ETV Bharat / sukhibhava

ବାର୍ଦ୍ଧକ୍ୟ ଏଡାଇବା ପାଇଁ ଏହି ଖାଦ୍ୟଠୁ ଦୂରେଇ ରୁହନ୍ତୁ - ଚର୍ମ ସମସ୍ୟା

ଆଜିକାଲିର ଜୀବନଶୈଳୀ ମାନବର ସାମଗ୍ରୀକ ସ୍ବାସ୍ଥ୍ୟକୁ ବିଗାଡି ଦେଉଛି । କମ୍ ବୟସରୁ ଅନେକ ରୋଗ ମାଡିବସୁଛି । ଏଥି ମଧ୍ୟରୁ ଚର୍ମ କୁଢଞ୍ଚନ ପଡିଯିବା, ବାର୍ଦ୍ଧକ୍ୟ ମାଡି ବସିବା ଅନ୍ୟତମ । ତେବେ ଏପରି କାହିଁକି ହେଉଛି, ଜାଣନ୍ତୁ...

Etv Bharat
Etv Bharat
author img

By

Published : Apr 19, 2023, 5:47 PM IST

ହାଇଦ୍ରାବାଦ: ପ୍ରତ୍ୟେକ ବ୍ୟକ୍ତି ସର୍ବଦା ଯୁବକ ଭଳି ଦେଖାଯିବାକୁ ଚାହିଁଥାନ୍ତି । କିନ୍ତୁ ଆଜିକାଲି ଲୋକମାନେ ସମୟ ପୂର୍ବରୁ ବୃଦ୍ଧ ହୋଇଯାଉଛନ୍ତି । ଏହାର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ । ଯଦି ଜଣେ ବ୍ୟକ୍ତିର ଖାଦ୍ୟ ଏବଂ ଜୀବନଶୈଳୀ ଭଲ, ତେବେ ଏହାର ପ୍ରତ୍ୟକ୍ଷ ପ୍ରଭାବ ତାଙ୍କ ତ୍ବଚା ଏବଂ ଶରୀରରେ ଦୃଶ୍ୟମାନ ହେବ ।

ଡାକ୍ତର ଏବଂ ଡାଏଟିସିଆନ୍‌ମାନେ ସର୍ବଦା କୁହନ୍ତି ଯେ, ଯଦି ଭଲ ସ୍ୱାସ୍ଥ୍ୟ ଚାହୁଁଛନ୍ତି, ତେବେ ଏକ ସୁସ୍ଥ ଡାଏଟ୍‌ରେ ରହିବାକୁ ପଡିବ । ଅଳ୍ପ ବୟସରେ ଚର୍ମ କୁଞ୍ଚନ ମନକୁ ମଧ୍ୟ ଦୁର୍ବଳ କରିଦିଏ । ତେବେ ଆଜିର ଆର୍ଟିକିଲରେ ଜାଣନ୍ତୁ କେଉଁ ସବୁ ଖାଦ୍ୟ ଖାଇବା ଫଳରେ କମ୍ ବୟସରୁ ଚର୍ମ କୁଞ୍ଚନ ହେବା ଆରମ୍ଭ କରେ...

ଚିନି

ଧଳା ଚିନିରେ ତିଆରି ଜିନିଷ କିମ୍ବା ବିଶୋଧିତ ଚିନିରେ ତିଆରି ଜିନିଷ ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଧଳା ଚିନି ଉଭୟ ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ । ଅଧିକ ମିଠା ଖାଦ୍ୟ ଖାଇବା ଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ, ଯାହାର ପ୍ରଭାବ ଚେହେରାରେ ସ୍ପଟ୍‌ ଦେଖାଯାଏ ।

ଏହା ମଧ୍ୟ ପଢନ୍ତୁ:- UN Report: ଚୀନ୍‌କୁ ଟପି ବିଶ୍ବର ଜନବହୁଳ ରାଷ୍ଟ୍ର ହେଲା ଭାରତ, ଜନସଂଖ୍ୟା 142 କୋଟି ପାର୍

ତେଲିଆ ଏବଂ ଫ୍ରାଏଡ୍ ଖାଦ୍ୟ : ଅନେକ ଭାରତୀୟ ତେଲିଆ ଏବଂ ଫ୍ରାଏଡ୍ ଅର୍ଥାତ୍ ଅଧିକ ରୋଷେଇ ହୋଇଥିବା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ । ଘରେ କିମ୍ବା ବାହାରେ, ଅଧିକ ତେଲିଆ ଖାଦ୍ୟ ଖାଇବା ଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ତେଣୁ ବର୍ଗର୍, ଫ୍ରେଞ୍ଚ୍ ଫ୍ରାଏ, ସମୋସା, ପକୋଡି, ଡିପ୍ ଫ୍ରାଏ ଚିକେନ୍ ପରି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହି ସବୁ ଖାଦ୍ୟ ଚର୍ମ କୁଞ୍ଚନ ଏବଂ ପିମ୍ପଲ୍ ସମସ୍ୟା ସୃଷ୍ଟି କରେ ।

ମଦ୍ୟପାନ ଏବଂ ସିଗାରେଟ୍ : ମଦ୍ୟପାନ ଏବଂ ସିଗାରେଟ୍ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ସବୁବେଳେ ସଚେତନ କରାଯାଏ । ଏହି ଦୁଇଟିର ଅତ୍ୟଧିକ ବ୍ୟବହାର ଅନେକ ଗୁରୁତର ସମସ୍ୟା ସୃଷ୍ଟି କରେ । ଏହି କାରଣରୁ ଚର୍ମ କ୍ଷୟ ହେବାର ସମ୍ଭାବନା ମଧ୍ୟ ରହିଛି ।

ମୃଦୁ ପାନୀୟ: ଗ୍ରୀଷ୍ମଋତୁରେ ଲୋକମାନେ ତୁରନ୍ତ ତୃଷ୍ଣା ମେଣ୍ଟାଇବା ପାଇଁ ଅଧିକ ମୃଦୁ ପାନୀୟ ବା କୋଲ୍ଡ ଡ୍ରିଙ୍କ୍ସ ପିଇ ଥାଆନ୍ତି । ଅନେକ ଲୋକ ଏନର୍ଜି ଡ୍ରିଙ୍କ୍ସ ସହ କୋଲ୍ଡ ଡ୍ରିଙ୍କ୍ସ ମଧ୍ୟ ପିଇଥାନ୍ତି । ଏହି ଅଭ୍ୟାସ ଚର୍ମ କ୍ଷୟ କରିପାରେ । ଏହା ପରିବର୍ତ୍ତେ ଆଖୁ ରସ, ତାଜା ଫଳ ରସ, ଲସି, ପନିପରିବା ଜୁସ୍ ପରି ପ୍ରାକୃତିକ ପାନୀୟ ପିଅନ୍ତୁ, ଏହା ଚର୍ମକୁ ଚମକାଇବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.