ETV Bharat / sukhibhava

ହାର୍ଟଆଟାକ ଆସିବା ପରେ ବଦଳାନ୍ତୁ ଖାଦ୍ୟାଭ୍ୟାସ, ଏହି ଖାଇଲେ ସୁସ୍ଥ ରହିବ ହୃଦୟ - ହାର୍ଟ ଆଟାକ ପରେ କେଉଁ ଖାଦ୍ୟ ଖାଇବା ଉଚିତ

ହାର୍ଟଆଟାକ ଆସିବା ପରେ କେଉଁ ଖାଦ୍ୟ ଖାଇବେ ଏବଂ କେଉଁ ଠାରୁ ଦୂରେଇ ରହିବେ, ଏନେଇ ଚିନ୍ତିତ ରହିଛନ୍ତି କି ? ପଢନ୍ତୁ ପୁରା ଖବର

healthy heart diet
healthy heart diet
author img

By ETV Bharat Odisha Team

Published : Sep 24, 2023, 5:27 PM IST

ହାଇଦ୍ରାବାଦ: ଭାରତରେ ହୃଦଘାତ ମାମଲା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ଯୁବକମାନଙ୍କ ମଧ୍ୟରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି । ଏହାର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ । ଯଦି ହୃଦଘାତ ହୁଏ, ତେବେ ପୁନର୍ବାର ହୃଦଘାତରୁ ରକ୍ଷା ପାଇବା ପାଇଁ ସଠିକ୍ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ହୃଦରୋଗ ବିଶେଷଜ୍ଞମାନେ କହିଛନ୍ତି ଯେ, ବ୍ୟକ୍ତିର ଖାଦ୍ୟାଭ୍ୟାସ, ଶରୀରର ଓଜନ, ରକ୍ତଚାପ, କୋଲେଷ୍ଟ୍ରଲ ସ୍ତର ଏବଂ ରକ୍ତରେ ଶର୍କରା ସ୍ତର ହାର୍ଟ ଉପରେ ପ୍ରଭାବ ପକାଇଥାଏ । ଯଦି କେହି ହୃଦଘାତରେ ଆକ୍ରାନ୍ତ ହୋଇଥିଲେ କିମ୍ବା ପୂର୍ବରୁ ହୃଦ୍‌ରୋଗରେ ଚିକିତ୍ସିତ ହୋଇଥିଲେ, ତେବେ ଖାଦ୍ୟ ବଦଳାଇ ରୋଗ ଏବଂ ବାରମ୍ବାର ହୃଦଘାତକୁ ରୋକାଯାଇପାରିବ ।

ହାର୍ଟଆଟାକରୁ ବର୍ତ୍ତିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ:

  • ସନ୍ତୁଳିତ ଡାଏଟ: ହୃଦୟ ରୋଗୀମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଅନେକ ଡାଏଟ୍ ବିକଳ୍ପ ରହିଛି। ହୃଦୟ ରୋଗୀମାନେ ସେମାନଙ୍କ ଡାଏଟରେ ଅଧିକ ମାତ୍ରାରେ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଏହାସହିତ ଶସ୍ୟଜାତିୟ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
  • ଓମେଗା -3: ମୋନୋସାଚୁରେଟେଡ୍ ଫ୍ୟାଟ୍ ଏବଂ ଓମେଗା -3 ଫ୍ୟାଟି ଏସିଡ୍ ହୃଦୟ ପାଇଁ ଉତ୍ତମ ବୋଲି ବିବେଚନା କରାଯାଏ । ଆଭୋକାଡୋ, ଅଲିଭ୍ ତେଲ ଏବଂ ବାଦାମ ପରି ପ୍ରଚୁର ମୋନୋସାଟୁରେଟେଡ୍ ଫ୍ୟାଟ୍ ଖାଇବା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ । ଏହି ସବୁ ଜିନିଷ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ କମିଯାଏ ଏବଂ ଭଲ କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ । ଯାହା ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ।
  • ଫାଇବର ସମୃଦ୍ଧ ଖାଦ୍ୟ: ଶସ୍ୟଜାତୀୟ ଖାଦ୍ୟ, ଫଳ ଏବଂ ପନିପରିବାରେ ପ୍ରଚୁର ଫାଇବର ଥାଏ । ବ୍ରାଉନ୍ ରାଇସ ଏବଂ କ୍ୱିନୋଆ ପରି ଶସ୍ୟ ଜାତୀୟ ଖାଦ୍ୟ ଶରୀରରେ ରକ୍ତରେ ଶର୍କରା ସ୍ତର ଏବଂ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରିଥାଏ । ଫଳ ଏବଂ ପନିପରିବାରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ, ଯାହା ଆମ ହୃଦୟକୁ ସୁସ୍ଥ ରଖେ । ବ୍ରକୋଲି, ଗାଜର, ଏବଂ ପତ୍ରଯୁକ୍ତ ପନିପରିବା ହୃଦୟ ପାଇଁ ଉତ୍ତମ ଅଟେ।
  • ଦୁଗ୍ଧ ଜାତୀୟ ଉତ୍ପାଦ: କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ଦୁଗ୍ଧଜାତ ଦ୍ରବ୍ୟ ହୃଦ୍ ରୋଗକୁ ରୋକିବାରେ ସାହାଯ୍ୟ କରେ । କମ୍ ଚର୍ବିଯୁକ୍ତ କିମ୍ବା ଚର୍ବିମୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଉଚିତ୍‌ । ଏଥିମଧ୍ୟରୁ ଚର୍ବିମୁକ୍ତ ଦହି, ପନିର ଏବଂ କ୍ଷୀର ସେବନ କରିପାରିବେ।

ଏହା ମଧ୍ୟ ପଢନ୍ତୁ: Heart Disease: ହୃଦରୋଗରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି କି, ଜାଣନ୍ତୁ କେଉଁ ତେଲ ସ୍ୱାସ୍ଥ୍ୟ ଉପଯୋଗୀ

ଏଥି ପ୍ରତି ଅଧିକ ସତର୍କତା ଆବଶ୍ୟକ:

କମ୍ ଲୁଣ ଯୁକ୍ତ ଖାଦ୍ୟ: ହୃଦୟ ବା ହାର୍ଟ ରୋଗୀମାନେ କମ୍ ଲୁଣ ଖାଇବା ଉଚିତ୍‌ । ଅଳ୍ପ ପରିମାଣରେ ଲୁଣ ଗ୍ରହଣ କରିବା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ । କିନ୍ତୁ ଅଧିକ ଲୁଣ ରକ୍ତଚାପ ବୃଦ୍ଧି କରିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଅଳ୍ପ ପରିମାଣରେ ଲୁଣ ଖାଆନ୍ତୁ ।

ମଦ୍ୟପାନ କରନ୍ତୁ ନାହିଁ: ମଦ୍ୟପାନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ହୃଦଘାତ, ଷ୍ଟ୍ରୋକ୍ ଏବଂ ଅନ୍ୟାନ୍ୟ ସମସ୍ୟା ହୋଇପାରେ। ତେଣୁ ହାର୍ଟ ଆଟାକ ରୋଗୀଙ୍କ ପାଇଁ ଏହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

ଅଲଟ୍ରା ପ୍ରୋସେଡ ଫୁଡ ଖାଆନ୍ତୁ ନାହିଁ: ଏହି ପ୍ରକାରର ଖାଦ୍ୟରେ ପ୍ରଚୁର ପରିମାଣରେ ଚିନି ଏବଂ ସୋଡ଼ିୟମ ଥାଏ। ଅନ୍ୟପଟେ ପୋଷକ ତତ୍ତ୍ବର ମାତ୍ରା କମ ରହିଥାଏ । ତେଣୁ ଅଲଟ୍ରା ପ୍ରୋସେଡ ଖାଦ୍ୟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ସୋଡା ଏବଂ ଏନର୍ଜି ଡ୍ରିଙ୍କ୍ସ, ଆଇସକ୍ରିମ୍ ଏବଂ କ୍ୟାଣ୍ଡି ବାର୍, ପ୍ୟାକ୍ ହୋଇଥିବା ସ୍ନାକ୍ସ ଏବଂ ମିଠା ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ତେଲ ବା ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ: ଫ୍ରେଞ୍ଚ ଫ୍ରାଇସ ଏବଂ ଚିକେନ୍ ପକୋଡା ପରି ଭଜା ଖାଦ୍ୟ ଶରୀରକୁ କ୍ଷତି ପହଞ୍ଚାଏ । ତେଣୁ ଉକ୍ତ ଖାଦ୍ୟ ଠାରୁ ଦୂରତା ବଜାୟୀ ରଖିବା ଆବଶ୍ୟକ।

ବିଦ୍ର: ଏହା ଏକ ସୂଚନା ଉପରେ ଆଧାରିତ ଖବର। ହାର୍ଟଆଟାକ ପରେ ଡାକ୍ତରଙ୍କ ସହ ପରମାର୍ଶ କରି ଡାଏଟ ଫଲୋ କରନ୍ତୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.