ETV Bharat / sukhibhava

Prevent Excess Sweat: ହାତ-ଗୋଡରୁ ଅଧିକ ଝାଳ ବାହାରୁଝି କି, ଆପଣାନ୍ତୁ ଏହି ଟିପ୍ସ - ଝାଳକୁ ରୋକିବାର ଉପାୟ

ହାତ-ଗୋଡରୁ ଅଧିକ ଝାଳ ବାହାରୁଝି କି । ଦୁର୍ଗନ୍ଧକୁ ନେଇ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ, ଚୁଟକିରେ ଦୂର ହେବ ସମସ୍ୟା । ଅଧିକ ପଢ଼ନ୍ତୁ

Prevent Excess Sweat
Prevent Excess Sweat
author img

By

Published : Aug 10, 2023, 5:17 PM IST

ହାଇଦ୍ରାବାଦ: ଦେଶର କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଉ କିଛି ସ୍ଥାନରେ ଗ୍ରୀଷ୍ମ ଅନୁଭୂତ ହେଉଛି । ଅଧିକ ଉତ୍ତାପ ଯୋଗୁଁ ହାତ-ଗୋଡରୁ ଝାଳ ବାହାରୁଛି । କେତେକ କ୍ଷେତ୍ରରେ ଏହା ଦୁର୍ଗନ୍ଧ ହେଉଥିବା ବେଳେ କାମ କରିବା ପାଇଁ ମଧ୍ୟ ଇଚ୍ଛା ହୋଇନଥାଏ । ତେବେ ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଯଦି ହଁ ଆପଣାନ୍ତୁ ଏହି ଟିପ୍ସ ଦୂର ହେବ ସମସ୍ୟା ।

  • ହାତ ଏବଂ ପାଦକୁ ବାରମ୍ବାର ଭଲ ଭାବେ ଧୁଅନ୍ତୁ । ବାହାରକୁ ଯାଇଥିଲେ ଆସିବା ପରେ ଜୋତାକୁ ଏବଂ ପାଦକୁ ଥଣ୍ଡାପାଣିରେ ଧୁଅନ୍ତୁ । ଯଦି ଅତ୍ୟଧିକ ଝାଳ ବାହାରୁଛି ତେବେ ସାବୁନ ବ୍ୟବହାର କରନ୍ତୁ । ଏହାଦ୍ବାରା ସ୍ବଚ୍ଛତା ବଜାୟୀ ରହିବା ସହିତ ଦୁର୍ଗନ୍ଧ ମଧ୍ୟ ଦୂର ହେବ ।
  • ଆଣ୍ଟିପରସ୍ପିରାଣ୍ଟ ବ୍ୟବହାର କରାଯାଇପାରିବ । ଏହା ଏକ ପ୍ରକାର ଔଷଧ ଯାହା ଝାଳ କମାଇବାରେ ସାହାଯ୍ୟ କରେ । ଏଥିରେ ଥିବା ଆଲୁମିନିୟମ୍ କ୍ଲୋରାଇଡ୍ ଝାଳକୁ ରୋକିବାରେ ସହାୟକ ହେବ ।
  • ଖରାଦିନେ ଜୋତା ବ୍ୟବାହର କରନ୍ତୁ ନାହିଁ ଏହା ବଦଳରେ ଆପଣ ସ୍ୟାଣ୍ଡେଲ ପିନ୍ଧି ପାରିବେ । କାରଣ ଜୋତାରେ ଝାଳ ଲାଗି ରହିବା କାରଣରୁ ଦୁର୍ଗନ୍ଧ ହୋଇଥାଏ । ତେଣୁ ଏହା ବଦଳରେ ଚମଡା ଚପଲ ପିନ୍ଧିପାରିବେ । ଚପଲରେ ବାୟୁ ଚଳପ୍ରଚଳ ହେବା କାରଣରୁ ଝାଳ ମଧ୍ୟ କମ ବାହାରିଥାଏ ।
  • ହାତ ଏବଂ ପାଦରେ ଅତ୍ୟଧିକ ଝାଳ ବାହାରୁଥିଲେ ପାଉଡର ବ୍ୟବହାର କରନ୍ତୁ । ପାଉଡର ଅତ୍ୟଧିକ ଝାଳରୁ ମୁକ୍ତି ଦେଇଥାଏ।
  • ଖରାରେ ପାଦ କଳା ପଡିଯିବ ବୋଲି ସମସ୍ତେ ସକ୍ସ ବ୍ୟବହାର କରନ୍ତି । ଆପଣ କଟନ ସକ୍ସ ବ୍ୟବହାର କରିପାରିବେ । ଧଳା ରଙ୍ଗର ସକ୍ସ ବ୍ୟବହାର କରିବା ଦ୍ବାରା ଏତେ ଝାଳ ବାହାରିନଥାଏ । ସକ୍ସ ପାଦର ଆର୍ଦ୍ରତାକୁ ଅବଶୋଷଣ କରିବା ସହିତ ଝାଳ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ: Pink Lips: ଆପଣାନ୍ତୁ ଏହି ଘରୋଇ ଉପଚାର, ପିଙ୍କ୍‌ ରହିବ ଓଠ

  • ଆହୁରି ମଧ୍ୟ, ଘରେ ଲିକ୍ୟୁର ଟି ତିଆରି କରନ୍ତୁ ଏବଂ ଏହାକୁ ଏକ ପାତ୍ରରେ ନିଅନ୍ତୁ। ଏଥିରେ ହାତ ଏବଂ ପାଦକୁ ଅଧ ଘଣ୍ଟା ଭିଜାନ୍ତୁ। ଦୈନନ୍ଦିନ ଏହି ଅଭ୍ୟାସ କରିବା ଦ୍ବାରା ଝାଳ ବାହାରିବା ବନ୍ଦ ହୋଇଯାଇଥାଏ।
  • ଯଦି ଆପଣଙ୍କ ଘରେ ଆପଲ୍ ସାଇଡର୍ ଭିନେଗାର ଅଛି, ତେବେ ଏହାର ବ୍ୟବହାର କରି ଆପଣ ପାଦର ଗନ୍ଧରୁ ମୁକ୍ତି ପାଇପାରିବେ । ଆପଲ୍ ସାଇଡର୍ ଭିନେଗାରକୁ ପାଣିରେ ମିଶାଇ ପ୍ରତିଦିନ 15-20 ମିନିଟ୍ ପର୍ଯ୍ୟନ୍ତ ନିଜ ହାତ ଏବଂ ପାଦରେ ଲଗାନ୍ତୁ । ଏହା କରିବା ଦ୍ବାରା ଚର୍ମର pH ସନ୍ତୁଳନ ରହିବା ସହିତ ଝାଳ ବାହାରିବା କମ ହେବ ।
  • ଆପଣ ଚାହିଁଲେ ବେକିଂ ସୋଡା ମଧ୍ୟ ବ୍ୟବହାର କରିପାରିବେ। ପବ୍‌ମେଟ୍‌ ସେଣ୍ଟ୍ରାଲ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବେକିଂ ସୋଡା ଚର୍ମର pH ସନ୍ତୁଳନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ବେକିଂ ସୋଡ଼ାକୁ ପାଣିରେ ମିଶାଇ ନିଜ ହାତ ଏବଂ ପାଦରେ ଲଗାନ୍ତୁ । ଏହାକୁ 15-20 ମିନିଟ୍ ପାଇଁ ଛାଡି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
  • ଦୁର୍ଗନ୍ଧରୁ ମୁକ୍ତି ପାଇଁ ଗନ୍ଧକର୍ପୁର ବ୍ୟବହାର କରନ୍ତୁ । ଉଷୁମ ପାଣିରେ କିଛି ଗନ୍ଧକର୍ପୁର ପକାନ୍ତୁ । ଏଥିରେ ହାତ ଏବଂ ପାଦକୁ ବୁଡ଼ାଇ ଦିଅନ୍ତୁ । ଏହାକୁ 15 ମିନିଟ୍ ପାଇଁ ଛାଡି ଧୋଇ ଦିଅନ୍ତୁ । ଲେମ୍ବୁ ପାଣି ମଧ୍ୟ ବ୍ୟବହାର କରିପାରିବେ । ସିଧାସଳଖ ଏକ ଲେମ୍ବୁକୁ କାଟି ଦୁଇ ହାତ ଏବଂ ପାଦରେ ଘଷନ୍ତୁ । ଏହାପରେ ଉଷୁମ ପାଣରି ଧୋଇ ଦିଅନ୍ତୁ । ସପ୍ତାହେ ଏଭଳି କରିବା ଦ୍ବାରା ଫଳ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.