ETV Bharat / sukhibhava

ବିଶେଷଜ୍ଞଙ୍କ ପରାମର୍ଶ, ଗର୍ଭାବସ୍ଥାରେ କମ କାମ କରିବା ଉଚିତ୍‌ - ଗର୍ଭାବସ୍ଥାରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଦେବା ଉଚିତ

ଗର୍ଭାବସ୍ଥାରେ କାର୍ଯ୍ୟବ୍ୟସ୍ତତା ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଏହାର ପ୍ରଭାବ ଛୁଆ ଉପରେ ପଡୁଛି । ତେଣୁ ଛୁଆର ବିକାଶ ପାଇଁ ଗର୍ଭାବସ୍ଥାରେ କମ କାମ କରିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

better to reduce work pressure while pregnant

author img

By

Published : Aug 10, 2023, 2:11 PM IST

ହାଇଦ୍ରାବାଦ: ଆଜିର ସମୟରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି କାମରେ ମଧ୍ୟ କମ ନୁହନ୍ତି । ପୁରୁଷଙ୍କ ସହିତ ପ୍ରତିଦ୍ବନ୍ଦିତା କରି କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ମହିଳାମାନେ ଯେଉଁ ଚାପ ଭିତରେ କାମ କରନ୍ତି ତାହା ଗର୍ଭାବସ୍ଥାରେ ସ୍ବାସ୍ଥ୍ୟ ଉପଯୋଗୀ ନୁହେଁ । ଏହା ମା' ସହିତ ଛୁଆ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।

ପୃଷ୍ଟିକର ଖାଦ୍ୟ: ଅନେକ ଲୋକ ଅଛନ୍ତି ଯେଉଁମାନେ କାର୍ଯ୍ୟବ୍ୟସ୍ତତା ଭିତରେ ଖାଇବା ପାଇଁ ଭୁଲି ଯାଆନ୍ତି । କିନ୍ତୁ କାର୍ଯ୍ୟ କରିବା ସମୟରେ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନ କହିଛନ୍ତି । ଖାସ କରି ଗର୍ଭାବସ୍ଥାରେ ଖାଦ୍ୟକୁ ଅବହେଳା କରିବା ଉଚିତ୍‌ ନୁହେଁ କାରଣ ଏହାର କୁପ୍ରଭାବ ଛୁଆ ଉପରେ ପଡିଥାଏ । ଶିଶୁର ବୃଦ୍ଧିରେ ପ୍ରଭାବ ପକାଇଥାଏ । ପନିପରିବା, ଫଳ, ପ୍ରୋଟିନ୍ ଯୁକ୍ତ ଖାଦ୍ୟ, ଲେମ୍ବୁ, କ୍ଷୀର, ସ୍ପ୍ରାଉଟ୍ସ, ଅଣ୍ଡା, ଏବଂ ବାଦାମ ଖାଇବା ଜରୁରୀ ଅଟେ । ବାର୍ଲି, ନଡିଆ ପାଣି ଏବଂ ଲେମ୍ବୁ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ୍ ହେବାର ସମ୍ଭାବନା କମ ରହିଥାଏ ।

ନିଦ୍ରା: ସର୍ବଦା ଜଣେ 8 ଘଣ୍ଟା ଶୋଇବା ଉଚିତ୍‌ । ଖାସକରି ଗର୍ଭାବସ୍ଥାରେ ମହିଳାମେନ 8 ଘଣ୍ଟା ଶୋଇବା ଉଚିତ । ଯଦି ଜଣେ 8 ଘଣ୍ଟା ଶୋଇବେ ନାହିଁ ତାହେଲେ ପ୍ରିମେଚ୍ୟୁର(ସଠିକ୍‌ ଭାବେ ବିକଶିତ ହୋଇନଥିବା) ଛୁଆ ଜନ୍ମ ହୋଇଥାଏ । ଗର୍ଭାବସ୍ଥା ସମୟରେ କାମ କରି ଥକ୍କା ଲାଗିବା ଦ୍ବାରା କିଛି ସମୟ ପାଇଁ ବିଶ୍ରାମ କରିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ: Women Reproductive Health: ପ୍ରଜନନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ ଖରାପ ଜୀବନଶୈଳୀ

ଚାଲିବା: ଗର୍ଭାବସ୍ଥାରେ ଅଧିକ ସମୟ ବସି ରହିବା ଦ୍ବାରା ଏହାର ପ୍ରଭାବ ଛୁଆ ଉପରେ ପଡିଥାଏ । ଅଫିସରେ କିଛି ସମୟ ବସି କାମ କରିବା ପରେ କିଛି ସମୟ ଚାଲିବା ଆବଶ୍ୟକ । କାରଣ ଅଧିକ ସମୟ ବସି ରହିବା ଦ୍ବାରା ପାଦରେ ଯନ୍ତ୍ରଣା ଏବଂ ପାଦ ଫୁଲି ଯାଇଥାଏ । କିନ୍ତୁ ଷ୍ଟ୍ରେନୋସ ଏକ୍ସରସାଇଜ(ନାଚିବା, ଦୌଡିବା) ଠାରୁ ଦୂରରେ ରହିବା ଆବଶ୍ୟକ ।

ଆବଶ୍ୟକତା ଠାରୁ ଅଧିକ କାମ କରିବା ଅନୁଚିତ: ଗର୍ଭାବସ୍ଥାରେ କୌଣସି କାରଣ ପାଇଁ ମଧ୍ୟ ଥକ୍କିବା ସ୍ବାସ୍ଥ୍ୟ ପାଇଁ ଉପକାରୀ ନୁହେଁ । କାରଣ ଏହା ଦ୍ବାରା ଚିନ୍ତା ଏବଂ ଡିପ୍ରେସନ ମଧ୍ୟ ବୃଦ୍ଧି ପାଇଥାଏ । ଏହା ଶିଶୁର ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ । ତେଣୁ ଆବଶ୍ୟକତା ଠାରୁ ଅଧିକ କାର୍ଯ୍ୟ କରିବା ଅନୁଚିତ୍‌ । ଠିଆ ହେବା କିମ୍ବା ବସିବା ସମୟରେ ସିଧା ବସିବା ଆବଶ୍ୟକ । ପେଟ ଉପରେ କୌଣସି ଚାପ ପକାଇବା ଉଚିତ ନୁହେଁ ।

ପୋଷାକ ପରିଧାନ: ଗର୍ଭାବସ୍ଥାରେ ଟାଇଟ ପୋଷାକ ଦ୍ବାରା ନିଶ୍ବାସ ନେବାରେ ଅସୁବିଧା ହେବା ସହିତ ନିଜକୁ ମଧ୍ୟ ହାଲକା ଲାଗିନଥାଏ। ମୁଖ୍ୟତଃ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହୋଥାଏ । ଖାସ କରି ଗର୍ଭାବସ୍ଥାରେ ନିଜ ଶରୀର ଉପଯୋଗୀ ସ୍ବାସ୍ଥ୍ୟ ପରିଧାନ କରିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.