ETV Bharat / sukhibhava

କାହିଁକି ଶୀତଋୁତରେ ହୃଦୟ-ମସ୍ତିଷ୍କ ଆଘାତ ଅଧିକ ହୁଏ, ଖୁଲାସା କଲେ ବିଶେଷଜ୍ଞ

କିଛିଦିନ ତଳେ ଗୋଟିଏ ସପ୍ତାହରେ ଉତ୍ତର ପ୍ରଦେଶର କାନପୁରରେ ମସ୍ତିଷ୍କ ଆଘାତ ଏବଂ ହୃଦ୍‌ଘାତରେ 98 ଜଣଙ୍କ ମୃତ୍ୟୁ ଘଟଣା ସବୁଠି ଭୟର ବାତାବରଣ ଖେଳାଇ ଦେଇଛି । ତେବେ ଏପରି ହେବାର କାରଣ କଣ ଏବଂ ଶୀତଋତୁରେ କିପରି ନିଜର ଯତ୍ନ ନେବେ, ଜାଣନ୍ତୁ...

A man cycling in winter
A man cycling in winter
author img

By

Published : Jan 12, 2023, 5:24 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ମସ୍ତିଷ୍କ ଆଘାତ ଏବଂ ହୃଦ୍‌ଘାତକୁ ନେଇ ସବୁଠି ଖେଳିଯାଇଛି ଭୟର ବାତାବରଣ । ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ ବ୍ରେନ୍ ଷ୍ଟ୍ରୋକ୍ ଏବଂ ହାର୍ଟ ଆଟାକ୍‌ରେ 98 ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି । ତେବେ ଏହା କାହିଁକି ହେଉଛି ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ । ବିଶେଷ କରି ଶୀତଋତୁରେ ଏହି ଦୁଇ ଜଟିଳ ରୋଗ ହେବାର କାରଣ କଣ ସେନେଇ ଆଲୋଚନା କରିଛନ୍ତି କାନପୁରର ସାର୍ ଗଙ୍ଗା ରାମ ଡାକ୍ତରଖାନାର ଜଣେ ବରିଷ୍ଠ ସ୍ନାୟୁବିଜ୍ଞାନୀ ସିଏସ ଅଗ୍ରୱାଲ ।

ଡାକ୍ତର ଅଗ୍ରୱାଲ କହିଛନ୍ତି ଯେ, ଶୀତଋତୁରେ ଉଚ୍ଚ ରକ୍ତଚାପ ଅଧିକ ଦେଖାଯାଏ, ବେଳେବେଳେ ଏହା ବ୍ରେନ୍ ଷ୍ଟ୍ରୋକ୍ ସୃଷ୍ଟି କରେ । ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କଠାରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ । ପାହାଡର ଉଚ୍ଚ ଅଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ । କାରଣ ଉଚ୍ଚତାରେ ଅମ୍ଳଜାନ ସ୍ତର ହ୍ରାସ ହେତୁ ବିପଦ ଦ୍ବିଗୁଣିତ ହୋଇଥାଏ ।

ସେ କହିଛନ୍ତି ଯେ, "ଯଦି ଆମେ ପର୍ବତ ଅଞ୍ଚଳକୁ ଯାଆନ୍ତି, ଯେଉଁଠାରେ ବାୟୁ ସ୍ତର କମ୍ ଥାଏ, ସେଠାରେ ମସ୍ତିଷ୍କ ଆଘାତ ହେବାର ଆଶଙ୍କା ଅଧିକ । ସେହିପରି ଯେଉଁ କଠୋରୀ ମଧ୍ୟକୁ ସୂର୍ଯ୍ୟକିରଣ ପଡିନଥାଏ, ସେଠାରେ ଚାପ ସ୍ତର ବଢିପାରେ ଏବଂ ମସ୍ତିଷ୍କ ଆଘାତ ହୋଇପାରେ । ତେଣୁ ତାପମାତ୍ରା ଅତ୍ୟଧିକ କମ୍ ଥିବା ସ୍ଥାନରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।"

ଏହା ମଧ୍ୟ ପଢନ୍ତୁ:- Cold Wave Shock: ଶୀତରେ ବଢୁଛି ହୃଦୟ-ମସ୍ତିଷ୍କ ଆଘାତ, ସପ୍ତାହରେ 98 ମୃତ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନଙ୍କ ପାଇଁ ବ୍ରେନ୍ ଷ୍ଟ୍ରୋକ୍ ଏବଂ ବ୍ରେନ୍ ହାମରେଜ୍ ହେବାର ଆଶଙ୍କା ଅଧିକ ଥାଏ । ସେହିପରି ଶୀତଦିନେ ମଧ୍ୟ ରକ୍ତଚାପ ବୃଦ୍ଧିପାଏ । ଶାରୀରିକ ପରିଶ୍ରମ କମ୍ ଏବଂ ଥଣ୍ଡା ପାଗ କାରଣରୁ ମଧ୍ୟ ଶରୀରରୁ ଝାଳ ନିର୍ଗତ ହୋଇନଥାଏ, ଫଳରେ ଏହି ସମୟରେ ସୋଡିୟମ୍ ସ୍ତର ହ୍ରାସ ପାଇଁ ରକ୍ତଚାପର ଆଶଙ୍କା ଥାଏ । ତେଣୁ ପ୍ରବଳ ଥଣ୍ଡା ପାଗରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଏବଂ ଡାକ୍ତରଙ୍କ ସହ ଠିକ୍ ସମୟରେ ପରାମର୍ଶ କରିବା ଆବଶ୍ୟକ ।

ତେବେ ସବୁଠୁ ବଡ କଥା ହେଉଛି କି, କାନପୁରରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କିଶୋର ଓ ଯୁବକ ମଧ୍ଯ ଅଛନ୍ତି, ଯାହା ଚିନ୍ତାର କାରଣ । ଏଠାରେ ବ୍ରେନ୍ ଷ୍ଟ୍ରୋକ୍ କାରଣରୁ ଜଣେ 14 ବର୍ଷର ନାବାଳକର ମଧ୍ୟ ମୃତ୍ୟୁ ଘଟିଛି । ତେଣୁ ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ ସତର୍କତା ଅପରିହାର୍ଯ୍ୟ ବୋଲି ଡାକ୍ତର ଅଗ୍ରୱାଲ କହିଛନ୍ତି ।

ଡାକ୍ତର କହିଛନ୍ତି ଯେ ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା, ମେଟାବୋଲିକ୍ ସିଣ୍ଡ୍ରୋମ, ସ୍ଥିର ଜୀବନଶୈଳୀ(ବସିକି କାମକରିବା), ଅମ୍ଳଜାନର ଅଭାବ, ଅତ୍ୟଧିକ ଧୂମପାନ କରିବା ଦ୍ୱାରା ମସ୍ତିଷ୍କ ଆଘାତ ହେବାର ଆଶଙ୍କା ବଢିଥାଏ । ଏହାର ଆଉ ଏକ ପ୍ରମୁଖ କାରଣ ହେଉଛି, ଲୋକମାନେ ରକ୍ତଚାପ ଔଷଧ ସେବନକୁ ଭୟ କରନ୍ତି । ଏପରିକି ଡାକ୍ତରଙ୍କ ବିନା ପରାମର୍ଶରେ ମଧ୍ୟ ଔଷଧ ସେବନ ବନ୍ଦ କରିଦିଅନ୍ତି, ଯାହା ଆଦୌ ଉଚିତ୍ ନୁହେଁ । ଏଥିସହ ସେ ଶୀତଦିନେ ଭିଟାମିନ୍-ଡି ଟାବଲେଟ୍ ଗ୍ରହଣ କରିବାକୁ ପରାମର୍ଶ ଦେବା ସହ ସକାଳ ବୁଲିବାକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ଅଗ୍ରୱାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.