ETV Bharat / sukhibhava

Diabetic Retinopathy: ମଧୁମେହ ରୋଗୀଙ୍କ ଆଖି ସମସ୍ୟା କରାଇପାରେ ଡାଇବେଟିକ୍ ରେଟିନୋପାଥୀ

author img

By

Published : Jul 8, 2023, 9:25 AM IST

ମଧୁମେହ ରୋଗୀଙ୍କ ପାଇଁ ବିପଦ ଆଣିଦିଏ ଡାଇବେଟିକ୍ ରେଟିନୋପାଥୀ । ସଜାଗ ନହେଲେ ହୋଇପାରେ ଆଖି ସମସ୍ୟା । ଅଧିକ ପଢନ୍ତୁ

Diabetic Retinopathy
Diabetic Retinopathy

ହାଇଦ୍ରାବାଦ: ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଶାରୀରିକ ସମସ୍ୟା ମଧ୍ୟରୁ ମଧୁମେହ ଅନ୍ୟତମ । ଏହା କେବଳ ରକ୍ତରେ ଶର୍କରାକୁ ଶୀଘ୍ର ବୃଦ୍ଧି କରାଇ ନଥାଏ ବରଂ କ୍ଷତ ଶୀଘ୍ର ଭଲ ହୁଏ ନାହିଁ ଏବଂ ଅନେକ ଗମ୍ଭୀର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣଙ୍କର ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବା ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଦୂର ହୋଇପାରେ । ମଧୁମେହ ରୋଗରେ ଆକ୍ରାନ୍ତ ହେବା ଦ୍ବାରା ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ, ଯାହାକୁ ଡାଇବେଟିସ୍ ରେଟିନୋପାଥୀ କୁହାଯାଏ । ଅନୁମାନ କରାଯାଏ ଯେ ମଧୁମେହର ପ୍ରତ୍ୟେକ ଏକ ଚତୁର୍ଥାଂଶ ରୋଗୀଙ୍କ ନିକଟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଜାଣନ୍ତୁ କ'ଣ ଏହି ଡାଇବେଟିସ୍ ରେଟିନୋପାଥୀ

ଡାଇବେଟିସ୍ ରେଟିନୋପାଥୀ ମଧୁମେହ ରୋଗୀଙ୍କ ଦୃଷ୍ଟି ଶକ୍ତି ସମସ୍ୟା ସୃଷ୍ଟି କରିଥାଏ । ଏହା ରେଟିନାରେ ଥିବା ରକ୍ତବାହୀକୁ ପ୍ରଭାବିତ କରିଥାଏ । ମଧୁମେହ ଦ୍ବାରା ସୃଷ୍ଟି ହୋଇଥିବା ଏହି ଚକ୍ଷୁ ସମସ୍ୟାରେ ରକ୍ତବାହୀ ଫୁଲିଯାଏ । ଏହି କାରଣରୁ ଆଖିକୁ ଠିକ ଭାବେ ଦେଖାଯାଇ ନଥାଏ । ସମୟ ସହିତ ସମସ୍ୟା ଆହୁରି ଗମ୍ଭୀର ହୋଇପାରେ । ସେଥିପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ ମଧୁମେହ ରୋଗୀମାନେ ବର୍ଷକୁ ଅତିକମରେ ଥରେ ଆଖି ଯାଞ୍ଚ କରିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ: Diabetes Cases In Children: କୋରୋନା ପରେ ଛୁଆଙ୍କ ମଧ୍ୟରେ ବୃଦ୍ଧି ପାଇଛି ଟାଇପ୍-1 ମଧୁମେହ

ଡାଇବେଟିସ୍ ରେଟିନୋପାଥୀର କାରଣ?: ଡାଇବେଟିସରେ ବ୍ଲଡ ସୁଗର ସ୍ତର ବଢିବା ଏବଂ ଆଖି ସମସ୍ୟା ଦେଖାଯିବା ଏକ ସାଧାରଣ ସମସ୍ୟା ଅଟେ । ଉଚ୍ଚ ରକ୍ତ ଶର୍କରା କ୍ଷୁଦ୍ର ରକ୍ତବାହୀକୁ ବାଧା ଦେଇଥାଏ ଏବଂ ଏହି କାରଣରୁ ଆଖି ନୂତନ ରକ୍ତବାହୀ ଗଠନ ହେବାକୁ ଲାଗିଥାଏ । ଯେତେବେଳେ ଏହି ରକ୍ତବାହୀ ସଠିକ୍ ଭାବରେ ଗଠିତ ହୁଏ ନାହିଁ, ସେମାନେ ଲିକ୍ ହେବା ଆରମ୍ଭ କରନ୍ତି । ଏହି କାରଣରୁ, ଡାଇବେଟିସ ରେଟିନୋପାଥୀ ସମସ୍ୟା ଆରମ୍ଭ ହୁଏ । ମଧୁମେହ ପ୍ରତି ସଠିକ୍ ଧ୍ୟାନ ନ ଦେବା, କ୍ରମାଗତ ଭାବରେ ଉଚ୍ଚ ରକ୍ତଚାପ କିମ୍ବା ଉଚ୍ଚ ଶର୍କରା ସ୍ତର ରହିବା ଏବଂ ମଦ୍ୟପାନ-ସିଗାରେଟ୍ ପିଇବା ଏହି ସମସ୍ୟା ସୃଷ୍ଟି କରିପାରେ।

ଡାଇବେଟିସ୍ ରେଟିନୋପାଥୀର ଲକ୍ଷଣ: ପ୍ରାରମ୍ଭରେ ଅନେକ ମଧୁମେହ ରୋଗୀଙ୍କଠାରେ ଡାଇବେଟିସ ରେଟିନୋପାଥୀର ଲକ୍ଷଣ ଦେଖାଯାଏ ନାହିଁ । ତଥାପି ଏହି ସମସ୍ୟା ଦେଖାଯିବା ଦ୍ବାରା ଦୃଷ୍ଟି ଶକ୍ତି ହ୍ରାସ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା ହୋଇପାରେ । ସେଥିପାଇଁ ସମୟ ସମୟରେ ଡାଇବେଟିସ ଯାଞ୍ଚ କରିବା ଆବଶ୍ୟକ ।

କିଭଳି ଡାଇବେଟିସ୍ ରେଟିନୋପାଥୀରୁ ବର୍ତ୍ତିବେ:

ମଧୁମେହରେ ଆଖି ସମସ୍ୟାକୁ ଏଡ଼ାଇବା ପାଇଁ, ନିୟମିତ ଭାବେ ଆଖି ଯାଞ୍ଚ କରିବା ଆବଶ୍ୟକ

ରକ୍ତ ଶର୍କରା ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ

ସୁସ୍ଥ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ସହିତ ଶାରୀରିକ କାର୍ଯ୍ୟକଳାପ, ବ୍ୟାୟାମ କରନ୍ତୁ

ସପ୍ତାହରେ ଅତି କମରେ 150 ମିନିଟ୍ ବ୍ୟାୟାମ କରନ୍ତୁ । ଯେପରିକି ଚାଲିବା, ସାଇକେଲ ଚଲାଇବା ଭଳି କାର୍ଯ୍ୟ କରନ୍ତୁ

ସମୟ ସମୟରେ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରନ୍ତୁ

ମଧୁମେହ ରୋଗୀ, ସେ ଟାଇପ୍-1 ହୁଅନ୍ତୁ କିମ୍ବା ଟାଇପ୍-2 ଉଭୟ ବର୍ଗର ରୋଗୀଙ୍କ କ୍ଷେତ୍ରରେ ଡାଇବେଟିକ୍ ରେଟିନୋପାଥୀ ଦେଖା ଦେଇପାରେ । ମଧୁମେହ ଥିବା ଗର୍ଭବତୀ ମହିଳାମାନେ ମଧ୍ୟ ଏହି ଚକ୍ଷୁ ରୋଗର ସମ୍ମୁଖୀନ ହୋଇପାରନ୍ତି । ଗର୍ଭାବସ୍ଥାରେ ମଧୁମେହ ଚିହ୍ନଟ ହେଲେ ନିୟମିତ ଆଖି ଯାଞ୍ଚ କରାଇନେବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.