ETV Bharat / sukhibhava

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଗାଜରର ଉପକାରିତା

author img

By

Published : Dec 24, 2020, 7:15 PM IST

ସ୍ବାସ୍ଥ୍ୟ ପାଇଁ ହିତକର ଗାଜର । ଗାଜରରୁ ଅନେକ ସୁଆଦିଆ ଓ ଲୋକପ୍ରିୟ ଖାଦ୍ୟ ବି ପ୍ରସ୍ତୁତ ହୋଇଥାଏ । ଗାଜର ହାଲୁଆ ଏହାର ଏକ ଉଦାହରଣ ।

ଗାଜରର ଉପକାରିତା
ଗାଜରର ଉପକାରିତା

ଉନ୍ନତ ଦୃଷ୍ଟିଶକ୍ତି ପାଇଁ ଉପାଦାନରେ ଭରପୂର ଗାଜର କେବଳ ସୁଆଦିଆ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର । ଏହା ଏକ ଉତ୍କୃଷ୍ଟ ଶୀତକାଳୀନ ପରିବା । ଗାଜରରୁ ଅନେକ ସୁଆଦିଆ ଓ ଲୋକପ୍ରିୟ ଖାଦ୍ୟ ବି ପ୍ରସ୍ତୁତ ହୋଇଥାଏ । ଗାଜର ହାଲୁଆ ଏହାର ଏକ ଉଦାହରଣ । ଚପାତି ,କେକ୍ , ପୁଡିଂ, ଆଚାର, ଜୁସ୍‌, ସାଲାଡରେ ଗାଜର ବ୍ୟବହାର କରାଯାଏ । ଗାଜରରେ ପୋଷକ ତତ୍ତ୍ବ ଭରି ରହିଛି । ଗାଜରରୁ ମିଳିବ ଅନେକ ସ୍ବାସ୍ଥ୍ୟଗତ ଫାଇଦା ।

ଗାଜରରେ ଥିବା ପୋଷକ;

ଗାଜରରେ ବିଟା-କାରୋଟିନ ପ୍ରଚୁର ପରିମାଣରେ ଥାଏ । ଏହାଛଡା ଫାଇବର, ଆଣ୍ଟି ଅକ୍ସିଡାଣ୍ଟ , ଭିଟାମିନ ଏ , ଭିଟାମିନ ସି , ଭିଟାମିନ କେ, ପାନ୍ତୋଥେନିକ ଏସିଡ୍‌, ଫୋଲାଟେ, ପୋଟାସିୟମ, ଆଇରନ, କପର, ଫସଫରସ, ମ୍ୟାଗ୍ନେଜିୟମ , ଆୟୋଡିନ ଓ ସୋଡିୟମ ବି ବହୁଳ ପରିମାଣରେ ଗାଜରରୁ ମିଳେ ଏସବୁ ଆମ ସ୍ବାସ୍ଥ୍ୟ ପାଇଁ ବେଶ ହିତକର ।

ଗାଜର ହାଲୁଆର ଉପକାରିତା;

ପାଟିରୁ ଲାଳ ବୁହାଇ ଦେଉଥିବା ଭାରତୀୟ ଖାଦ୍ୟ ଗାଜର ହାଲୁଆ ଭାରି ସୁଆଦିଆ ଲାଗେ । ଶୀତଦିନେ ଆମ ଦେଶରେ ଘରେଘରେ ପ୍ରସ୍ତୁତ ହୋଇଥାଏ ଗାଜର ହାଲୁଆ । ପାଟିକୁ ସୁଆଦିଆ ଲାଗିବା ସହ ଶରୀରକୁ ପୋଷଣ ପ୍ରଦାନ କରିଥାଏ ଗାଜର ହାଲୁଆ । ଗାଜରକୁ ରାନ୍ଧିଲା ପରେ ଏଥିରେ ଥିବା ଫିନୋଲିକ ଏସିଡ୍ ଓ ବିଟା କାରୋଟିନ୍ ଅଧିକ ମାତ୍ରାରେ ବୃଦ୍ଧି ପାଏ । ଯଦି ଗାଜରକୁ କ୍ଷୀର ବା ଘିଅରେ ରନ୍ଧାଯାଏ, ତାହା ହେଲେ ଫ୍ୟାଟ୍ ନିୟନ୍ତ୍ରଣ କରୁଥିବା କାରୋଟେନୋଏଡ୍ସର ପରିମାଣ ବଢିଥାଏ । ଏଭଳି ଭାବେ ଆମ ଶରୀର ଗାଜରରେ ଥିବା ପୋଷକ ପାଇଥାଏ । ସେଥିପାଇଁ ଗାଜର ହାଲୁଆକୁ ସ୍ବାସ୍ଥ୍ୟ ପାଇଁ ବେଶ ହିତକର ମନେ କରାଯାଏ ।

ଗାଜର ରସର ଫାଇଦା;

ଗାଜର ରସ ପିଇଲେ ଶରୀରରେ ହିମୋଗ୍ଲୋବିନ ମାତ୍ରା ବଢିଥାଏ । ଏହାଛଡା ଗାଜର ରସ ତଳିପେଟର ଫ୍ୟାଟ୍ କମାଇଥାଏ । ଫାଇବର୍‌ରେ ସମୃଦ୍ଧ ଥିବାରୁ ଗାଜର ଶରୀରର ହଜମ ଶକ୍ତି ବୃଦ୍ଧି କରେ। ଏହାଛଡା ଗାଜରରେ କାରୋଟିନ୍ ପ୍ରଚୁର ମାତ୍ରାରେ ଥିବାରୁ ଚାପରୁ ମୁକ୍ତି ମିଳିଥାଏ । ଗାଜରରେ ଭିଟାମିନ-ଏ ରହିଥିବାରୁ ଏହା ଦୃଷ୍ଟିଶକ୍ତି ଭଲ ରଖେ । ଦୈନିକ ଗୋଟିଏ ଗ୍ଲାସ ଗାଜର ରସ ପିଇଲେ ତ୍ବଚା ଭଲ ରହେ । ଏହାଛଡା ଗାଜରରେ ଥିବା କାରୋଟେନୋଏଡ୍ ହୃଦରୋଗୀଙ୍କ ସ୍ବାସ୍ଥ୍ୟ ଭଲ ରଖେ । ଗାଜର ରସ ପ୍ରତିଦିନ ପିଇଲେ କୋଲଷ୍ଟ୍ରଲ ନିୟନ୍ତ୍ରଣ ହୁଏ ।

ଗାଜର ମୁରାବାର ଉପକାରିତା;

ଗାଜର ମାଲାମଲାଡେ ବା ମୁରାବାର ଆୟୁର୍ବେଦିୟ ଓ ୟୁନାନି ମେଡିସିନ ସିଷ୍ଟମର ଏକ ମେଡିସିନ ଭାବେ ଦିଆଯାଏ । ଏହାକୁ ସୁପରଫୁଡ୍ ବୋଲି କୁହାଯାଏ । ଏହା ଦୁର୍ବଳତା, କ୍ଲାନ୍ତି ଓ ମାନସିକ ଚାପରୁ ମୁକ୍ତି ଦେଇଥାଏ । ଏହାର ଆଉ କେତେକ ଉପକାରିତା ମଧ୍ୟରହିଛି ।

  • ଗାଜର ମୁରାବା କ୍ୟାନସର ବିପଦ ହ୍ରାସ କରେ ବୋଲି ବିଶ୍ବାସ କରାଯାଏ । କାରଣ ଏଥିରେ ଆଣ୍ଟି କ୍ୟାନସର ଉପଦାନ ରହିଥାଏ, ଯାହା କି କ୍ୟାନସର ସେଲଗୁଡିକୁ ନଷ୍ଟ କରିବାରେ ସହାୟକ ହୁଏ ।
  • ଗାଜର ମରମଲାଡେରେ କାରୋଟିନୋଏଡ୍ ପ୍ରଚୁର ପରିମାଣରେ ଥାଏ। ତେଣୁ ଏହା ହୃଦରୋଗର ବିପଦ ହ୍ରାସ କରିଥାଏ । ଏହାଛଡା ଗାଜରରେ ଆଲଫା କାରୋଟିନ, ବିଟା-କାରୋଟିନ ଓ ଲୁଟିନ ବହୁ ପରିମାଣରେ ଥାଏ ।
  • ଗାଜର ଖାଇଲେ ବୟସ ଜଣାପଡେ ନାହିଁ । ତ୍ବଚା ବେଦାଗ ରହେ । ଗାଜରରେ ଉଚ୍ଚମାତ୍ରାରେ ବିଟା-କାରୋଟିନ ରହିଥିବାରୁ ସେଲୁଲାର ଡ୍ୟାମେଜ ହେଲେ ଏହା ଆଣ୍ଟି ଅକ୍ସିଡାଣ୍ଟ ଭାବେ କାମ କରିଥାଏ ।
  • ଉନ୍ନତ ଦୃଷ୍ଟିଶକ୍ତି ପାଇଁ ଗାଜର ଖାଇବା ଦରକାର । କାରଣ ଏଥିରେ ଭିଟାମିନ-ଏ ବହୁ ପରିମାଣରେ ରହେ ।
  • ଗାଜର ମୁରାବା ଖାଇଲେ ଦାନ୍ତ ଶକ୍ତ ରହେ । ଗାଜର ଫେସ୍ ପ୍ୟାକ୍ ଗାଜରର ବାହ୍ୟ ବ୍ୟବହାର ମଧ୍ୟ ରହିଛି । ଗାଜରରୁ ନିର୍ମିତ ଫେସ୍ ପ୍ୟାକ୍ସ ଆପଣଙ୍କ ତ୍ବଚାକୁ ନରମ ଓ ଆକର୍ଷଣୀୟ ରଖିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.