ETV Bharat / sukhibhava

Oral Health: ନବଜାତଙ୍କ ପାଟି ଓ ସ୍ବାସ୍ଥ୍ୟକୁ କରନ୍ତୁନି ଅଣଦେଖା - ଶିଶୁଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଟିପ୍ସ

ଶିଶୁ ଜନ୍ମ ହେବା ସମୟରେ ସେମାନଙ୍କ ଦାନ୍ତ ଉଠିନଥାଏ । ତେବେ ଏହାର ଅର୍ଥ ନୁହେଁ ଯେ ସେମାନଙ୍କ ପାଟି ସ୍ବାସ୍ଥ୍ୟକୁ ଅଣଦେଖା କରିବା ଆବଶ୍ୟକ । ସ୍ତନ୍ୟପାନ କରିବା ସମୟରେ ଶିଶୁଙ୍କ ପାଟି ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ । ଅଧିକ ପଢନ୍ତୁ

Oral health: ନବଜାତଙ୍କ ପାଟି ସ୍ବାସ୍ଥ୍ୟକୁ କରନ୍ତୁନି ଅଣଦେଖା

author img

By

Published : Mar 13, 2022, 3:45 PM IST

ହାଇଦ୍ରାବାଦ: ନବଜାତ ଶିଶୁ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଆ କ୍ଷୀର ଉପରେ ନିର୍ଭର କରିଥାଏ । ଶିଶୁ ପାଟିରେ ବେଳେବେଳେ ମା' କ୍ଷୀର ଅଠାରେ ପରିଣତ ହୁଏ ଫଳରେ ଏହା ଶିଶୁର ଜିଭରେ ଲାଗିଯାଏ । ଆଉ ପରବର୍ତ୍ତୀ ସମୟରେ ପାଟି ଭିତରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି । ଏଥିଲାଗି ନବଜାତ ଶିଶୁଙ୍କର ପାଟି ସ୍ବାସ୍ଥ୍ୟ(Oral Health)ର ଯତ୍ନ ନେବା ନିହାତି ଆବଶ୍ୟକ ।

  • ଆଙ୍ଗୁଠିରେ କପଡ଼ା ନେଇ ପାଟି ସଫା କରନ୍ତୁ:-

ଦିଲ୍ଲୀ ସ୍ମାଇଲ କ୍ଲିନିକର ପେଡିଆଟ୍ରିକ ଡେଣ୍ଟିଷ୍ଟ ଡକ୍ଟର ଅପର୍ଣ୍ଣା ସେନ କହିଛନ୍ତି ଯେ ନବଜାତଙ୍କ ପାଟି ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ଶିଶୁଙ୍କ ବୟସ ଅନୁଯାୟୀ ପାଟି ସ୍ବାସ୍ଥ୍ୟ ଯତ୍ନ ଭିନ୍ନ ହୋଇଥାଏ । ନବଜାତଙ୍କ ଦାନ୍ତ ଉଠିନଥିବାରୁ ସେମାନଙ୍କ ପାଟିକୁ ପେଷ୍ଟ ଓ ବ୍ରସ ପରିବର୍ତ୍ତେ ନରମ କପଡା ଦ୍ବାରା ସଫା କରାଯିବା ଉଚିତ । ପ୍ରଥମେ ଆଙ୍ଗୁଠିରେ କପଡ଼ା ଗୁଡ଼ାଇ ଏହା ଦ୍ବାରା ଶିଶୁର ପାଟିକୁ ସଫା କରିବା ଉଚିତ । ଏପରି ସଫା କରିବା ଦ୍ବାରା ଶିଶୁର ପାଟିରେ ଥିବା ଅଠାଗୁଡ଼ିକ ସଫା ହୋଇଥାଏ ।

ଡକ୍ଟର ଅପର୍ଣ୍ଣା ଆହୁରି କହିଛନ୍ତି ଯେ ଶିଶୁ ୪ ମାସର ହୋଇଯିବା ପରେ ସେ ତାର ହାତକୁ ପାଟିରେ ପୁରାଇଥାଏ । ଏହାସହ ତା' ଆଖିରେ ଯାହା ପଡ଼େ ତାକୁ ପାଟିରେ ପୁରାଇବାକୁ ଚେଷ୍ଟା କରେ । ଏହାଦ୍ବାରା ପାଟିରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି । ଏହା ଧୀରେ ଧୀରେ ପେଟରେ ପହଞ୍ଚି ରୋଗ ସୃଷ୍ଟି କରିଥାନ୍ତି । କେବଳ ଖାଇବା ପରେ ନୁହେଁ, ବରଂ ଶିଶୁଙ୍କ ପାଟିକୁ ୧ ରୁ ୨ ଥର ଦିନରେ ସଫା କରିବା ଆବଶ୍ୟକ ।

  • ମାଢିକୁ ଧୀରେ ଧୀରେ ମାଲିସ କରନ୍ତୁ:-

ଶିଶୁ ବିଶେଷଜ୍ଞଙ୍କ କହିବାନୁସାରେ ଶିଶୁ ୪ରୁ ୬ମାସ ହେବା ପରେ ଦାନ୍ତ ଉଠିବା ଆରମ୍ଭ ହୋଇଥାଏ । ଏହାପରେ ମାଢି ଫାଟି ଶିଶୁର ଦାନ୍ତ ଉଠେ । ଏହି ସମୟରେ ଶିଶୁକୁ ଯନ୍ତ୍ରଣା ହୋଇଥାଏ । ଏହାସହ ଶିଶୁକୁ ଜ୍ବର ମଧ୍ୟ ହୋଇଥାଏ । ଏଥିଲାଗି ଶିଶୁର ମାଢିକୁ ଧୀରେ ଧୀରେ ମାଲିସ କରିବା ଉଚିତ । ଫଳରେ ଶିଶୁକୁ ଆରାମ ମିଳିଥାଏ । ଯେତେବେଳେ ଦାନ୍ତ ଉଠି ସାରେ ସେତେବେଳେ ଏହାକୁ ସଫା ରଖିବା ଗୁରୁତ୍ବପୂର୍ଣ୍ଣ ହୋଇପଡେ । ଏହି ଟିଥିଂ ପ୍ରକ୍ରିୟା ସମୟରେ ଶିଶୁକୁ କ୍ୟାଲସିୟମ ବା ଭିଟାମିନ ଡି ଔଷଧ ଦିଆଯିବା ଆବଶ୍ୟକ ।

  • ୨ ବା ତଦୁର୍ଦ୍ଧ୍ବ ବୟସର ଶିଶୁ

ଡକ୍ଟର ଅପର୍ଣ୍ଣା କହିଛନ୍ତି ଯେ ଶିଶୁର ଦାନ୍ତ ଉଠିବା ପରେ ଏହାକୁ ସଫା କରିବା ପାଇଁ ଏକ ସ୍ବତନ୍ତ୍ର ଧରଣର ଟୁଥବ୍ରସ୍‌ ମିଳିଥାଏ । ଏହାକୁ ବ୍ୟବହାର କରି ଶିଶୁଙ୍କ ଦାନ୍ତ ସଫା କରିବା ଆବଶ୍ୟକ । ଶିଶୁ ପେଷ୍ଟକୁ ଯେପରି ଢୋକି ନ ଦିଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହାସହିତ କେଉଁ ପେଷ୍ଟଟି ଶିଶୁଙ୍କ ପାଇଁ ଅଧିକ ଉପଯୋଗୀ ସେ ସମ୍ପର୍କରେ ନିଜ ଡାକ୍ତରଙ୍କ ସହିତ ପରାମର୍ଶ ନେବାକୁ ସେ ପରାମର୍ଶ ଦେଇଛନ୍ତି । ବ୍ରସ୍‌ କରିବା ପରେ ପାଟିକୁ ଭଲ ଭାବରେ ଧୋଇବା ଆବଶ୍ୟକ । ଶିଶୁ ବଡ଼ ହେବା ପରେ ବ୍ରସ୍‌ କରିବାର ଉପଯୋଗିତା ସମ୍ପର୍କରେ ଶିଶୁଙ୍କୁ ବୁଝାଇବା ଆବଶ୍ୟକ । ଉତ୍ତମ ପାଟି ସ୍ବାସ୍ଥ୍ୟ ଶିଶୁଙ୍କୁ ଅନେକ ରୋଗରୁ ରକ୍ଷା ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.