ETV Bharat / sukhibhava

Horoscope: ଅଗଷ୍ଟ 16 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By

Published : Aug 16, 2023, 12:05 AM IST

ମେଷ: ଆପଣ ନିଜର କ୍ରୋଧୀ ଓ ବିବାଦୀୟ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଯଦି ସକ୍ଷମ ହେବେ, ତାହାହେଲେ ଆଜିର ଦିନଟିକୁ ଖୁସିରେ କାଟିବା ଆପଣଙ୍କ ପକ୍ଷେ ସହଜସାଧ୍ୟ ହେବ । ନଚେତ୍‍ ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆଜି ଆପଣ କୌଣସି ଆଲୋଚନା ଓ ତର୍କରେ ଭାଗ ନିଅନ୍ତୁ ନାହିଁ ।

ବୃଷ: ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ସଙ୍ଗେସଙ୍ଗେ ଦିନର ଶେଷ ଭାଗରେ ସେତେଟା ମିଳିବ ନାହିଁ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦୀ ଭାବରେ ପ୍ରତିଷ୍ଠିତ କରାଇବ । ଅଫିସରେ ମଧ୍ୟ ଆପଣ ସମ୍ମାନିତ ହୋଇପାରନ୍ତି ।

ମିଥୁନ: ଦିବସରେ ପ୍ରଥମାର୍ଦ୍ଧରେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଆପଣ ନିଜର ଖର୍ଚ୍ଚର ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ ନୁହେଁ କାରଣ ସେମାନେ ପଢାପଢିରେ ସଫଳତା ପାଇବେ ନାହିଁ । ଅପରାହ୍ନରେ କିଛି ପରିବର୍ତ୍ତନ ଘଟିପାରେ । ଆପଣ କିଛି ବନ୍ଧୁଙ୍କୁ ନିଜ ଗୃହକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିପାରନ୍ତି । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ ।

କର୍କଟ: ଆପଣ ନିଜର କ୍ରୋଧ ପ୍ରକୃତିକୁ ନିଜ ନିୟନ୍ତ୍ରଣକୁ ଆଣି ପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ । ଆପଣଙ୍କ ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ। ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେଯ ଆପଣଙ୍କ ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ: ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିଶେଷତଃ ନିଜର ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ। ଯଦି ଆପଣଙ୍କର ବାର୍ତ୍ତାଳପ ଯୁକ୍ତିସଙ୍ଗତ, ତଥାପି ଆପଣଙ୍କୁ ଶାନ୍ତ ରୁହିବା ପାଇଁ ପରାମର୍ଶ ଦିଆଯାଉଛି। ତାହାହେଲେ ଦିବସର ଶେଷାର୍ଦ୍ଧ ସୁଖ ଶାନ୍ତିରେ ଅତିବାହିତ କରିବେ। ନୂତନ ଚିନ୍ତାଧାରାରେ ଯୋଜନା କରି କାର୍ଯ୍ୟ ଆରମ୍ଭ କରିବେ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା କଷ୍ଟସାଧ୍ୟ ହେବନାହିଁ। ନିଜର ପ୍ରିୟଜନଙ୍କ ସଙ୍ଗେସଙ୍ଗେ ବନ୍ଧୁତ୍ୱର ସମ୍ପର୍କ ନିବିଡ ହେବ।

କନ୍ୟା: ଦିବସର ପ୍ରଥମାର୍ଦ୍ଧରେ ବୃତ୍ତି, କର୍ମରେ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ । ଆପଣ ନିଜର ବନ୍ଧୁବାନ୍ଧବଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ ।

ତୁଳା: ଆଜିର ଦିବସଟି ଆପଣଙ୍କ ନିମନ୍ତେ ଶୁଭ ଫଳଦାୟକ ଅଟେ। ଆଜି ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ ବୃତ୍ତିରେ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ଆପଣ ଏଥିପାଇଁ ଉପକୃତ ହେବେ । ଆପଣଙ୍କର ପଦୋନ୍ନତି ହୋଇପାରେ କିମ୍ଵା ଦରମା ବୃଦ୍ଧି ଘଟିପାରେ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା: ଭଗବାନ ତଥା ଗ୍ରହ ମାନଙ୍କ ପ୍ରଭାବରୁ ଦିନଟି ଭଲରେ କଟିବ । ପ୍ରତିକ୍ଷେତ୍ରରେ ଆପଣ କୃତକାର୍ଯ୍ୟ ହେବେ । ଚାକିରିରେ ପଦୋନ୍ନତି, ଦରମା ବୃଦ୍ଧି, ବିଦେଶ ଯାତ୍ରାରେ ଯାଇପାରନ୍ତି । ଶାରୀରିକ ସୁସ୍ଥତା ବଜାୟୀ ରହିବ । ମୌଜ ମଜଲିସରେ ସମୟ କାଟିବେ । ବନ୍ଧୁମାନଙ୍କ ସହ ପରିଭ୍ରମଣରେ ଯାଆନ୍ତୁ । ନୂତନ ଯୋଜନା କରି କାର୍ଯ୍ୟ ଆରମ୍ଭ କରନ୍ତୁ ଏବଂ ଆପଣଙ୍କର କର୍ମଦକ୍ଷତା ପ୍ରଦର୍ଶନ କରି ଉପରିସ୍ଥ ହାକିମଙ୍କୁ ପ୍ରଭାବିତ କରନ୍ତୁ । ଯାହାଦ୍ୱାରା ଆପଣ ଆତ୍ମସନ୍ତୋଷ ଲାଭ କରିବେ ।

ଧନୁ: ଦିବସର ପ୍ରାରମ୍ଭରୁ ପ୍ରତି ଘଣ୍ଟା ଅନ୍ତରରେ ଆପଣଙ୍କର ଉନ୍ନତି ଆରମ୍ଭ ହେବ । କ୍ରୋଧ, ହତାଶା, ହତୋତ୍ସାହ କିମ୍ଵା ଅଳସୁଆମିକୁ ପରିତ୍ୟାଗ କଲେ ଆଗକୁ ଅଗ୍ରଗତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କଳହପ୍ରିୟ ଲୋକଙ୍କ ସଙ୍ଗେ କୌଣସି ସମ୍ପର୍କ ରଖନ୍ତୁ ନାହିଁ କି ସେମାନଙ୍କ ସଙ୍ଗେ କୌଣସି ବାର୍ତ୍ତାଳପ କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଦିନଟି ଅଯଥାରେ କଟିବ । ଅପରାହ୍ନ ପରେ ପାରିବାରିକ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ ।

ମକର: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରଥମାର୍ଦ୍ଧରେ କର୍ମଜୀବୀମାନେ ଲାଭବାନ ହେବେ ଏବଂ ସୁଫଳ ପ୍ରାପ୍ତି ହୋଇପାରେ । ଆଜି ଆପଣ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ । ମାତ୍ର ମଧ୍ୟାହ୍ନ ପରେ ଅବସ୍ଥାରେ କିଛି ଅବନତି ଦେଖାଦେଇପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଅବନ୍ନତି ଘଟିପାରେ । ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ ।

କୁମ୍ଭ: ଆଜି ଦିନଟିର ଶୁଭ ସ୍ମୃତି ଆପଣଙ୍କ ମନରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ବୃତ୍ତିଧାରୀଙ୍କ ନିମିତ୍ତ ବୃତ୍ତି ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । କର୍ମଜୀବୀମାନେ ନିଜର ପଦୋନ୍ନତି ପାଇପାରନ୍ତି, ଦରମା ବୃଦ୍ଧି ମଧ୍ୟ ହୋଇପାରେ । ନିଜର ଶାରୀରିକ ସୁସ୍ଥତା ବଜାୟି ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ । ବନ୍ଧୁ ଓ ପରିବାର ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି ।

ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରାରମ୍ଭରୁ କଷ୍ଟ କାମ କରିବାକୁ ପଡ଼ିପାରେ । ମାତ୍ର ଦିବସର ଦ୍ୱିତୀୟାର୍ଦ୍ଧରେ ଶାନ୍ତି ଓ ସୁଖ ମିଳିବ । ପ୍ରାତଃ କାଳରୁ ମନରେ ଅଶାନ୍ତି, ଉତ୍କଣ୍ଠା ଓ ଅସଫଳତା ଯୋଗୁଁ ମନ ଅଶାନ୍ତ ରହିବ । ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ତେଣୁ ନିଜର ଅର୍ଥକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.