ETV Bharat / sukhibhava

ଖୁବଶୀଘ୍ର ଆସିବ ଡେଙ୍ଗୁ ଔଷଧ! ସଫଳ ହେଲା ହ୍ୟୁମାନ ଟ୍ରାଏଲ - ଡେଙ୍ଗୁ ଔଷଧର ହ୍ୟୁମାନ ଟ୍ରାଏଲ

ଖୁବଶୀଘ୍ର ଆସିବ ଡେଙ୍ଗୁ ଔଷଧ। ଡେଙ୍ଗୁ ପାଇଁ ଜନସନ ଆଣ୍ଡ ଜନସନ ବିକଶିତ କରିଥିବା ପ୍ରଥମ ଡେଙ୍ଗୁ ଔଷଧର ପରୀକ୍ଷଣ ସଫଳ ହୋଇଛି । ଅଧିକ ପଢନ୍ତୁ

First pill for dengue
First pill for dengue
author img

By ETV Bharat Odisha Team

Published : Oct 21, 2023, 2:20 PM IST

ହାଇଦ୍ରାବାଦ: ଏଣିକି ଡେଙ୍ଗୁରେ ଆଉ ଯିବନି ଜୀବନ କି ହନ୍ତସନ୍ତ ହେବେନି ରୋଗୀ । ଡେଙ୍ଗୁ ଔଷଧ ତିଆରି କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ । ଡେଙ୍ଗୁ ଜ୍ବର ପାଇଁ ଜନସନ ଆଣ୍ଡ ଜନସନ କମ୍ପାନୀ ପ୍ରଥମ ଔଷଧ ତିଆରି କରିଛି । ନିକଟରେ ଏହାର ହ୍ୟୁମାନ ଟ୍ରାଏଲ ମଧ୍ୟ ସଫଳ ହୋଇଥିବା କୁହାଯାଇଛି । ଏହାର ପରୀକ୍ଷଣ ସଫଳ ହୋଇଥିବା ନେଇ ଗତକାଲି(ଶୁକ୍ରବାର) ବୈଜ୍ଞାନିକମାନେ ଦାବି କରିଛନ୍ତି ।

ରିପୋର୍ଟ ଅନୁସାରେ, ଡେଙ୍ଗୁ ପାଇଁ ଜନସନ ଆଣ୍ଡ ଜନସନ ପ୍ରଥମ ବଟିକା ବା ଔଷଧ ପ୍ରସ୍ତୁତ କରିଛି । ଏହା ଡେଙ୍ଗୁ ବିରୁଦ୍ଧରେ ଆଣ୍ଟିଭାଇରାଲ୍ କାର୍ଯ୍ୟକଳାପ ପ୍ରଦର୍ଶନ କରିବାରେ ପ୍ରଥମ ଅଟେ । ଏହି ଔଷଧ ରୋଗୀଙ୍କୁ ଡେଙ୍ଗୁରୁ ବଞ୍ଚାଇବା ପାଇଁ ସଫଳ ହେବ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଡେଙ୍ଗୁ ଜ୍ବର ଲକ୍ଷଣହୀନ ହୋଇଥାଏ । କିନ୍ତୁ ପ୍ରାରମ୍ଭିକ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ଏବଂ କଷ୍ଟ ହୋଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ପୀଡ଼ିତ ହୋଇଥାଆନ୍ତି। ଏହି ରୋଗ ବିଶେଷ ଭାବରେ ଏସିଆ ଏବଂ ଲାଟିନ୍ ଆମେରିକାରେ ବ୍ୟାପିଥାଏ। ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ଏବଂ ଚିକିତ୍ସା ବାହାରିନଥିବା ବେଳେ ଜନସନ ଆଣ୍ଡ ଜନସନ ବାହାର କରିଥିବା ଔଷଧର ହ୍ୟୁମାନ ଟ୍ରାଏଲ ସଫଳ ମନରେ ନୂଆ ଆଶା ସଞ୍ଚାର କରିଛି।

ଏହା ମଧ୍ୟ ପଢନ୍ତୁ: Dengue: ଡେଙ୍ଗୁଠୁ ଛୁଆକୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି କି, ଆପଣାନ୍ତୁ ଏହ ଟିପ୍ସ

ରିସର୍ଚ୍ଚରେ ଖୁଲାସା: ଜାନ୍ସ ହାପିକିନ୍ସ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ ​​ଅନୁଯାୟୀ, ଡେଙ୍ଗୁ ଟିକାର ମାନବ ପରୀକ୍ଷଣରେ 10 ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ଯେଉଁମାନଙ୍କୁ ଡେଙ୍ଗୁ ଟିକା ଦେବାର 5ଦିନ ପୂର୍ବରୁ ବଟିକା ଦିଆଯାଇଥିଲା । ଏହାପରେ, ସେହି ବଟିକାକୁ 21 ଦିନ ପାଇଁ କ୍ରମାଗତ ଭାବରେ ଦିଆଯାଉଥିଲା। ଦଶ ଜଣଙ୍କ ମଧ୍ୟରୁ 6ଜଣ ଡେଙ୍ଗୁ ଭାଇରସ ସଂସ୍ପର୍ଶରେ ଆସିବା ପରେ ମଧ୍ୟ ରକ୍ତ ପରୀକ୍ଷାରେ ଡେଙ୍ଗୁ ପଜିଟିଭ ଦେଖାଯାଇ ନଥିଲା । 85 ଦିନର ମନିଟରିଂ ପରେ ସଂକ୍ରମଣର ପ୍ରତିରୋଧକ ପ୍ରତିକ୍ରିୟାର କୌଣସି ଲକ୍ଷଣ ଦେଖାଯାଇ ନଥିଲା । ବଟିକାର କୌଣସି ପାର୍ଶ୍ବପ୍ରତିକ୍ରିୟା ବି ଦେଖାଯାଇ ନଥିବା ବେଳେ ଏହା ଡେଙ୍ଗୁ ବିରୋଧରେ ଲଢିବା ପାଇଁ ସଫଳ ହୋଇଥିଲା । ଜନସନ ଆଣ୍ଡ ଜନସନର ତଥ୍ୟ ଅନୁଯାୟୀ, ଅଂଶଗ୍ରହଣକାରୀମାନେ ସମସ୍ତ ପରୀକ୍ଷାକୁ ସହ୍ୟ କରିଥିଲେ ଏବଂ କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇ ନଥିଲା । ତେବେ ଏହି ଔଷଧ ଉପରେ ଅଧିକ ପରୀକ୍ଷଣ କରାଯିବ କିମ୍ବା କେବେ ବଜାରକୁ ଆସିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.