ETV Bharat / sukhibhava

Dengue Prevention Tips: କାୟା ବିସ୍ତାର କରୁଛି ଡେଙ୍ଗୁ, ଜାଣନ୍ତୁ ବର୍ତ୍ତିବାର ଉପାୟ - ଡେଙ୍ଗୁର ଲକ୍ଷଣ

ବର୍ଷା ଋତୁରେ ଡେଙ୍ଗୁ ସମସ୍ୟା ବହୁତ ଦେଖାଯାଏ । ମଶା ଦ୍ବାରା ହେଉଥିବା ଡେଙ୍ଗୁ ଏକ ବିପଜ୍ଜନକ ଜ୍ୱର ଅଟେ । ଠିକ୍ ସମୟରେ ଚିକିତ୍ସା ନହେବା କାରଣରୁ ମୃତ୍ୟୁ ମଧ୍ଯ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ବିପଜ୍ଜନକ ଜ୍ୱରକୁ ଏଡାଇବା ପାଇଁ ମୌସୁମୀରେ କିଛି ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ଅଟେ । ଅଧିକ ପଢନ୍ତୁ

Dengue Prevention Tips
Dengue Prevention Tips
author img

By

Published : Jul 5, 2023, 6:28 PM IST

ହାଇଦ୍ରାବାଦ: ବର୍ଷା ଆସିବା ମାତ୍ରେ ଡେଙ୍ଗୁ ରୋଗ ବଢିବାରେ ଲାଗେ । ବାସ୍ତବରେ ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ପାଣି ଭରିବା କାରଣରୁ ଡେଙ୍ଗୁ ମଶା ଜନ୍ମ ହୁଏ। ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ ତେବେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ଏହାର ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଫ୍ଲୁ କିମ୍ବା ଭାଇରାଲ୍ ଜ୍ୱର ସହିତ ସମାନ, ଯେଉଁ କାରଣରୁ ଲୋକମାନେ ଏହାକୁ ଅଣଦେଖା କରନ୍ତି। ଯେତେବେଳେ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗେ, ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେଇଥାଆନ୍ତି। ଏହି ଅସାବଧାନତା ଏବଂ ସୂଚନା ଅଭାବ ହେତୁ ଲୋକଙ୍କୁ ଜୀବନ ହରାଇବାକୁ ପଡୁଛି। ବର୍ଷା ଋତୁରେ ଯଦି ଆପଣଙ୍କର ଜ୍ୱର, ଅନେକ ଦିନ ଧରି ଲଗାତାର ମୁଣ୍ଡବିନ୍ଧା ଭଳି ସମସ୍ୟା ଅଛି, ତେବେ ତୁରନ୍ତ ଡେଙ୍ଗୁ ପରୀକ୍ଷା କରିବା ଆବଶ୍ୟକ। ଏହା ସହିତ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମଶା କାମୁଡ଼ିବାର ସାଧାରଣତଃ 3ରୁ 14 ଦିନ ପରେ ଲକ୍ଷଣ ଜଣା ପଡିଥାଏ । ଡେଙ୍ଗୁରେ ସଂକ୍ରମିତ ବ୍ୟକ୍ତିମାନେ ଯଥାସମ୍ଭବ ବିଶ୍ରାମ ନେବା, ପ୍ରଚୁର ପାଣି ପିଇବା ଏବଂ ଜ୍ୱରକୁ ନିୟନ୍ତ୍ରଣ କରିବା ଏବଂ ଯନ୍ତ୍ରଣାରୁ ରିଲିଫ ପାଇଁ ପାରାସିଟାମୋଲ ନେବା ଆବଶ୍ୟକ ।

ଡେଙ୍ଗୁ କଣ? ଡେଙ୍ଗୁ ଏକ ସାଂଘାତିକ ରୋଗ । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଲୋକେ ଡେଙ୍ଗୁର ଶିକାର ହେଉଛନ୍ତି । ବର୍ଷା ଦିନରେ ଜମା ରହିଥିବା ପାଣି ଦ୍ବାରା ମଶା ମାନେ ତାଙ୍କ ବଂଶବୃଦ୍ଧି କରିଥାନ୍ତି । ଏଣୁ ଜମା ରହୁଥିବା ପାଣିକୁ ସଫା କରିବା, ନଦୀ ନାଳ ପରିଷ୍କାର କରିବା ଆବଶ୍ୟକ ।

ଡେଙ୍ଗୁର ଲକ୍ଷଣ: ଡେଙ୍ଗୁଲ ଅନେକ ଲକ୍ଷଣ ରହିଛି।

ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣା

ମୁଣ୍ଡବିନ୍ଧା

ଜ୍ୱର

ଆଖି ଯନ୍ତ୍ରଣା

ମୁଣ୍ଡ ବୁଲାଇବା

ବାନ୍ତି ଲାଗିବା

ଡେଙ୍ଗୁରୁ ବର୍ତ୍ତିବାର ଉପାୟ:

1. ଘର ଚାରିପାଖରେ କିମ୍ବା ଘର ଭିତରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ଯଦି ହାଣ୍ଡି, କୁଲର୍, ଟାୟାରରେ ପାଣି ଭରିଯାଏ, ତେବେ ତୁରନ୍ତ ଏହାକୁ ବାହାର କରନ୍ତୁ। ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନେବା ଆବଶ୍ୟକ।

2. ଯଦି କୁଲରରେ ପାଣି ଥାଏ, ସେଥିରେ ଅଳ୍ପ କିରୋସିନି ତେଲ ରଖନ୍ତୁ। ଏହା ମଶା ପ୍ରଜନନ ସମ୍ଭାବନାକୁ ହ୍ରାସ କରିଥାଏ ।

3. ପାଣି ଟାଙ୍କିକୁ ଖୋଲା ରଖନ୍ତୁ ନାହିଁ, ଭଲ ଭାବରେ ଘୋଡାଇ ରଖିବା ଆବଶ୍ୟକ।

4. ଶରୀରକୁ ସମ୍ପୁର୍ଣ୍ଣ ଆବରଣ କରି ପୋଷାକ ପିନ୍ଧନ୍ତୁ। ଅପରିଷ୍କାର ସ୍ଥାନକୁ ଛୁଆକୁ ଛାଡନ୍ତୁ ନାହିଁ।

5. ରାତିରେ ଶୋଇବା ସମୟରେ ମଶାରି ଟାଙ୍ଗି ଶୁଅନ୍ତୁ।

ଏହା ମଧ୍ୟ ପଢନ୍ତୁ: Dengue: ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

ଡେଙ୍ଗୁ ହେବା ପରେ କଣ କରିବେ ଏବଂ କଣ ନକରିବେ ଜାଣନ୍ତୁ

ଡେଙ୍ଗୁ ଚିହ୍ନଟ ହେବା ପରେ ଅଧିକରୁ ଅଧିକ ତରଳ ପଦାର୍ଥ ପିଅନ୍ତୁ।

ହାଲୁକା ଏବଂ ସରଳ ଖାଦ୍ୟ ଖାଆନ୍ତୁ।

ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଗ୍ରହଣ କରନ୍ତୁ ନାହିଁ।

ମଶା ନହେବା ପାଇଁ ଘର ଭିତରେ ଏବଂ ଆଖପାଖରେ କୀଟନାଶକ ଔଷଧ ସ୍ପ୍ରେ କରିବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.