ETV Bharat / sukhibhava

Blur Vision: ଝାପସା ଦେଖାଯାଉଛି କି ? ଆଖି ସହ ହୋଇଥାଇପାରେ ଏହି ସମସ୍ୟା

author img

By

Published : Jun 12, 2023, 3:25 PM IST

ଆଖିକୁ ଝାପସା ଦେଖିଯିବାର ଗୋଟିଏ କାରଣ ନୁହେଁ ବରଂ ଅନେକ କାରଣ ହୋଇଥାଏ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଅନ୍ତି । କୌଣସି ପ୍ରକାର ଆଖି ସମସ୍ୟା ହେଲେ ମଧ୍ୟ ଏହାକୁ ହାଲୁକା ଭାବେ ନେବା ଅନାବଶ୍ୟକ । ଅଧିକ ପଢନ୍ତୁ

Blur Vision
Blur Vision

ହାଇଦ୍ରାବାଦ: ଖରାପ ଜୀବନଶୈଳୀର ନକାରାତ୍ମକ ପ୍ରଭାବ ମଧ୍ୟ ଆଖିରେ ଦ୍ରୁତ ଗତିରେ ବଢୁଛି। ଏହି କାରଣରୁ, ଆଖି ସହିତ ଜଡିତ ଅନେକ ରୋଗ ଦେଖାଯାଉଛି । ଆଜିର ସମୟରେ ଲୋକେ କମ ବୟସରୁ ଆଖି ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଖି ସମସ୍ୟା ଦେଖାଯାଉଥିବା ବା ଝାପସା ଦେଖାଯାଉଥିବା ବ୍ୟକ୍ତିମାନେ କେବଳ ଆଖି ସମସ୍ୟାରେ ଜଡିତ ହୋଇନଥାଆନ୍ତି। ଅନେକ କାରଣରୁ ଆଖି ଉପରେ ପ୍ରଭାବ ପଡିଥାଏ। କେତେକ କ୍ଷେତ୍ରରେ ଦେଖାଯାଇଛି ଯେ, ଅନେକ ରୋଗ କାରଣରୁ ଆଖି ଉପରେ ଏହାର ପ୍ରଭାବ ପଡୁଛି । ଫଳରେ ଲୋକେ ଦେଖିବାରେ ସମସ୍ୟା ଭୋଗୁଛନ୍ତି ।

ଝାପସା ଦେଖାଯାଉଥିଲେ ହୋଇଯାଆନ୍ତୁ ସାବଧାନ: ଚକ୍ଷୁ ରୋଗ ହେତୁ ଆଲୋକ ସଠିକ୍ ଭାବରେ ବା କ୍ଲିୟରରେ ଦେଖିପାରିନଥାନ୍ତି। ଫଳରେ ଅନେକ ସମୟରେ ଝାପସା ଝାପସା ବା ବ୍ଲର୍‌ ଦେଖାଯାଇଥାଏ। ଆଜିକାଲି ଯୁବପିଢିଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ଭିଜନ୍ ସିଣ୍ଡ୍ରୋମ୍ ହେତୁ ଏହି ସମସ୍ୟାଗୁଡ଼ିକ ମଧ୍ୟ ଘଟିବା ଆରମ୍ଭ କରିଛି । ବେଳେବେଳେ ଏହି ସମସ୍ୟା ଏତେ ଗମ୍ଭୀର ହୋଇଯାଏ ଯେ, ଆଖି ପାଇଁ ଚିକିତ୍ସା କରିବା ସତ୍ତ୍ବେ ମଧ୍ୟ ଠିକ୍‌ ଭାବେ ଦେଖାଯାଏ ନାହିଁ । ଏଭଳି ହେଲେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଏହା ଅନେକ ପ୍ରକାର ରୋଗର ସଙ୍କେତ ହୋଇଥାଏ । ଏଭଳି ପରିସ୍ଥିତିରେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ଏହି ସମସ୍ୟା ପାଇଁ ହୋଇଥାଇପାରେ ଆଖି ସମସ୍ୟା:

1. ଏକାଗ୍ରତାର ସହ ଗୋଟିଏ ଜିନିଷକୁ ଦେଖିବା: ଯଦି ଆପଣ ଗୋଟିଏ ପରଦାକୁ ଦୀର୍ଘ ସମୟ ଧରି ଦେଖନ୍ତି ବା ଏକାଗ୍ରତାର ସହ ଅନାଇଥାଆନ୍ତି, ତେବେ ଏଭଳି ସ୍ଥଳେ ଆଖିର ପଲକ ପଡିନଥାଏ । ଆଖିର ପଲକ ନପଡିବା କାରଣରୁ ଲୁହ ଅଂଶ କମି ଯାଇଥାଏ । ଯାହାକି ଦେଖିବାରେ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗୋଟିଏ ସ୍କ୍ରିନ୍‌ ବା ପରଦାରୁ ଏକାଗ୍ରତାର ସହ ଅଧିକ ସମୟ ଦେଖିବା ଉଚିତ ନୁହେଁ ।

2. ମଧୁମେହ ରୋଗ: ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବା କାରଣରୁ ଆଖିରେ ସମସ୍ୟା ଦେଖାଯାଇଥାଏ । ଫଳରେ ପ୍ରାୟତଃ ରୋଗୀ ଠିକ ଭାବେ ଦେଖି ପାରିନଥାଆନ୍ତି । ରକ୍ତରେ ଗ୍ଲୁକୋଜ ସ୍ତର ସ୍ବାଭାବିକ ହେଲେ ପୁଣିଥିରେ ଆଖିରେ ଉନ୍ନତି ଆସିଥାଏ । ମଧୁମେହ ରୋଗୀମାନେ ରେଟିନୋପାଥି, ଆଖିର ପଛପଟୁ ରକ୍ତସ୍ରାବ ଏବଂ ଆଖି ସହିତ ଜଡିତ ଅନ୍ୟାନ୍ୟ ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି । ସେଥିପାଇଁ ମଧୁମେହକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ।

3. ରକ୍ତଚାପ: ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ ହେତୁ ଦୁର୍ବଳତା ଏବଂ ମୁଣ୍ଡ ବୁଲାଇବା ମଧ୍ୟ ସମସ୍ୟା ଦେଖାଦେଇଥାଏ । ଏହାଦ୍ୱାରା ଆଖି ମଧ୍ୟ ପ୍ରଭାବିତ ହୋଇଥାଏ । ଯଦି ରକ୍ତଚାପ କମ୍ କିମ୍ବା ଅଧିକ ହୋଇଥାଏ ତେବେ ଠିକ୍ ସମୟରେ ଔଷଧ ଖାଇବା ଉଚିତ ଅଟେ । ହାର୍ଟ ସମସ୍ୟା ପାଇଁ ମଧ୍ୟ କେତେକ କ୍ଷେତ୍ରରେ ଆଖି ଉପରେ ପ୍ରଭାବ ପଡିଥାଏ ।

4.ମାଇଗ୍ରେନ୍: ମାଇଗ୍ରେନ୍ ରୋଗୀଙ୍କ କ୍ଷେତ୍ରେରେ ପ୍ରାୟ ଏକ ଚତୁର୍ଥାଂଶ ଦୃଷ୍ଟିଶକ୍ତି ହରାଇ ଥାଆନ୍ତି। ଅନେକ ସମୟରେ ଆଖିକୁ ଝାରସା ଦେଖାଯାଇଥାଏ । ତେବେ ମୁଣ୍ଡ ବିନ୍ଧା ହେଲେ ମଧ୍ୟ ଆଖି ସମସ୍ୟା ହୋଇପାରେ । ଭୟଙ୍କର ମାଇଗ୍ରେନ୍‌ ଯୋଗୁଁ ଏହି ସମସ୍ୟା ମଧ୍ୟ ହୋଇପାରେ । ମାଇଗ୍ରେନ୍ ସାଇକୋସୋମାଟିକ୍ ବ୍ୟାଧିରେ ସହାୟକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.