ETV Bharat / sukhibhava

ଶୀତଦିନେ ମୁଣ୍ଡବ୍ୟଥା ସମସ୍ୟା ଲାଗି ରହୁଥିଲେ ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଶୀତଦିନେ ଥଣ୍ଡା, କାଶ ସାଙ୍ଗକୁ ମୁଣ୍ଡବ୍ୟଥା ମଧ୍ୟ ଲାଗି ରହିଥାଏ । ଆରାମ ପାଇଁ ଅଧିକାଂଶ ଲୋକ ଔଷଧ ସେବନ କରିଥାନ୍ତି, ଯାହା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ । ଘରୋଇ ଉପଚାରରେ କିପରି ମୁଣ୍ଡବ୍ୟଥା ଦୂର କରିବେ, ଜାଣନ୍ତୁ

author img

By

Published : Jan 18, 2023, 7:05 PM IST

headache
headache

ହାଇଦ୍ରାବାଦ: ପ୍ରାୟତଃ ଶୀତଋତୁକୁ ରୋଗର ଋତୁ କୁହାଯାଏ । କାରଣ ଏହି ସମୟରେ ପ୍ରତିରୋଧ ପ୍ରଣାଳୀ ଦୁର୍ବଳ ହେବା ସାଙ୍ଗକୁ ନାନା ରୋଗ ମାଡିବସେ । ବିଶେଷ କରି ଶୀତଋତୁରେ ଅଧିକାଂଶ ଲୋକ ଶାରୀରିକ କାର୍ଯ୍ୟ କମ୍ କରିଥାନ୍ତି, ଯାହା ଫଳରେ ରୋଗର ଆଶଙ୍କା ବୃଦ୍ଧିପାଏ । ଏହି ସମୟରେ ଅନେକ ଲୋକ ମୁଣ୍ଡବ୍ୟଥା ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁ କାରଣରୁ କୌଣସି କାମ ପ୍ରତି ଇଚ୍ଛା ନହେବା ସହ ଏକାଗ୍ରତା ମଧ୍ୟ ହ୍ରାସ ପାଇଥାଏ । ଏହା ମଧ୍ୟ ତାପମାତ୍ରାର ତତକ୍ଷଣାତ୍ ପରିବର୍ତ୍ତନ ହେତୁ ହୋଇଥାଏ । ତେଣୁ ଶୀତଋତୁରେ ମୁଣ୍ଡବ୍ୟଥାରୁ କିପରି ଆରାମ ପାଇବେ, ଜାଣନ୍ତୁ...

ସବୁଠୁ ବଡ କଥା ହେଉଛି କି, କୌଣସି ସାମାନ୍ୟ ଶାରୀରିକ ବ୍ୟାଧି ପାଇଁ ଔଷଧ ଖାଇବାଠୁ ଦୂରେଇ ରହିବା । କାରଣ ଔଷଧ ସମ୍ପୃକ୍ତ ରୋଗକୁ ଭଲ କରିଦେଇଥାଏ ସତ ହେଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ । ତେଣୁ ଥଣ୍ଡା, ଜ୍ବର, ମୁଣ୍ଡ ବିନ୍ଧା ଭଳି ସମସ୍ୟାକୁ ଘରୋଇ ଉପଚାରରେ ଆରୋଗ୍ୟ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:- ଶୀତଦିନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହିସବୁ ଉପାୟ

ମୁଣ୍ଡବିନ୍ଧାର ଘରୋଇ ଉପଚାର:- ଯେତେବେଳେ ମୁଣ୍ଡବିନ୍ଧା ହୁଏ, ପ୍ରାୟତଃ ଏପରି ଜିନିଷ ଖାଇବାକୁ ପରାମର୍ଶ ଦିଆଯାଏ, ଯାହା କଫିନ୍‌ରେ ଭରପୂର ଥାଏ । ଚା ’କିମ୍ବା କଫିରେ କଫିନ୍ ଥାଏ, କଫିନ୍ ଖାଇବା ଦ୍ବାରା ମନକୁ ଆରାମ ମିଳିଥାଏ, ଯାହା ଧୀରେଧୀରେ ଚାପକୁ ହ୍ରାସ କରିଥାଏ ଏବଂ ମୁଣ୍ଡବ୍ୟଥା ଦୂର ହୋଇଯାଏ ।

ଯୋଗ କରନ୍ତୁ:- ଯଦି ମୁଣ୍ଡବିନ୍ଧାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଯୋଗ ଆପଣାନ୍ତୁ । ଯୋଗ ମୁଣ୍ଡବିନ୍ଧା ଏବଂ ଟେନସନରୁ ମୁକ୍ତି ଦେଇପାରେ । ଯୋଗ ମୁଣ୍ଡବିନ୍ଧାର ଏକ ପ୍ରମୁଖ ପ୍ରାକୃତିକ ଉପଚାର ।

ଏହା ମଧ୍ୟ ପଢନ୍ତୁ:- ଗର୍ଭାବସ୍ଥାରେ କୋଭିଡ, ମହିଳାଙ୍କ ଜୀବନ ପ୍ରତି ବଢାଇଛି ଅଧିକ ବିପଦ

ଉଷୁମ ତେଲ ସହିତ ମାଲିସ୍ କରନ୍ତୁ:- ଯଦି ମୁଣ୍ଡବ୍ୟଥା ସମୟରେ ସୋରିଷ ତେଲକୁ ଉଷୁମ କରି ମାଲିସ୍ କରନ୍ତି, ତେବେ ଏହା ମାଂସପେଶୀକୁ ଆରାମ ଦେଇଥାଏ, ଯେଉଁ କାରଣରୁ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ ।

ଯଥେଷ୍ଟ ଶୋଇବା ଅଭ୍ୟାସ ରଖନ୍ତୁ:- ନିଦ ଏକ ଏପରି ଜିନିଷ, ଯାହା ଅଧିକାଂଶ ରୋଗର ଉପଚାର । ଆବଶ୍ୟକ ମୁତାବକ ନ ଶୋଇବା ମଧ୍ୟ ବେଳେବେଳେ ମୁଣ୍ଡବିନ୍ଧାର କାରଣ ହୋଇଥାଏ । ତେଣୁ ଯଥା ସମ୍ଭବ ଶୋଇବା ଅଭ୍ୟାସ ବଜାୟ ରଖନ୍ତୁ । ଏହା ମସ୍ତିଷ୍କର ମାଂସପେଶୀକୁ ଆରାମ ଦେଇଥାଏ । ସେଥିପାଇଁ ପ୍ରତିଦିନ 7-9 ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.