ETV Bharat / sukhibhava

Heart Disease: ହୃଦରୋଗରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି କି, ଜାଣନ୍ତୁ କେଉଁ ତେଲ ସ୍ୱାସ୍ଥ୍ୟ ଉପଯୋଗୀ

author img

By

Published : Jul 11, 2023, 12:54 PM IST

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବୃଦ୍ଧି ପାଉଛି ହୃଦରୋଗ ସମସ୍ୟା । ତେବେ ଜାଣନ୍ତୁ ଏଥିରୁ ବର୍ତ୍ତିବା ପାଇଁ କଣ କରିବା ଆବଶ୍ୟକ ।

Heart Disease
Heart Disease

ହାଇଦ୍ରାବାଦ: ଏକ ସୁସ୍ଥ ଜୀବନଶୈଳୀ ଏବଂ ଏକ ଦୀର୍ଘ ସୁଖମୟ ଜୀବନ ପାଇଁ ହୃଦୟକୁ ସୁସ୍ଥ ରଖିବା ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟରେ ମଧ୍ୟ ଏଭଳି କିଛି ଅଂଶ ରହିଛି ଯାହାକି ହାର୍ଟକୁ ସୁସ୍ଥ ରଖିବ । କେଉଁ ପ୍ରକାର ତେଲ ବ୍ୟବାହର କରୁଛନ୍ତି, କେତେ ପରିମାଣର ଲୁଣ ଖାଉଛନ୍ତି ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ। ତେବେ ଆପଣ ମଧ୍ୟ ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ ପାଇଁ କେଉଁ ପ୍ରକାର ତେଲ ଖାଇବା ଭାବୁଛନ୍ତି କି ? କହିରଖୁଛୁ ଯେ, କିଛି ଲୋକ ତେଲ ବଦଳରେ ବଟର କିମ୍ବା ଘିଅ ବ୍ୟବାହାର କରିଥାଆନ୍ତି ତେବେ ଜାଣନ୍ତୁ କେଉଁଟା ସ୍ବାସ୍ଥ୍ୟ ଉପକାରୀ ଅଟେ।

ଏସ୍.ଏଲ୍ ରାହେଜା ହସ୍ପିଟାଲର କନସଲଟାଣ୍ଟ-ଇଣ୍ଟରଭେନସନାଲ କାର୍ଡିଓଲୋଜିଷ୍ଟ ଡାକ୍ତର ହରେଶ ଜି ମେହେଟା କହିଛନ୍ତି, "ଯେତେବେଳେ ତେଲ କଥା ଆସେ, ଅନେକ ଲୋକ ରିଫାଇନ ତେଲକୁ ବ୍ୟବାହର କରିବା ସ୍ବାସ୍ଥ୍ୟ ପକ୍ଷେ ଭଲ ବୋଲି ବିବେଚନା କରିଥାଆନ୍ତି । ତଥାପି ଅନୁସନ୍ଧାନରୁ ଜଣାପଡିଛି ଯେ ଘିଅ କିମ୍ବା ବଟର ବ୍ୟବହାର କରିବାର ପୁରୁଣା ପରମ୍ପରା ରହିଛି । କିନ୍ତୁ ଏହା ହାନିକାରକ ନୁହେଁ । ଯେତେବେଳେ ଏହାକୁ କମ ପରିମାଣରେ ବ୍ୟବାହର କରାଯାଏ ତେବେ ଏହା ସ୍ବାସ୍ଥ୍ୟ ପକ୍ଷେ କୌଣସି ଖରାପ ପ୍ରଭାବ ପକାଏ ନାହିଁ । ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, MUFA(Monounsaturated Fat Amount)ରେ ଭରପୁର ତେଲ ଏବଂ ଓମେଗା-3 ଫ୍ୟାଟି ଏସିଡ୍ ଯେପରିକି ରାଇସବ୍ରାନ କାନୋଲା ତେଲ ଏବଂ ଅଲିଭ୍ ଅଏଲ ସର୍ବୋତ୍ତନ ଅଟେ ।"

ଏହା ମଧ୍ୟ ପଢନ୍ତୁ: Cardiovascular Disease: ସପ୍ତାହରେ ଖାଆନ୍ତୁ 5ଟି ଅଣ୍ଡା, ଦୂର ହେବ ହୃଦରୋଗ ସମସ୍ୟା

ଏହାର ସେବନକୁ କମ କରିବା ଉଚିତ: ଏହାସହ ହୃଦୟକୁ ସୁସ୍ଥ ରଖିବା ପାଇଁ ଲୋକଙ୍କୁ ଏକ ସ୍ବାସ୍ଥ୍ୟ ଅନୁକୂଳ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ଯେଉଁଥିରେ କାର୍ବସ୍, ପ୍ରୋଟିନ୍ ଏବଂ ମିଲେଟ୍, ଓଟସ୍, ବ୍ରାଉନ୍ ରାଇସ, ଡାଲି, ଅଣ୍ଡା, ଚିକେନ୍, କମ୍ ଚର୍ବିଯୁକ୍ତ ମାଛ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଏକ ସୁସ୍ଥ ହୃଦୟ ପାଇଁ, ଭଜା ଖାଦ୍ୟ, ଚିନିଯୁକ୍ତ ଖାଦ୍ୟ ଏବଂ ଅଧିକ କ୍ୟାଲୋରୀଯୁକ୍ତ ମିଠା ପାନୀୟଠାରୁ ଦୁରେଇ ଆବଶ୍ୟକ ।

କେଉଁ ପ୍ରକାର ଲୁଣ ଏବଂ ମାତ୍ରା କେତେ ହେବା ଆବଶ୍ୟକ: ବ୍ୟବହୃତ ଲୁଣର ପ୍ରକାର ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ ଅଟେ । ମେହେଟା କହିଛନ୍ତି ଯେ ଅନେକ ଲୋକ ଲୋ-ସୋଡିୟମ୍ ବିକଳ୍ପ ଆଡକୁ ମୁହାଁଇଥିବା ବେଳେ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆୟୋଡାଇଜ କିମ୍ବା ସମୁଦ୍ର ଲୁଣର ମଧ୍ୟମ ମାତ୍ରାରେ ଗ୍ରହଣ କରିବା ଜରୁରୀ ଅଟେ । ଯାହା ଟ୍ରେସ୍ ମିନେରାଲ୍ସ ଯୋଗାଇପାରେ ଏବଂ ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ଏରୋବିକ ଏବଂ ଏନାରୋବିକ ଏକ୍ସରସାଇଜ ଜରୁରୀ: ବ୍ୟାୟାମ କଥା ଯଦି କହିବା ତାହେଲେ ଏରୋବିକ୍‌ ଏବଂ ଏନାରୋବିକ ଆବଶ୍ୟକ ଅଟେ । ଚାଲିବା, ଯୋଗ କରିବା, ପହଁରିବା ଭଳି ଏରୋବିକ୍ ଏବଂ ଏନାରୋବିକ ଉଭୟ ବ୍ୟାୟାମକୁ ଅନ୍ତର୍ଭୁକ୍ତ କରିବା ଉଚିତ । ଦ୍ରୁତ ଗତିରେ ଚାଲିବା, ପହଁରିବା କିମ୍ବା ସାଇକେଲ ଚଲାଇବା ଭଳି କାର୍ଯ୍ୟରେ ନିୟୋଜିତ ହେବା ହୃଦୟର କାର୍ଯ୍ୟରେ ଉନ୍ନତି ଆଣେ ଏବଂ ଫିଟନେସକୁ ପ୍ରୋତ୍ସାହିତ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.