ETV Bharat / sukhibhava

Breastfeeding Diet: ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କେତେ ପରିମାଣର ପ୍ରୋଟିନ ଆବଶ୍ୟକ ? ଜାଣନ୍ତୁ

ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷେତ୍ରରେ ପ୍ରୋଟିନର ଅଭାବ ଛୁଆ ଉପରେ ପ୍ରଭାବ ପକାଇଥାଏ । ଜାଣନ୍ତୁ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କେତେ ପରିମାଣର ପ୍ରୋଟିନ ଆବଶ୍ୟକ ?

Breastfeeding Diet
Breastfeeding Diet
author img

By ETV Bharat Odisha Team

Published : Oct 26, 2023, 8:23 AM IST

ହାଇଦ୍ରାବାଦ: ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ ଆବଶ୍ୟକ । ପ୍ରୋଟିନ ଶରୀରକୁ ଅନେକ ଉପାୟରେ ଉପକାର କରୁଥିବା ବେଳେ ଏହା ଶିଶୁର ସଠିକ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ । ଯଦି ମାଆଙ୍କ ଠାରେ ପ୍ରୋଟିନର ଅଭାବ ଦେଖାଯାଏ ତେବେ ଏହାର ପ୍ରଭାବ ଛୁଆ ଉପରେ ପଡିଥାଏ । କାରଣ ଏକ ନବଜାତ ଶିଶୁ କେବଳ ମା’ର କ୍ଷୀରରୁ ହିଁ ସମସ୍ତ ପୋଷକ ତତ୍ତ୍ବ ପାଇଥାଏ । ମା’ର କ୍ଷୀରର ପରିମାଣ ଏବଂ ଗୁଣ ତାଙ୍କ ଖାଦ୍ୟ ଉପରେ ନିର୍ଭର କରେ । ମା ସନ୍ତୁଳିତ ଖାଦ୍ୟ ନଖାଇବା ଦ୍ବାରା ଏହାର ପ୍ରଭାବ ଶିଶୁର ଚର୍ମ, ରକ୍ତ, ହାଡ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ପୁଷ୍ଟିକର ଉପାଦାନ ଗୁଡିକ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍‌ । ତେବେ ଜାଣନ୍ତୁ ସ୍ତନ୍ୟପାନ କରାଉଥିବା ମହିଳା କେତେ ପରିମାଣର ପ୍ରୋଟିନ ଖାଇବା ଆବଶ୍ୟକ ।

ସ୍ତନ୍ୟପାନ କରାଉଥିବା ମାଆମାନେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ନେବା ଆବଶ୍ୟକ କରନ୍ତି । କିନ୍ତୁ ବେଳେବେଳେ ସେମାନେ ନିଜ ସନ୍ତାନର ଯତ୍ନ ନେବାରେ ଏତେ ବ୍ୟସ୍ତ ହୁଅନ୍ତି ଯେ ସେମାନଙ୍କର ଖାଦ୍ୟ ଏବଂ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାଆନ୍ତି । USDAର ତଥ୍ୟ ଅନୁଯାୟୀ, ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ପ୍ରତିଦିନ ହାରାହାରି 54 ଗ୍ରାମ ପ୍ରୋଟିନ୍ ଆବଶ୍ୟକ । କିନ୍ତୁ ପ୍ରସବ ପରେ 70 ଗ୍ରାମ କିମ୍ବା ଅଧିକ ପ୍ରୋଟିନ୍ ମଧ୍ୟ ଆବଶ୍ୟକ । ତେଣୁ ସ୍ତନ୍ୟପାନ କରାଉଥିବା ମହିଳାମାନେ ନିଜ ଶରୀରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ୍‌ । ଯାହା ଦ୍ବାରା ସେମାନେ ସୁସ୍ଥ ରହିପାରିବେ ଏବଂ ଶିଶୁକୁ ପୁଷ୍ଟିକର କ୍ଷୀର ଦେଇପାରିବେ ।

ଏହା ମଧ୍ୟ ପଢନ୍ତୁ: World Breastfeeding Week 2022: ମାଆ କ୍ଷୀରର ଗୁରୁତ୍ବ, ଆବଶ୍ୟକତା

କେଉଁ ଖାଦ୍ୟରେ ଅଧିକ ପ୍ରୋଟିନ ମିଳେ:

  • ଡାଲି: ଚଣା, ମୁଗ, ବିରି ଏବଂ ବୁଟ ଡାଲିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ । ଏଥିରେ ଅଧିକ ପରିମାଣରେ ପ୍ରୋଟିନ ରହିଥାଏ ।
  • ଅଣ୍ଡା: ଏଥିରେ ଉତ୍ତମ ଗୁଣାବତ୍ତାର ପ୍ରୋଟିନ ରହିଥାଏ ।
  • ଦୁଗ୍ଧଜାତ ଦ୍ରବ୍ୟ: ଦହି, ପନିର ଏବଂ କ୍ଷୀର
  • ମାଛ: ଏଥିରେ ଅଧିକ ପରିମାଣରେ ପ୍ରୋଟିନ ରହିଥାଏ । ତତସହିତ ଓମେଗା ଫ୍ୟାଟି ଏସିଡ ରହିଥାଏ ।
  • ମାଂସ: ଚିକେନ ଏବଂ ଚର୍ବି ମାଂସରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ ।
  • ସୋୟାବିନ: ସୋୟା, ଚଣା ଖାଆନ୍ତୁ

ପ୍ରୋଟିନର ଅଭାବ ହେଲେ କଣ ହୁଏ: ଛୁଆଙ୍କ ଶାରୀରିକ ବିକାଶ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ପ୍ରୋଟିନର ଆବଶ୍ୟକତା ଅଧିକ ରହିଥାଏ । ଏହାର ଅଭାବ ଦେଖାଗଲେ ଛୁଆଙ୍କ ବିକାଶ ଠିକ ଭାବେ ହୋଇପାରେ ନାହିଁ । ହାଡ ଏବଂ ମାଂସପେଶୀ ଦୁର୍ବଳ ହୋଇଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି କମ ହେବା କାରଣରୁ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ଶରୀରର ଓଜନ କମ ହେବା ସହିତ କୁପୋଷଣର ଅଭାବ ଦେଖାଯାଏ ।

ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। କୌଣସି ସୂଚନା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.