ETV Bharat / sukhibhava

Parijat Flowers: ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି ? ଏହି ଫୁଲ ଦୂର କରିବ ସମସ୍ୟା

author img

By ETV Bharat Odisha Team

Published : Sep 4, 2023, 11:16 AM IST

ପାରଜାତ ଫୁଲରେ ଅନେକ ଔଷଧୀୟ ଗୁଣ ରହିଥାଏ । ଏହାର ଫୁଲ, ପତ୍ର ଏବଂ ତେଲର ବ୍ୟବହାର ଦ୍ବାରା ଅନେର ରୋଗରୁ ମୁକ୍ତି ମିଳିଥାଏ । ଅଧିକ ପଢନ୍ତୁ

Parijat Flowers
Parijat Flowers

ହାଇଦ୍ରାବାଦ: ପାରିଜାତ ବା ଗଙ୍ଗଶିଉଳି ଫୁଲ ବିଶେଷତଃ ଭାରତ, ନେପାଳ, ବାଂଲାଦେଶ, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆରେ ଦେଖାଯାଇଥାଏ । ଏହି ଗଛକୁ ବିଜ୍ଞାନ ଭାଷାରେ Nyctanthes arbor-tristis କୁହାଯାଏ । ଏହି ଫୁଲ ଯେତିକି ଆକର୍ଷଣୀୟ ସେତିକି ସୁଗନ୍ଧିତ । ତେବେ ସ୍ବାସ୍ଥ୍ୟବିଶେଷଜ୍ଞଙ୍କ କହିବା ଅନୁସାରେ, ଗଙ୍ଗଶିଉଳି ଗଛର ଫୁଲ ସହିତ ପତ୍ରରେ ମଧ୍ୟ ସ୍ବାସ୍ଥ୍ୟ ଉପକାରିତା ଗୁଣ ରହିଛି ।

ଆୟୁର୍ବେଦିକ ଚିକିତ୍ସାରେ ପାରିଜାତ ବା ଗଙ୍ଗଶିଉଳି ଫୁଲର ବିଶେଷ ଗୁରୁ୍ତ୍ବ ରହିଛି । ଏହାର ଫୁଲ, ପତ୍ର ଏବଂ ତେଲ ବିଭିନ୍ନ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । ସାଧାରଣତଃ ଥଣ୍ଡା, ପାଚନ ସମ୍ବନ୍ଧୀୟ ସମସ୍ୟା, ଆଥ୍ରାଇଟିସ ଏହଂ ପିଲାମାନଙ୍କର ପେଟ ଯନ୍ତ୍ରଣା ଦୂର କରିବାରେ ଏହା ସହାୟକ ହୋଇଥାଏ । ତେବେ ଜାଣନ୍ତୁ ଗଙ୍ଗଶିଉଳିର ସ୍ବାସ୍ଥ୍ୟ ଉପକାରିତା

ଏହା ମଧ୍ୟ ପଢନ୍ତୁ: Juvenile Arthritis: ଛୁଆଙ୍କ ପାଇଁ ବିପଦ ଜୁଭେନାଇଲ ଆଥ୍ରାଇଟିସ, ଜାଣନ୍ତୁ ଏହାର କାରଣ

  • ଥଣ୍ଡାରୁ ରକ୍ଷା କରେ: ଗଙ୍ଗଶିଉଳି ଫୁଲର ଚା' ବା କାଢା ଥଣ୍ଡା ଏବଂ କାଶ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ଦାଉରୁ ମଧ୍ୟ ରକ୍ଷା କରିଥାଏ।
  • ହଜମ ପ୍ରକ୍ରିୟାରେ ସହାୟକ: ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ପାରିଜାତ ଫୁଲ ଆୟୁର୍ବେଦିକ ଔଷଧ ଭାବେ ଜଣାଶୁଣା। ଏହି ଫୁଲରେ ଭିଟାମିନ ସି, ଆଣ୍ଟିଅକ୍ସିଡେ୍ଟ ଏବଂ ବିଭିନ୍ନ ପୋଷକ ତତ୍ତ୍ବ ମିଳିଥାଏ। ଯାହାକି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସହାୟକ ଅଟେ।
  • ଆଣ୍ଠୁଗଣ୍ଠି ରୋଗ ବା ଆର୍ଥ୍ରାଇଟିସରୁ ମୁକ୍ତି: ଗଙ୍ଗଶିଉଳି ଫୁଲରୁ ପ୍ରସ୍ତୁତ ତେଲ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଏବଂ ଆର୍ଥ୍ରାଇଟିସ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହି ଫୁଲରେ ରହିଥିବା ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ଫୁଲା କମ କରିବାରେ ସହାୟକ ହୋଇଥାଏ ।
  • ଚିନ୍ତା ଦୂର କରେ: ପାରଜାତ ଫୁଲର ସୁଗନ୍ଧ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ମାନସିକ ଶାନ୍ତି ପ୍ରଦାନ କରିଥାଏ । ତେଣୁ ଆୟୁର୍ବେଦିକ ଚିକିତ୍ସା କ୍ଷେତ୍ରରେ ଏହି ଫୁଲକୁ ଅଧିକ ବ୍ୟବହାର କରାଯାଇଥାଏ । ଅରୋମାଥେରାପି ଏବଂ ଆୟୁର୍ବେଦରେ ଏହା ଏକ ପ୍ରାକୃତିକ ଉପଚାର ଭାବରେ ବିବେଚନା କରାଯାଏ । ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅରୋମାଥେରାପି ପ୍ରଦାନ କରାଯାଏ । ଯାହା ମାନସିକ ଚାପ ହ୍ରାସ କରିବାରେ ସାହାଯ୍ୟ କରେ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ତଥ୍ୟଭିତ୍ତିକ ଖବର ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.