ETV Bharat / sukhibhava

Premenopause: ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଋତୁସ୍ରାବରେ ଅନିୟମିତତା, ସୁସ୍ଥ ଜୀବନଶୈଳୀ ହୁଏ ଲାଭଦାୟକ - ପ୍ରିମନୋପଜ କଣ ହୋଇଥାଏ

ରିପୋର୍ଟ ଅନୁସାରେ ୪୦ରୁ ୪୪ ବର୍ଷ ମଧ୍ୟରେ ମେନୋପଜର ସାମନା କରୁଥିବା ମହିଳାଙ୍କ ଶୀଘ୍ର ହୃତପିଣ୍ଡ ଜନିତ ସମସ୍ୟା ଦେଖାଦିଏ । ଏହାବ୍ୟତୀତ ମାନସିକ ଓ ଶାରୀରିକ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏଥିରୁ ବର୍ତ୍ତିବା ଲାଗି ସୁସ୍ଥ ଜୀବନଶୈଳୀ ଓ ପୁଷ୍ଟିକରଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଅଧିକ ପଢନ୍ତୁ

Premenopause: ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଋତୁସ୍ରାବରେ ଅନିୟମିତତା, ସୁସ୍ଥ ଜୀବନଶୈଳୀ ହୁଏ ଲାଭଦାୟକ

author img

By

Published : May 21, 2022, 5:26 PM IST

ହାଇଦ୍ରାବାଦ: ସାଧାରଣତଃ ମହିଳାମାନଙ୍କୁ ୪୫ ବର୍ଷ ପରେ ଋତୁସ୍ରାବ ବନ୍ଦ(Menopause) ହୋଇଯାଏ । ମାତ୍ର ବେଳେ ବେଳେ ହରମୋନରେ ସମସ୍ୟା ଯୋଗୁଁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ମହିଳାଙ୍କ ଋତୁସ୍ରାବ ବନ୍ଦ ହୋଇଯାଏ । ଏହାକୁ ପ୍ରିମେନୋପଜ ବୋଲି କୁହନ୍ତି । ଏହି ସମୟରେ ମହିଳାମାନେ ଶାରୀରିକ ଓ ମାନସିକ ସମସ୍ୟା ଦେଇ ଗତି କରିଥାନ୍ତି । ତେବେ ଏଥିରୁ ବର୍ତ୍ତିବା ପାଇଁ ସୁସ୍ଥ ଜୀବନଶୈଳୀ ଆପଣେଇବା ନିତାନ୍ତ ଆବଶ୍ୟକ । ଏହାସହିତ ପୁଷ୍ଟିକର ଖାଦ୍ୟକୁ ନିଜ ଡାଏଟରେ ସାମିଲ କରିବା ଉଚିତ ।

ଉତ୍ତରାଖଣ୍ଡର ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ବିଜୟାଲକ୍ଷ୍ମୀ କହିଛନ୍ତି ଯେ ପ୍ରିମେନୋପଜ ପାଇଁ ଅନେକ କାରଣ ଥାଇପାରେ । ଏହାର ଲକ୍ଷଣ ମଧ୍ୟ ଜଣେ ମହିଳାଙ୍କଠାରୁ ଭିନ୍ନ ହୋଇପାରେ। ଏହି ସମୟରେ କିଛି ମହିଳାଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ପ୍ରିମେନୋପୋଜର ଲକ୍ଷଣ ସାଧାରଣତଃ ମେନୋପଜ ସହିତ ସମାନ । ଯେପରିକି ଆଚରଣଗତ ସମସ୍ୟା ଯେପରିକି ମନୋବଳ ବିକୃତି, ବିରକ୍ତିଭାବ, କ୍ରୋଧ, ଚିନ୍ତା ଆଦି ମହିଳାମାନେ ଅନୁଭବ କରନ୍ତି । ଏହାସହ ବାରମ୍ବାର ପରିସ୍ରା ଲାଗିବା, ଯୌନାଙ୍ଗରେ ଶୁଷ୍କତା, ରାତିରେ ଝାଳ ବାହାରିବା, ଶାରୀରିକ ସମ୍ପର୍କ ରଖିବା ସମୟରେ ଅସ୍ବାଭାବିକତା ଭଳି ସମସ୍ୟା ଦେଖାଦିଏ । ଏଥିଲାଗି କିଛି କାରଣ ନିର୍ଦ୍ଦିଷ୍ଟ କାରଣ ରହିଥାଏ ।

ସେଗୁଡିକ ହେଉଛି:

  • ବଂଶଗତ ସମସ୍ୟା:- ଯଦି ପରିବାର କୌଣସି ସଦସ୍ୟଙ୍କଠାରେ ଏଭଳି ସମସ୍ୟା ରହିଥାଏ, ତେବେ ଆପଣଙ୍କ ଠାରେ ମଧ୍ୟ ପ୍ରିମେନୋପଜ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।
  • ହରମୋନ ସମସ୍ୟା:- ବେଳେବେଳେ ସେକ୍ସ କ୍ରୋମୋଜୋମ(sex chromosom)ରେ ଅସ୍ବାଭାବିକତା ଏବଂ ଅନ୍ୟାନ୍ୟ ହରମୋନାଲ ସମସ୍ୟା ଯୋଗୁଁ ମହିଳାମାନଙ୍କଠାରେ ପ୍ରିମେନୋପଜ ଦେଖାଦିଏ । ଏଥିସହିତ ଥାଇରଏଡିଟିସ ମଧ୍ୟ ମେନୋପଜର କାରଣ ହୋଇଥାଏ ।
  • ଗର୍ଭାଶୟ ହଟାଇବା:- କର୍କଟ, ହରମୋନାଲ ସମସ୍ୟା, ସିଷ୍ଟ କିମ୍ବା ଅନ୍ୟ କୌଣସି ଗୁରୁତର ରୋଗ ଯୋଗୁଁ ଯଦି ଗର୍ଭାଶୟ(Ovaries or uterus)କୁ ଶରୀରରୁ ବାହାର କରିବାକୁ ପଡେ, ତେବେ ଜଣେ ମହିଳାଙ୍କର ଶୀଘ୍ର ମେନୋପଜ ହୋଇପାରେ । ଏହାବ୍ୟତୀତ, ବେଳେବେଳେ କର୍କଟ କିମ୍ବା ଅନ୍ୟାନ୍ୟ ରୋଗର ଚିକିତ୍ସା ଯୋଗୁଁ କେମୋଥେରାପି କିମ୍ବା ରେଡିଓଥେରାପିର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ପ୍ରିମେନୋପୋଜ୍ ହୋଇପାରେ ।

ସାବଧାନତା:-

ଡକ୍ଟର ବିଜୟାଲକ୍ଷ୍ମୀଙ୍କ କହିବାନୁସାରେ ପ୍ରିମେନୋପୋଜ ହେବା ପରେ ଜଣେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳେ । ଏଥିରୁ ବର୍ତ୍ତିବା ପାଇଁ ମହିଳାମାନେ ଅଧିକ ସତର୍କ ରହିବା ଆବଶ୍ୟକ । ମାତ୍ର ସୁସ୍ଥ ଜୀବନଶୈଳୀ ଓ ପୁଷ୍ଟିକର ଖାଦ୍ୟକୁ ଆପଣାଇଲେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଋତୁସ୍ରାବ ବନ୍ଦ ହେବାର ଆଶଙ୍କା କମ ରହିଥାଏ ।

  • ସର୍ବଦା ସୁସ୍ଥ ଏବଂ ଅତ୍ୟଧିକ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ଏହି ସମୟ ମଧ୍ୟରେ ମହିଳାମାନେ ଫାଇବର ଏବଂ କ୍ୟାଲସିୟମରେ ଭରପୂର ଖାଦ୍ୟ ଖାଇବା ଆବଶ୍ୟକ । ଖାଦ୍ୟରେ ଫଳ ଏବଂ ପନିପରିବା ଗ୍ରହଣକୁ ବଢାନ୍ତୁ, ବହୁତ ପାଣି ପିଅନ୍ତୁ ଏବଂ ଚିନି ଯଥାସମ୍ଭବ କମ ଖାଆନ୍ତୁ ।
  • ଯୋଗ ସହିତ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ବ୍ୟାୟାମ ଅନ୍ତର୍ଭୃକ୍ତ କରନ୍ତୁ । ଏହା ଶାରୀରିକ ସ୍ବାସ୍ଥ୍ୟ ସହିତ ଆପଣଙ୍କ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖିଥାଏ ।
  • ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଶୟନ କରନ୍ତୁ । ଦିନକୁ ପ୍ରାୟ ୭ରୁ ୯ ଘଣ୍ଟା ଶୋଇବା ଆଦର୍ଶ ବୋଲି ଧରାଯାଏ ।
  • ହାଡ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ୟାଲସିୟମ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଡି ସପ୍ଲିମେଣ୍ଟ ଗ୍ରହଣ କରାଯିବା ଉଚିତ ।
  • ଏହାସହ ମଦ୍ୟ ଓ ଧୂମପାନଠୁ ଦୂରେଇ ରୁହନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.