ETV Bharat / sukhibhava

H3N2 Vs Covid-19: କେଉଁ ଭୂତାଣୁ ଅଧିକ ଘାତକ, କାହା ପାଇଁ ରହିଛି ବିପଦ ଜାଣନ୍ତୁ

author img

By

Published : Mar 17, 2023, 11:53 AM IST

ଇନଫ୍ଲୁଏଞ୍ଜା ଏ ସବ୍‌ଟାଇପ୍ H3N2 ଭାଇରସ୍ ସଂକ୍ରମଣ ସାଙ୍ଗକୁ ପୁଣି ବଢିଲାଣି କୋଭିଡ ମାମଲା । ଉଭୟ ଭୂତାଣୁ ମଧ୍ୟରେ କେଉଁଟା ସାଜୁଛି ଅଧିକ ଘାତକ, କେଉଁ ବର୍ଗର ବ୍ୟକ୍ତିଙ୍କ ପାଇଁ ରହିଛି ଅଧିକ ବିପଦ ଏବଂ କେମିତି ସତର୍କ ରହିବେ, ଜାଣନ୍ତୁ

H3N2 Covid
H3N2 Covid

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଘରେ ଘରେ ଥଣ୍ଡା-ଜ୍ବର, କାଶ ରୋଗୀ । ଇନଫ୍ଲୁଏଞ୍ଜା ଏ ସବ୍‌ଟାଇପ୍ H3N2 ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବା ଡାକ୍ତରମାନେ କହୁ ଥିବାବେଳେ ହଠାତ୍ କୋଭିଡ୍ ସଂକ୍ରମଣ ବୃଦ୍ଧି ଚିନ୍ତାରେ ପକାଇଲାଣି । ବାସ୍ତବରେ ଲୋକେ କେଉଁ ସଂକ୍ରାମକ ରୋଗରେ ପୀଡିତ ହେଉଛନ୍ତି ତାକୁ ଦ୍ବନ୍ଦ୍ବ ଉପୁଜିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂଆ 754 କୋଭିଡ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା

ଥଣ୍ଡା, କାଶ, ଶରୀରରେ ଯନ୍ତ୍ରଣା, ଜ୍ୱର ଏବଂ ଗଳା ଯନ୍ତ୍ରଣା ଭଳି ଶ୍ବାସକ୍ରିୟାଜନିତ ସମସ୍ୟା ଦେଖାଯାଉଛି । କୋଭିଡର ବୃଦ୍ଧି ସାଙ୍ଗକୁ H3N2 ଏବଂ H13N1 ଉଭୟ ପ୍ରକାର ସଂକ୍ରମଣ ବଢୁଛି । ତେବେ କେଉଁ ବର୍ଗର ବ୍ୟକ୍ତିଙ୍କ ପାଇଁ ଏହି ସଂକ୍ରମଣ ମାରାତ୍ମକ ଏବଂ କିପରି ଏଥିରୁ ରକ୍ଷା ପାଇବେ, ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କଣ କହୁଛନ୍ତି, ଜାଣନ୍ତୁ ।

ସାର୍ ଏଚ୍.ଏଚ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍‌ର ସିନିୟର କନ୍ସଲଟାଣ୍ଟ, ଇଣ୍ଟରନାଲ୍ ମେଡିସିନ୍ ଡାକ୍ତର ଡ. ସମ୍ରାଟ ଶାହ IANSକୁ କହିଛନ୍ତି ଯେ, ବର୍ତ୍ତମାନର କ୍ଲିନିକାଲ ପରୀକ୍ଷଣରୁ ଯାହା ଦେଖିବାକୁ ମିଳୁଛି କୋଭିଡ ସଂକ୍ରମଣ ପାଇଁ ଅଧିକ ସମସ୍ୟା ଦେଖାଯାଉନି, ମାତ୍ର H3N2 ଏବଂ H1N1 ଚିନ୍ତା ବଢାଉଛନ୍ତି । କୋଭିଡ୍‌ରେ ପୀଡିତ ବ୍ୟକ୍ତିଙ୍କର ଥଣ୍ଡା, ଜ୍ବର ସମେତ ଅନ୍ୟାନ୍ୟ ଲକ୍ଷଣ 2-3 ଦିନ ପର୍ଯ୍ୟନ୍ତ ରହୁଛି । ରୋଗୀଙ୍କର କୌଣସି ଜଟିଳତା ରହୁନି ବରଂ ବିନା କୌଣସି ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ବିନା ସୁସ୍ଥ ହୋଇଯାଉଛନ୍ତି । ମାତ୍ର H3N2 ଏବଂ H1N1 ରୋଗୀଙ୍କର କାଶ, ଥଣ୍ଡା, ଜ୍ବର ଲାଗି ରହୁଛି । ଏହି କାରଣରୁ ନିମୋନିଆ କିମ୍ବା ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହୁଛି ।

ଏହା ମଧ୍ୟ ପଢନ୍ତୁ:- Covid Scare: ଦେଶରେ ପୁଣି ଉପରମୁହାଁ କୋରୋନା, ୬ ରାଜ୍ୟକୁ କେନ୍ଦ୍ରର ଚିଠି

ଏହି ବର୍ଗର ଲୋକଙ୍କ ପାଇଁ ଅଧିକ ବିପଦ

S.L ରାହେଜା ହସ୍ପିଟାଲର ପରାମର୍ଶଦାତା ତଥା କ୍ରିଟିକାଲ୍ କେୟାର ଡକ୍ଟର ସଞ୍ଜିତ ଶଶିଧରନ୍ କହିଛନ୍ତି ଯେ, H3N2 ଦ୍ୱାରା ପ୍ରଭାବିତ ଲୋକମାନଙ୍କର ଗଳା ବସିଯାଉଛି, ସେମାନେ କଥା କହିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହି ସମସ୍ୟା ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ଲାଗି ରହୁଛି । ମାତ୍ର କୋଭିଡ-19 ସଂକ୍ରମିତ ଲୋକଙ୍କର ସାଧାରଣ ନିଶ୍ବାସ ପ୍ରଶାନ ସମସ୍ୟା ଏବଂ ଜ୍ୱର ରହୁଛି, ଯାହା ତିନିରୁ ଚାରି ଦିନ ପରେ ଠିକ୍ ହୋଇଯାଉଛି । ସେ କହିଛନ୍ତି ଯେ, ଇନଫ୍ଲୁଏଞ୍ଜା ସାଂଘାତିକ ନୁହେଁ । ଯଦି ଏକ ପ୍ରମୁଖ କୋମର୍ବିଡ୍ ଫ୍ୟାକ୍ଟର୍ ଥାଏ, ତେବେ ଏହା ଗମ୍ଭୀର ହୋଇପାରେ । ଛୋଟ ପିଲା, ଶିଶୁ, କୋମର୍ବିଡିଟି ଥିବା ବୟସ୍କ, 65 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ଏବଂ ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ଥିବା ବ୍ୟକ୍ତିଙ୍କ ପାଇଁ ବିପଦ ଅଧିକ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଡାକ୍ତରମାନେ କହିଛନ୍ତି ଯେ, ପରିବର୍ତ୍ତିତ ପାଣିପାଗ ସହିତ ଭାଇରାଲ୍ ସଂକ୍ରମଣରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧିରେ ପ୍ରଦୂଷଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଡାକ୍ତର ଶାହ କହିଛନ୍ତି, "କେତେକ ପରିବେଶଗତ କାରଣଗୁଡିକ ବୃଦ୍ଧି ଖରାପ ବାୟୁ ଗୁଣବତ୍ତା ପାଇଁ ଦାୟୀ ରହୁଛି । । ଏହିପରି ଇନଫ୍ଲୁଏଞ୍ଜା ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି, ବର୍ଷକୁ ଥରେ ଚତୁର୍ଥାଂଶ ଫ୍ଲୁ ଟୀକାକରଣ କରାଇବା ।"

କେଉଁ ନିୟମ ମାନିବେ

ମାସ୍କ ବ୍ୟବହାର କରିବା, ହାତର ସ୍ୱଚ୍ଛତା ବଜାୟ ରଖିବା ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଭଳି COVID ଉପଯୁକ୍ତ ଆଚରଣ ଅନୁସରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କୋଭିଡ ପୂର୍ବ ନିୟମାବଳି ହିଁ ସଂକ୍ରମଣକୁ ରୋକିପାରିବ ବୋଲି କହିଛନ୍ତି । ଏହା ସାଙ୍ଗକୁ ଇନ୍‌ଫ୍ଲୁଏଞ୍ଜାର ବାର୍ଷିକ ଫ୍ଲୁ ସଟ ଏହି ରୋଗକୁ ରୋକିପାରିବ ନଚେତ୍ ରୋଗର ଗମ୍ଭୀରତାକୁ କେତେକାଂଶରେ ହ୍ରାସ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.