ETV Bharat / sukhibhava

ଏକ୍ସପାରୀ ଖାଦ୍ୟ ଖାଇଲେ ଶରୀର ଉପରେ କଣ ପଡିବ ପ୍ରଭାବ, କଣ କହୁଛନ୍ତି ଏକ୍ସପର୍ଟ - ଏକ୍ସପାରୀ ଖାଦ୍ୟର ପ୍ରଭାବ

ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ପ୍ୟାକେଟର ଏକ୍ସପାରୀ ହେବା ପରେ ମଧ୍ୟ ଏହାକୁ ଖାଇପାରିବେ ବୋଲି ଖାଇଥାଆନ୍ତି । କିନ୍ତୁ ଏଭଳି ଭୁଲ କରନ୍ତୁ ନାହିଁ । ଅଧିକ ପଢ଼ନ୍ତୁ

eating food after expiry
eating food after expiry
author img

By

Published : Jun 30, 2023, 4:50 PM IST

ହାଇଦ୍ରାବାଦ: ବଜାରରେ ବିକ୍ରି ହେଉଥିବା ଅଧିକାଂଶ ଖାଦ୍ୟ ସାମଗ୍ରୀ ଉପରେ ଏକ୍ସପାରୀ ଡେଟ ବା ତାରିଖ ଲେଖା ହୋଇଥାଏ । କିନ୍ତୁ କିଛି ଲୋକ ଜିନିଷକୁ କିଣି ଆଣି ଘରେ ରଖିବା ପରେ ଏକ୍ସପାରୀ ହେଲେ ମଧ୍ୟ ଖାଦ୍ୟ ଖାଇଥାଆନ୍ତି । କିଛି ଲେକେ ଭାବନ୍ତି ଅଳ୍ପଦିନ ହେଲା ଏକ୍ସପାରୀ ହୋଇଛି ତ ଏହାକୁ ଖାଇଲେ ସ୍ବାସ୍ଥ୍ୟ ଉପରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ। କିନ୍ତୁ ଏଭଳି ଭାବିବା ଭୁଲ ଅଟେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏକ୍ସପାରୀ ଔଷଧ ?ଖାଦ୍ୟ ଖାଇବା ଦ୍ବାରା ଶରୀର ଉପରେ ପ୍ରଭାବ ପଡେ କି ? ନା ଏହା ଖାଇପାରିବା ? ବାସ୍ତବରେ ଏକ୍ସପର୍ଟଙ୍କ କହିବା ଅନୁସାରେ, ଏକ୍ସପାରୀ ଖାଦ୍ୟ ଖାଇବା ଦ୍ବାରା ବିଭିନ୍ନ ଲୋକଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ବେଳେ ଅନ୍ୟ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡିପାରେ ନାହିଁ ବୋଲି ଏକ୍ସପର୍ଟ କହିଛନ୍ତି ।

ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ପ୍ୟାକେଟର ଏକ୍ସପାରୀ ହେବା ପରେ ମଧ୍ୟ ଏହାକୁ ଖାଇପାରିବେ ବୋଲି ଖାଇଥାଆନ୍ତି । ଏକ୍ସପାରୀ ହେବା ପରେ କିଛି ଲୋକ ଖାଦ୍ୟର ବାସ୍ନାକୁ ପରଖିଥାଆନ୍ତି । ସେମାନେ ଭାବନ୍ତି ଖାଦ୍ୟର ବାସ୍ନା ଭଲ ରହିଛି ମାନେ ଏହା ଖାଦ୍ୟ ଉପଯୋଗୀ ଅଟେ । ଅନେକ ଲୋକ ଏହା ମଧ୍ୟ ଦାବି କରନ୍ତି ଯେ ଏକ୍ସପାରୀ ତାରିଖ ସରିବା ପରେ ମଧ୍ୟ କିଛି ଦିନ ପାଇଁ ଜିନିଷ ଖାଇ ପାରିବେ।

ଏହା ମଧ୍ୟ ପଢନ୍ତୁ: Smartphone in Washroom: ଟଏଲେଟରେ ବସି ମୋବାଇଲ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ ସମସ୍ୟା

ରିସ୍କ୍‌ ବା ବିପଦକୁ ଡାକିବା ଉଚିତ ନୁହେଁ: ଏକ୍ସପର୍ଟଙ୍କ କହିବା ଅନୁସାରେ, ଖାଦ୍ୟ ପ୍ୟାକେଟର ଏକ୍ସପାରୀ ହେବା ପରେ ଏହାକୁ ଖାଇ ରିସ୍କ୍‌ ନେବା ଉଚିତ ନୁହେଁ । ଅନେକ ଖାଦ୍ୟ ବିଶେଷଜ୍ଞ କହିଛନ୍ତି ଯେ, କିଛି ଖାଦ୍ୟ ସାମଗ୍ରୀର ଏକ୍ସପାରୀ ତାରିଖ ଅତ୍ୟନ୍ତ ଦ୍ୱନ୍ଦ୍ୱପୂର୍ଣ୍ଣ । ତାରିଖ ସରିବା ପରେ ମଧ୍ୟ ସେଗୁଡିକ ଖାଇବାରେ କୌଣସି କ୍ଷତି ହୋଇନଥାଏ । କିନ୍ତୁ ଏକ୍ସପାରୀ ତାରିଖ ସରିବା ପରେ ଗ୍ରହଣ କରିବା ଉଚିତ୍ ନୁହେଁ । ଡାଏଟିସିଆନଙ୍କ କହିବା ଅନୁସାରେ, ଏହାକୁ ଖାଇବା ଦ୍ବାରା ଆପଣ କ୍ଷତିକାରକ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିପାରନ୍ତି । ଏହି କାରଣରୁ ଜ୍ୱର, ଝାଡ଼ା ଏବଂ ବାନ୍ତି ସମସ୍ୟା ମଧ୍ୟ ହୋଇପାରେ ।

ପୌଷ୍ଟିକତା ଉପରେ ପ୍ରଭାବ ପଡିପାରେ: ଏକ୍ସପାରୀ ପରେ ଖାଦ୍ୟ ଖାଇବା ଦ୍ବାରା କିଛି ଲୋକଙ୍କ ଶରୀର ଉପରେ ଏହାର ପ୍ରଭାବ ପଡିପାରେ। କିନ୍ତୁ କେତେକାଂଶରେ ଏହାର ପ୍ରଭାବ ପଡିନପାରେ। କିନ୍ତୁ ଏହା କୁହାଯାଉଛି ଯେ, ଖାଦ୍ୟର ପୌଷ୍ଚିକତା ଉପରେ ପଡିପାରେ ଏହାର ପ୍ରଭାବ। ଏହା ପୂର୍ବ ପରି ସତେଜ ରହିବ ନାହିଁ । ଏହା ଖାଇବା ଦ୍ବାରା କିଛି ଲୋକଙ୍କୁ ବାନ୍ତି, ହଜମ ପ୍ରକ୍ରିୟାରେ ଅସୁବିଧା, ପେଟ ଯନ୍ତ୍ରଣା ଭଳି ରୋଗ ହୋଇପାରେ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ଆର୍ଟିକେଲ ଦ୍ବାରା ପ୍ରକାଶିତ ଖବର। ଏକ୍ସପାରୀ ଖାଦ୍ୟଠାରୁ ସର୍ବଦା ଦୂରେଇ ରହିବା ଉଚିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.