ETV Bharat / sukhibhava

Hand Transplantation: ଦେଶରେ ପ୍ରଥମ, ହାତ ପ୍ରତ୍ୟାରୋପଣରେ ସଫଳ ହେଲେ ଡାକ୍ତର !

ଜନ୍ମରୁ ହାତ ନଥିବା ଯୁବତୀଙ୍କ ସଫଳ ଅସ୍ତ୍ରୋପଚାର କଲେ ଡାକ୍ତର । ଅନ୍ୟମାନଙ୍କ ଭଳି କରିପାରିବେ କାର୍ଯ୍ୟ । ଅଧିକ ପଢନ୍ତୁ

author img

By

Published : Feb 5, 2023, 7:48 AM IST

Gujarat girl gets a new hand after surgery

ମୁମ୍ବାଇ: 'ଡାକ୍ତର ଦ୍ବିତୀୟ ଭଗବାନ' ଉକ୍ତି ଆଉଥରେ ହେଲା ପ୍ରମାଣିତ । ଜନ୍ମରୁ ଡାହାଣ ହାତ ନଥିବା ଜଣେ ଯୁବତୀଙ୍କୁ ପୁନର୍ଜନ୍ମ ଦେଲେ ଡାକ୍ତର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ଯେଉଁଥିରେ ଡାକ୍ତରମାନେ ଦୀର୍ଘ 13 ଘଣ୍ଟାର ଅସ୍ତ୍ରୋପଚାର ମାଧ୍ୟମରେ ହାତ ନଥିବା ଯୁବତୀଙ୍କର ନୂତନ ହାତ ପ୍ରତ୍ୟାରୋପଣ କରିଛନ୍ତି । ଏହି ଅସ୍ତ୍ରୋପଚାରକୁ ଦେଶରେ ପ୍ରଥମ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ଦକ୍ଷିଣ ଗୁଜୁରାଟ ଭରୁଚର 18 ବର୍ଷୀୟା ସାମିଆ ମନସୁରୀଙ୍କ ଶରୀରରେ ଏହି ଅସ୍ତ୍ରୋପଚାର କରାଯାଇଛି । ତାଙ୍କର ଜନ୍ମରୁ ଡାହାଣ ହାତର ରିଷ୍ଟ୍ ପାଖରୁ ଅନ୍ୟ ଅଂଶ ବିକାଶ କରୁନଥିଲା । ଏହି କାରଣରୁ ତାଙ୍କ ଡାହାଣ ହାତର ଆଙ୍ଗୁଠି ଗୁଡିକ ଖୁବ୍ ଛୋଟ ଛୋଟ ହୋଇଥିଲା । ପରିବାର ଲୋକେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଶେଷରେ ମୁମ୍ବାଇର ଗ୍ଲୋବାଲ୍ ହସ୍ପିଟାଲକୁ ଆଣିଥିଲେ । ଏଠାରେ 2 ବର୍ଷ ତଳେ ସାମିଆଙ୍କର ହାତ ପ୍ରତ୍ୟାରୋପଣ ପାଇଁ ଡାକ୍ତରମାନେ ଉଦ୍ୟମ ଆରମ୍ଭ କରିଥିଲେ ।

ଏକ ଡାକ୍ତରୀ ଟିମ୍ ଏନେଇ ଆଲୋଚନା କରିବା ପରେ ସାମିଆଙ୍କୁ 18 ବର୍ଷ ବୟସ ହେବା ପରେ ହ୍ୟାଣ୍ଡ୍ ଟ୍ରାନ୍ସପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ଜାନୁଆରୀ 10 ରେ ସାମିଆ 18 ବର୍ଷରେ ପଦାର୍ପଣ କରିଥିଲେ । ଚମତ୍କାର ଭାବରେ ଏହି ସମୟରେ ଇନ୍ଦୋରର ଜଣେ 52 ବର୍ଷୀୟ ମହିଳା ବ୍ରେନ୍ ଡେଡ୍ ଘୋଷଣା ହୋଇଥିଲେ ଏବଂ ସେ ତାଙ୍କ ଅଙ୍ଗ ଦାନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଅଙ୍ଗ ସାମିଆଙ୍କ ନିକଟରେ ପ୍ରତ୍ୟାରୋପଣ କରାଯାଇଥିଲା, ଯାହା ସଫଳ ହୋଇଛି ।

ଏନେଇ ସମ୍ପୃକ୍ତ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ସାମିଆଙ୍କଠାରେ ପ୍ରତ୍ୟାରୋପଣ ହୋଇଥିବା ହାତ ତାଙ୍କ ହାତଠାରୁ ସାମାନ୍ୟ ବଡ ଏବଂ ଚର୍ମର ରଙ୍ଗରେ ମଧ୍ୟ ଭିନ୍ନତା ରହିଛି । ତଥାପି କିଛି ମାସର ବ୍ୟାୟାମ, ଫିଜିଓଥେରାପି ଏବଂ ଉପଯୁକ୍ତ ଯତ୍ନ ନେବା ପରେ ପ୍ରତ୍ୟାରୋପଣ ହୋଇଥିବା ହାତ 90 ପ୍ରତିଶତରୁ ଅଧିକ କାର୍ଯ୍ୟକ୍ଷମ ହୋଇପାରିବ । ସେ ଅନ୍ୟ ହାତ ପରେ ସମସ୍ତ ପ୍ରକାରର ସମ୍ବେଦନଶୀଳତା ଅନୁଭବ କରିପାରିବେ ଏବଂ ଅନ୍ୟମାନଙ୍କ ପରି ସାଧାରଣ କାର୍ଯ୍ୟ ମଧ୍ୟ କରିପାରିବେ ।

ଏକ ଶକ୍ତିଶାଳୀ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହାତ ପାଇଁ ତାଙ୍କୁ ପ୍ରାୟ ଏକ ବର୍ଷ ଆବଶ୍ୟକ ହେବ ବୋଲି ଡାକ୍ତର କହିଛନ୍ତି । ଖବର ଅନୁସାରେ ଶୁକ୍ରବାର(ଫେବ୍ରୁଆରୀ 3)ରେ ସାମିଆଙ୍କୁ ଡିସଚାର୍ଜ କରାଯାଇଛି । ଏହି ଅସ୍ତ୍ରୋପଚାର ଜନ୍ମଗତ ତ୍ରୁଟି ଥିବା ଏବଂ ହାତ ପ୍ରତିରୋପଣକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଆଶାର କିରଣ ବୋଲି ଡାକ୍ତର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.