୍ୟ ଠାରୁ ଆରମ୍ଭ କରି ମିଠା ଏବଂ ଫାଷ୍ଟ ଫୁଡ୍ ଖାଇଥାଆନ୍ତି । କିନ୍ତୁ ପର୍ବ ପରେ, ଏହି ଆନନ୍ଦ ବେଳେବେଳେ ସେମାନଙ୍କ ପାଇଁ ଅନେକ ସମୟରେ ଅସୁବିଧାର କାରଣ ହୋଇଯାଏ । ତେବେ ପାର୍ବଣ ପରେ କେପରି ଶାରୀରିକ ସୁସ୍ଥତା ବଜାୟ ରଖିବେ ଜାଣନ୍ତୁ ।

Post Dipawali Detox: ପାର୍ବଣ ପରେ ଏହିପରି ବଜାୟ ରଖନ୍ତୁ ଶାରୀରିକ ସୁସ୍ଥତା

ହାଇଦ୍ରାବାଦ: ପର୍ବ-ପର୍ବାଣି ସମୟରେ, ଖାଇବା କିମ୍ବା ନିତ୍ୟକର୍ମରେ ଅସାବଧାନତା ଅନେକ ଥର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପର୍ବ ପରେ ହଜମ ସମ୍ବନ୍ଧୀୟ ଏବଂ ଅନ୍ୟାନ୍ୟ ପ୍ରକାରର ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖାଯାଏ । ସେହି ସମୟରେ, ଏପରି ଲୋକମାନଙ୍କର ପୂର୍ବରୁ କୌଣସି ରୋଗ କିମ୍ବା ଶାରୀରିକ ସମସ୍ୟା ଥାଏ, ପର୍ବ ପରେ ସେମାନଙ୍କର ରୋଗ ଆରମ୍ଭ ହୁଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ, ଉତ୍ସବ ପରେ ଶରୀରକୁ ଡିଟକ୍ସ କରିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ ।

ଦଶହରା ଠାରୁ ଦୀପାବଳି ପର୍ଯ୍ୟନ୍ତ ଦେଶର କୋଣ-ଅନୁକୋଣରେ ପାର୍ବଣର ଋତୁ ପରିଲକ୍ଷିତ ହୁଏ । ଏହି ପାର୍ବଣର ଋତୁ କେବଳ ଖୁସି ଦିଏନାହିଁ ବରଂ ଖାଦ୍ୟ ପ୍ରତି ଅଧିକ ଲୋଭାତୁର କରିଥାଏ । ଏହି କାରଣରୁ ଅଧିକାଂଶ ଲୋକେ ଦୈନନ୍ଦିନ ଖାଦ୍ୟ ରୁଟିନ୍‌କୁ ଅବହେଳା କରି ନାନା ପ୍ରକାରର ମସଲା ଯୁକ୍ତ ଖାଦ୍ୟ ଠାରୁ ଆରମ୍ଭ କରି ମିଠା ଏବଂ ଫାଷ୍ଟ ଫୁଡ୍ ଖାଇଥାଆନ୍ତି । କିନ୍ତୁ ପର୍ବ ପରେ, ଏହି ଆନନ୍ଦ ବେଳେବେଳେ ସେମାନଙ୍କ ପାଇଁ ଅନେକ ସମୟରେ ଅସୁବିଧାର କାରଣ ହୋଇଯାଏ ।

ଦିଲ୍ଲୀର ଡାଏଟିସିଆନ୍ ଡ. ଦିବ୍ୟା ଶର୍ମା କହିଛନ୍ତି ଯେ, ଏହି ପର୍ବ ସମୟରେ ଲୋକମାନେ ପ୍ରାୟତଃ ଏପରି ଖାଦ୍ୟ ଖାଇଥାନ୍ତି ଯାହା କେବଳ ହଜମ ପ୍ରକ୍ରିୟା ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏନି, ଏହି କାରଣରୁ ଆମ ଶରୀରରେ କ୍ଷତିକାରକ ପଦାର୍ଥ କିମ୍ବା ବିଷାକ୍ତ ପଦାର୍ଥ ଜମା ହେବା ଆରମ୍ଭ କରିଥାଏ । ଫଳରେ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେବା ସହ ଶରୀରରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଯେପରିକି ଡାଇରିଆ, କୋଷ୍ଠକାଠିନ୍ୟ, ପେଟରେ ଜ୍ବଳନ, ଗ୍ୟାସ୍ କିମ୍ବା ଫୁଲିବା, ଅଧିକ କ୍ଲାନ୍ତ କିମ୍ବା ଦୁର୍ବଳ ଅନୁଭବ କରିବା, ରକ୍ତଚାପ ବୃଦ୍ଧି, ରକ୍ତରେ କୋଲେଷ୍ଟ୍ରଲ କିମ୍ବା ଶର୍କରା ବୃଦ୍ଧି ଅତ୍ୟଧିକ ନିଦ୍ରା ଇତ୍ୟାଦି ।

ସେ କହିଛନ୍ତି ଯେ, ଦୀପାବଳି ପରେ, ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ଦିଆଯାଇପାରିଲେ ପର୍ବ ସମୟରେ ଏବଂ ପରେ ନିଶ୍ଚିତ ରୂପେ ଶରୀରକୁ ସୁସ୍ଥ ରଖାଯାଇ ପାରିବ । ନିମ୍ନରେ ଏ ବାବଦରେ ଆଲୋଚନା କରାଯାଇଛି(Post Diwali Detox)...

ପର୍ବ ପରେ କଣ ଖାଇବା ଉଚିତ୍:-

ଡ. ଦିବ୍ୟା କହିଛନ୍ତି ଯେ, ପର୍ବ ପରେ ଶରୀରରେ ଜମା ହୋଇଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଏବଂ ମେଟାବୋଲିଜିମ୍ ପୁନରୁଦ୍ଧାରରେ କେତେକ ପ୍ରକାରର ଖାଦ୍ୟ ଏବଂ ପାନୀୟ ଅତ୍ୟନ୍ତ ସହାୟକ ହୋଇପାରେ । ଏହି ସମୟରେ, ଖାଦ୍ୟରେ ସାଲାଡ ଏବଂ ପନିପରିବା ଜାତୀୟ ଖାଦ୍ୟ ପରିମାଣ ବୃଦ୍ଧି କରିବା ଅତ୍ୟନ୍ତ ଲାଭଦାୟକ । ଯେଉଁଥିରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ପ୍ରଚୁର ପରିମାଣରେ ମିଳିଥାଏ ସେହିପରି ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଏହା ବ୍ୟତୀତ, ଶୀତ ଋତୁରେ ଫଳ ଗୁଡିକ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ।

ବାସ୍ତବରେ, ଯେଉଁଠାରେ ଫାଇବର ଯୁକ୍ତ ଖାଦ୍ୟ ସହିତ ପେଟକୁ ସଫା କରାଯାଏ, ସେଠାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଥିବା ଫଳ ଏବଂ ପନିପରିବା ଖାଇବା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଖାଦ୍ୟରେ ରସୁଣ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ରସୁଣରେ ଆଲିସିନ୍ ନାମକ ଏକ ଅକ୍ସିଡାଣ୍ଟ ମିଳିଥାଏ, ଏହା କେବଳ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ନାହିଁ ବରଂ ରେଡିକାଲ ଦ୍ବାରା ହେଉଥିବା କ୍ଷତି ମଧ୍ୟ ହ୍ରାସ କରିଥାଏ ।

ସେ ପରାମର୍ଶ ଦେଇଛନ୍ତି ଯେ, ପର୍ବ ପରେ ଯଥାସମ୍ଭବ ଖାଦ୍ୟରେ ଲୁଣ ଏବଂ ଚିନି ପରିମାଣ ଯଥେଷ୍ଟ ହ୍ରାସ ହେବା ଉଚିତ୍‌ । ମଇଦା ଏବଂ ସନ୍ତୁଳିତ ଚର୍ବିରୁ ପ୍ରସ୍ତୁତ ଖାଦ୍ୟକୁ ମଧ୍ୟ ଏଡାଇବା ଉଚିତ୍ । ଏଥି ସହିତ, ମଦ୍ୟପାନକୁ ଯଥାସମ୍ଭବ ପରିମାଣରେ କମ୍ କରିପାରିଲେ ଶାରୀରିକ ସୁସ୍ଥତା ବଜାୟ ରହିବ ।

ଶରୀରକୁ ହାଇଡ୍ରେଟ୍ ରଖନ୍ତୁ:-

ଡାକ୍ତର ଦିବ୍ୟା କହିଛନ୍ତି ଯେ, ଶରୀରକୁ ଡିଟକ୍ସ କରିବାର ସର୍ବୋତ୍ତମ ଉପାୟ ହେଉଛି ପ୍ରଚୁର ପରିମାଣରେ ପାଣି ପିଇବା, ଯେଉଁ କାରଣରୁ ଆମ ଶରୀରର ବିଷାକ୍ତ ପଦାର୍ଥ ସ୍ୱୟଂଚାଳିତ ଭାବରେ ବାହାରିଥାଏ । ଅନ୍ୟପଟେ, ଯେତେବେଳେ ଆମ ଶରୀର ହାଇଡ୍ରେଟ୍ ରହିଥାଏ, କେବଳ ଏହାର ହଜମ ପ୍ରକ୍ରିୟା ସୁସ୍ଥ ରହେ ନାହିଁ, ଶରୀରର ଅନ୍ୟ ପ୍ରଣାଳୀ ମଧ୍ୟ ସକ୍ରିୟ ରହିଥାଏ ଏବଂ ଭଲ କାମ କରିଥାଏ । ଏହି ସମୟରେ, ଆମର ଚର୍ମ ଏବଂ କେଶ ମଧ୍ୟ ସୁସ୍ଥ ଏବଂ ସୁନ୍ଦର ରହିଥାଏ ।

ସେ କୁହନ୍ତି ଯେ, ଦିନସାରା ଅତି କମରେ 8 ରୁ 10 ଗ୍ଲାସ ପାଣି ବ୍ୟତୀତ, ଖାଲି ପେଟରେ ଲେମ୍ବୁ ମହୁ, ଉଷୁମ ପାଣିରେ ଲେମ୍ବୁ, ନଡ଼ିଆ ପାଣି, ବଟରମିଲ୍କ, ଲସି ଏବଂ ଗ୍ରୀନ ଟି' ପିଇବା ଉଚିତ୍ ।

କେମିତି ରହିଛି ରୁଟିନ୍:-

ଡ. ଦିବ୍ୟା କହିଛନ୍ତି ଯେ, କେବଳ ଡାଏଟ୍ ନୁହେଁ, ଶରୀରକୁ ଡିଟକ୍ସ କରିବା ପାଇଁ ଏକ ଶୃଙ୍ଖଳିତ ରୁଟିନ୍ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏଥିପାଇଁ ସକାଳେ ଠିକ୍ ସମୟେ ଉଠିବା, ରାତିରେ ଶୋଇବା, ଠିକ୍ ସମୟରେ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା ଏବଂ ଏକ ସକ୍ରିୟ ରୁଟିନ୍ ଅନୁସରଣ କରିବା ଆବଶ୍ୟକ । ସେ କହିଛନ୍ତି ଯେ, ଏହି ପ୍ରାକୃତିକ ପଦ୍ଧତି ଗୁଡିକ ଗ୍ରହଣ କରିବା ପରେ ମଧ୍ୟ ଯଦି ସମସ୍ୟା ହ୍ରାସ ନହୁଏ ଏବଂ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତର ପ୍ରଭାବ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.