ହାଇଦ୍ରାବାଦ: ଓଡିଶା ପାଇଁ ପାଇଁ ଖୁସିର ବିଷୟ । କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳିକୁ ସ୍ଥାନୀୟ ଭୌଗଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ(GI) ଟ୍ୟାଗ୍ ମିଳିଛି । କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଅଞ୍ଚଳରେ ଉତ୍ସାହ ପରିଲକ୍ଷିତ ହୋଇଛି । ସମସ୍ତେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ତେବେ ରସାବଳି କଣ ଏବଂ ଏହା କିଭଳି ପ୍ରସ୍ତୁତି ହୁଏ ତାହା ଆଜି ମଧ୍ୟ ଅନେକ ଲୋକ ଜାଣିନାହାନ୍ତି । ତେବେ ଏହି ରସାବଳି ଯେତିକି ନରମ ସେତିକି ସୁଆଦିଆ ମଧ୍ୟ । ପାଟିରେ ଗୋଟିଏ ମିଠା ପକାଇଲେ ଆତ୍ମାତୃପ୍ତି ହେଲା ଭଳି ମନେ ହୁଏ । ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ମିଠାର ଇତିହାସ ।
ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟହ ଲାଗି ହୁଏ ରସାବଳି: ସୂଚନା ଅନୁସାରେ, ଅନଙ୍ଗଭୀମ ଦେବଙ୍କ ସମୟରୁ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟକ୍ଷ ରସାବଳି ଭୋଗ କରାଯାଏ। ରସବଳୀର ଉତ୍ପତ୍ତି ସ୍ଥଳ କେନ୍ଦ୍ରାପଡ଼ା ବୋଲି ଦାବି କରାଯାଉଥିଲେ ହେଁ ବର୍ତ୍ତମାନ ସମସ୍ତ ସ୍ଥାନରେ ରସାବଳି ମିଳୁଛି । ତେବେ ଏହି ମିଷ୍ଟାନ୍ନର ପ୍ରସ୍ତୁତି ପ୍ରଣାଳୀ ଟିକେ ଜଟିଳ ହୋଇଥିଲେ ହେଁ ସ୍ବାଦ ଆଗରେ ହାର ମାନିଥାଏ ପରିଶ୍ରମ । ଛେନା, ଘିଅ, କ୍ଷୀର, ଚିନି, ଗୁଜରାତି, ଅଳେଇଚ ଆଦିକୁ ନେଇ ଏହି ମିଷ୍ଟାନ୍ନ ତିଆରି ହୋଇଥାଏ ।
ରସାବଳି ପାଇଁ ଆବଶ୍ୟକ ସାମଗ୍ରୀ:
- କ୍ଷୀର
- କେଶର
- ଛେନା
- ସୁଜି
- ଅଟା
- ତେଲ
- ଚିନି
- ଅଳେଇଚ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କ୍ଷୀରକୁ ନେଇ ସେଥିରେ କିଛି କେଶର ନେଇ ଭଲ ଭାବେ ଫୁଟାନ୍ତୁ । କ୍ଷୀରର ମାତ୍ରା ଅଧା ହେବା ପର୍ଯ୍ୟନ୍ତ କମ ଆଞ୍ଚରେ ବସାନ୍ତୁ । ଅନ୍ୟପଟେ ଏକ ପାତ୍ରରେ କିଛି ଛେନା ନେଇ ସେଥିରେ ଅଳ୍ପ ପରିମାଣର ସୁଜି ମିଶାନ୍ତୁ । ଏହାପରେ ଗୋଟିଏ ଚାମକ ଅଟା ନେଇ ଭଲ ଭାବେ ଚକଟନ୍ତୁ । 15 ମିନିଟ୍ ପର୍ଯ୍ୟନ୍ତ ଚକଟିବା ପରେ ତାହାକୁ ଛୋଟଛୋଟ ବଲ କରନ୍ତୁ । ପରେ ପନିର ଟିକି ଆକାରର କରନ୍ତୁ । ଏହାପରେ ପାତ୍ରରେ ଅଳ୍ପ ତେଲ ନେଇ ଏହି ପନିର ଟିକି ପକାଇ ଛାଣନ୍ତୁ । ବାଦାମୀ କଲର ହେଲା ଯାଏଁ ଉଭୟ ପାର୍ଶ୍ବକୁ ଓଲଟାଇ ଛାଣନ୍ତୁ । ଏହାପରେ ପୂର୍ବରୁ କମ ଆଞ୍ଚରେ ଫୁଟୁଥିବା କ୍ଷୀରରେ ସ୍ବାଦ ଅନୁସାରେ ଚିନି ପକାଇ ଗୋଳାନ୍ତୁ । ଏହାପରେ କିଛି ଅଳେଇଚକୁ ଭଲ ଭାବେ ଗୁଣ୍ଡ କରି ସେଥିରେ ପକାନ୍ତୁ । ଚିନି ଭଲ ଭାବେ ମିଶିବା ଯାଏଁ ଗୋଳାନ୍ତୁ । ଏହାପରେ ସେଥିରେ ଛଣା ଟିକି ପକାଇ 30 ମିନିଟ ଘୋଡାଇ ରଖନ୍ତୁ । ଏହାପରେ ସର୍ଭ୍ କରନ୍ତୁ ନରମ ନରମ ରସାବଳି ।
କହିରଖୁଛୁ କି, କ୍ଷୀର ମଧ୍ୟ ଆମର ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆବଶ୍ୟକ । କିନ୍ତୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ କମ୍ ଚର୍ବିଯୁକ୍ତ କ୍ଷୀରକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ । କମ ଚର୍ବି କ୍ଷୀରରେ ସମସ୍ତ ନ୍ୟୁଟ୍ରିସିୟନ ଥାଏ । ଆପଣ ଚିନି ବିନା ଦିନରେ 2-3 ଥର କମ ଚର୍ବିଯୁକ୍ତ କ୍ଷୀର ପିଇପାରିବେ, ଯାହା ଦ୍ବାରା ଆପଣଙ୍କ ଶରୀର ଡିହାଇଡ୍ରେଡ ଏବଂ ଫିଟ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ