ETV Bharat / sukhibhava

ଦିଲ୍ଲୀ ଏମ୍ସ ଡାକ୍ତରଙ୍କ କମାଲ୍, ଉଦ୍ଭାବନ କଲେ ସ୍ନାୟୁବିକାର ରୋଗ ନିରାକରଣର କୌଶଳ

ଆଲଜାଇମର ଏବଂ ପାର୍କିନ୍ସନ୍ ପରି ନ୍ୟୁରୋଡିଜେନେରେଟିଭ୍(ସ୍ନାୟୁବିକାର) ରୋଗର ନିରାକରଣ କ୍ଷେତ୍ରରେ ଦିଲ୍ଲୀ ଏମ୍ସକୁ ସଫଳତା । କିପରି ଏହି ରୋଗର ଚିହ୍ନଟ ଏବଂ ଚିକିତ୍ସା କରାଯାଇ ପାରିବ ତା'ର ଉପାୟ ବାହାର କରିଛନ୍ତି ଡାକ୍ତର । ଅଧିକ ପଢନ୍ତୁ

author img

By

Published : Apr 8, 2023, 4:15 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ ଦିଲ୍ଲୀ ଏମ୍ସକୁ ଆଉ ଏକ ସଫଳତା । ଆବିଷ୍କାର କଲା ସ୍ନାୟୁବିକାର ରୋଗ ନିରାକରଣର ଉପାୟ । ବାୟୋଫିଜିକ୍ସ ବିଭାଗର ପ୍ରଫେସର ଡକ୍ଟର ସରୋଜ କୁମାର ଏପରି ଏକ କୌଶଳ ଉଦ୍ଭାବନ କରିଛନ୍ତି, ଯେଉଁଥିରେ ଆଲଜାଇମର ଏବଂ ପାର୍କିନ୍ସନ୍ ପରି ନ୍ୟୁରୋଡିଜେନେରେଟିଭ୍(ସ୍ନାୟୁବିକାର) ରୋଗର ନିରାକରଣ ସହଜ ହୋଇପାରିବ ।

ଡାକ୍ତର ସରୋଜ କହିଛନ୍ତି ଯେ, ଏହି କୌଶଳ ସହିତ, ରୋଗର ଲକ୍ଷଣ ଆରମ୍ଭ ହେବାର ବହୁ ପୂର୍ବରୁ ନ୍ୟୁରୋଡିଜେନେରେଟିଭ୍ ବ୍ୟାଧି ଚିହ୍ନଟ ହୋଇପାରିବ । ବୃଦ୍ଧମାନଙ୍କରେ ପାର୍କିନ୍ସନ୍‌ର ଅତି ପ୍ରାରମ୍ଭିକ ପର୍ଯ୍ୟାୟ ସ୍କ୍ରିନିଂ ପାଇଁ ଏହା ବ୍ୟବହାର କରାଯାଇପାରିବ । ଏହି ଟେକ୍ନୋଲୋଜି ସେହି ଲୋକମାନଙ୍କୁ ଚିହ୍ନଟ କରିବାରେ ସହଜ କରାଇବ, ଯେଉଁମାନଙ୍କର ଆଲଜାଇମର କିମ୍ବା ପାର୍କିନ୍ସନ୍ ରୋଗ ଲକ୍ଷଣ ପରିବର୍ତ୍ତନ ଘଟୁଛି ଏବଂ ଲକ୍ଷଣ ବୃଦ୍ଧି ପାଉଛି । ଏଥିସହ ଏହି କୌଶଳ ମାଧ୍ୟମରେ ରୋଗ ଚିହ୍ନଟ ଖୁବ୍ କମ୍ ସମୟରେ ଏବଂ ସ୍ବଳ୍ପ ମୂଲ୍ୟରେ ଜଣା ପଡିପାରିବ ।

ଏହା ମଧ୍ୟ ପଢନ୍ତୁ:- FB Messenger New Feature: ଭିଡିଓ କଲ୍ ସମୟରେ ଖେଳିପାରିବେ ଗେମ୍

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଲଜାଇମର ଏବଂ ପାର୍କିନ୍ସନ୍ ଭଳି ନ୍ୟୁରୋଡିଜେନେରେଟିଭ୍ ରୋଗ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ । ବୟସ ସହିତ ଏହି ରୋଗ ହେବାର ସମ୍ଭାବନା ବଢିଥାଏ । ବିଶେଷ କରି ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କର ଏହି ରୋଗ ଦେଖାଯାଏ । ଏହି ରୋଗ ହେଲେ ସ୍ନାୟୁ କୋଷ ଗୁଡ଼ିକ ଦୁର୍ବଳ ହେବା ସହ ମସ୍ତିଷ୍କରେ କୋଷଗୁଡିକ ନଷ୍ଟ ହୋଇଯାଏ । ଏହି ରୋଗ ଚିହ୍ନଟ ହେବାରେ ବିଳମ୍ବ ଘଟେ । କାରଣ ସାଧାରଣ ଲକ୍ଷଣ କେବଳ ରୋଗର ପରବର୍ତ୍ତୀ ଅବସ୍ଥାରେ ଦେଖାଯାଏ । ଏହି ରୋଗ ହେଲେ ସ୍ମୃତିଶକ୍ତି ହ୍ରାସ ପାଏ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ନିଦ୍ରାହୀନତା ଆସ୍ଥମାରେ ଆକ୍ରାନ୍ତ କରାଇପାରେ, ଜାଣନ୍ତୁ କେମିତି କରିବେ ଚିକିତ୍ସା

ନିକଟରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଅଲଜାଇମର ଏବଂ ପାର୍କିନ୍ସନ୍ ଭଳି ରୋଗ ସହିତ ଜଡିତ ସାଧାରଣ ଲକ୍ଷଣ ଦେଖାଯିବା ପୂର୍ବରୁ ମସ୍ତିଷ୍କରେ ଡିଜେରେଟିଭ୍ ପରିବର୍ତ୍ତନ ଆରମ୍ଭ ହୁଏ । ଏହି ରୋଗ ମାରାତ୍ମକ ହେବା ପୂର୍ବରୁ ତା'ର ଲକ୍ଷଣକୁ ଚିହ୍ନଟ କରିବା ଆହ୍ବାନପୂର୍ଣ୍ଣ ଥିଲା । ବର୍ତ୍ତମାନ ଏହି ଆହ୍ବାନକୁ ବାସ୍ତବ ରୂପ ଦେଇ ପାରିଛି ଦିଲ୍ଲୀ ଏମ୍ସ । ଏହି କୌଶଳ ଉଦ୍ଭାବନ କରିବା କ୍ଷେତ୍ରରେ AIIMS ସ୍ନାୟୁବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ରୂପା ରାଜନ ମଧ୍ୟ ସହଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.