ETV Bharat / sukhibhava

Dalia: ସମସ୍ତ ବୟସ ବର୍ଗଙ୍କ ପାଇଁ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ - ସୁସ୍ଥ ଖାଦ୍ୟ

ଆପଣ ଯେତେବେଳେ କୌଣସି ପ୍ରକାରର ରୋଗରେ ଆକ୍ରାନ୍ତ ହୁଅନ୍ତି, ସେତେବେଳେ ଡାକ୍ତର ଓଟମିଲ୍ କିମ୍ବା ‘ଦଲିଆ’ ଖାଇବାକୁ ପରାମର୍ଶ ଦିଅନ୍ତି । ଏହାକୁ ହଜମ କରିବା ସହଜ ହେବା ସହିତ ଏହା ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ହୋଇଥାଏ । କିନ୍ତୁ କୌତୁହଳର ବିଷୟ ଏହା ଉଭୟ ମିଠା ଏବଂ ସ୍ବାଦଯୁକ୍ତ ଭାବରେ ଅନେକ ଉପାୟରେ ପ୍ରସ୍ତୁତ ହୋଇପାରେ । ପ୍ରତ୍ୟେକ ବୟସ ବର୍ଗ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିପାରିବେ । ଅଧିକ ପଢନ୍ତୁ

Dalia: ସମସ୍ତ ବୟସ ବର୍ଗଙ୍କ ପାଇଁ ସ୍ବାସ୍ଥ ଉପଯୋଗୀ ଖାଦ୍ୟ

author img

By

Published : Jan 11, 2022, 5:10 PM IST

ହାଇଦ୍ରାବାଦ: ଲୋକଙ୍କ ମଧ୍ୟରେ ଏକ ସାଧାରଣ ଭ୍ରାନ୍ତ ଧାରଣା ରହିଛି ଯେ ଓଟମିଲ୍(oatmeal) ବା ଦଲିଆ(Dallia) କେବଳ ଅସୁସ୍ଥ ଲୋକଙ୍କ ଖାଦ୍ୟ । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଏହା ସୁସ୍ଥ ଲୋକଙ୍କ ପାଇଁ ମଧ୍ୟ ଉପଯୁକ୍ତ ଅଟେ । ମୁମ୍ବାଇରେ ରହୁଥିବା ପୁଷ୍ଟିକର ବିଶେଷଜ୍ଞ ତଥା ଡାଏଟିସିଆନ୍ ଡକ୍ଟର ନତାଶା ଶକ୍ୟା କହିଛନ୍ତି ଯେ ବ୍ୟବହୃତ ଶସ୍ୟକୁ ବାଦ ଦେଲେ ଦଲିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ନିୟମିତ ବ୍ୟବହାର ଅନେକାଂଶରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ବିଶେଷ ଭାବରେ ଜଳଖିଆରେ ଏହାର ବ୍ୟବହାର ଦିନସାରା ଶରୀରରେ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରେ ।

କ'ଣ ରହିଛି ଉପଯୋଗିତା ?

ଓଜନ ନିୟନ୍ତ୍ରଣ(Weight Loss):-

ପ୍ରତିଦିନ ଗୋଟିଏ ପାତ୍ର ଦଲିଆ ଖାଇବା ଦ୍ବାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ କାରଣ ଏହା ଫାଇବରରେ ଭରପୁର ହୋଇଥିବା ବେଳେ ଏଥିରେ କ୍ୟାଲୋରୀରେ କମ୍ ରହିଥାଏ । ଅନ୍ୟପଟେ ଓଟମିଲରେ ଥିବା ପ୍ରୋଟିନ୍ ହଜମ କରିବାକୁ ବହୁତ ସମୟ ନେଇଥାଏ, ଯାହା ଭୋକକୁ ହ୍ରାସ କରିଥାଏ ଏବଂ ଓଜନକୁ ଆହୁରି ହ୍ରାସ କରିଥାଏ ।

ସୁସ୍ଥ ହଜମ ପ୍ରକ୍ରିୟା(Digestive Health):-

ଏହାର ବ୍ୟବହାର କୋଷ୍ଠକାଠିନ୍ୟ ଏବଂ ଅନ୍ୟାନ୍ୟ ହଜମ ପ୍ରକ୍ରିୟାରେ ସମ୍ବନ୍ଧୀୟ ସମସ୍ୟା ବିରୋଧରେ ଉପକାରୀ ହୋଇଥାଏ । ଯଦିଓ ଏହାକୁ ହଜମ କରିବାକୁ କିଛି ସମୟ ଲାଗେ, ଏହା ହଜମ ହେବା ସହଜ ଏବଂ ଆମର ହଜମ ପ୍ରକ୍ରିୟାକୁ ବହୁତ ପରିଶ୍ରମ କରିବାକୁ ପଡେ ନାହିଁ । ଏହି କାରଣରୁ ବୃଦ୍ଧ ଏବଂ ଅସୁସ୍ଥତା ଭୋଗୁଥିବା ଲୋକଙ୍କୁ ଦଲିଆ ଖାଇବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର । ଏହା ପେଟରେ ଯନ୍ତ୍ରଣା, ଗ୍ୟାସ୍, ବାନ୍ତି, ଫୁଲିବା ଇତ୍ୟାଦି ସମସ୍ୟାରେ ମଧ୍ୟ ଆରାମ ଦେଇଥାଏ । ଏହାସହିତ ଶରୀରର ମେଟାବୋଲିଜିମକୁ ମଧ୍ୟ ବଢାଇଥାଏ ।

ସମସ୍ତ ବୟସ ବର୍ଗଙ୍କ ପାଇଁ ସ୍ବାସ୍ଥ ଉପଯୋଗୀ ଖାଦ୍ୟ ଦଲିଆ ବା ଓଟମିଲ୍ସ

ଆନେମିଆ(Anemia):-

ଓଟମିଲ୍ ଆଇରନର ଏକ ଉତ୍ତମ ଉତ୍ସ, ଯାହା ଶରୀରରେ ପର୍ଯ୍ୟାପ୍ତ ପରିମାଣର ହେମୋଗ୍ଲୋବିନ୍ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଲୌହର ଅଭାବ ହେମୋଗ୍ଲୋବିନର ସ୍ତରକୁ ହ୍ରାସ କରିପାରେ, ଯାହା ପରବର୍ତ୍ତୀ ସମୟରେ ଥକାପଣ ଏବଂ ଦୁର୍ବଳତା ସୃଷ୍ଟି କରିଥାଏ । ଓଟମିଲର ନିୟମିତ ଖାଇବା ଦ୍ବାରା ଏଭଳି ସମସ୍ୟା ଦୂର ହୋଇପାରେ ଏବଂ ରକ୍ତହୀନତାରେ ଆରାମ ମିଳିଥାଏ ।

ମଧୁମେହ(Diabetes):-

ଏହା ମଧ୍ୟ ମ୍ୟାଗ୍ନେସିୟମର ଏକ ସମୃଦ୍ଧ ଉତ୍ସ । ମ୍ୟାଗ୍ନେସିୟମ୍ ଅନେକ ପ୍ରକାରର ଏନଜାଇମ୍ ଉତ୍ପାଦନ କରେ, ଯାହା ଶରୀରରେ ସଠିକ୍ ପରିମାଣର ଇନସୁଲିନ୍ ଉତ୍ପାଦନରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଦଲିଆରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯାହା ମଧୁମେହ ରୋଗୀଙ୍କ ପାଇଁ ଏକ ଆଦର୍ଶ ଭୋଜନ ହୋଇଥାଏ ।

ବୋନ୍‌ ହେଲ୍‌ଥ(Bone Health):-

ଓଟମିଲରେ କ୍ୟାଲସିୟମ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ହାଡର ସ୍ବାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ତେଣୁ, ଯଦି ବୟସ୍କମାନେ ଏହାକୁ ପ୍ରତିଦିନ ଖାଆନ୍ତି, ତେବେ ସେମାନେ ହାଡ଼ର ଦୁର୍ବଳତା ଏବଂ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା କମ୍‌ । ପିଲାମାନଙ୍କ ଦ୍ବାରା ଏହାର ବ୍ୟବହାର ସେମାନଙ୍କର ହାଡ଼ର ସଠିକ୍ ବିକାଶରେ ସାହାଯ୍ୟ କରେ ।

କୋଲେଷ୍ଟ୍ରୋଲ(Controlling Cholesterol):- ଓଟମିଲ୍ ଉଭୟ ଦ୍ରବୀଭୂତ ହେବା ସହିତ ଫାଇବରରେ ଭରପୂର ଅଟେ । ତେଣୁ ଏହାର ଗ୍ରହଣ ଶରୀରରେ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ ।

ବଢୁଥିବା ପିଲାଙ୍କ ପାଇଁ ଲାଭଦାୟକ(Ideal For Growing Children):- ଓଟମିଲରେ ବି ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ପ୍ରୋଟିନ୍ ଭରପୂର ରହିଥାଏ । ଯାହାକି ବଢୁଥିବା ପିଲାମାନଙ୍କ ପାଇଁ ଏକ ଆଦର୍ଶ ଖାଦ୍ୟ ହୋଇଥାଏ । ଏହା 6 ମାସ ପରେ ଶିଶୁମାନଙ୍କୁ ମଧ୍ୟ ଖାଇବାକୁ ଦିଆଯାଇପାରେ ।

ଗର୍ଭବତୀ(Pregnant Women):- ଗର୍ଭବତୀ ମହିଳାମାନଙ୍କ ପାଇଁ ଓଟମିଲର ବ୍ୟବହାର ମଧ୍ୟ ଆଦର୍ଶ ବୋଲି ବିବେଚନା କରାଯାଏ । ଗର୍ଭାବସ୍ଥାରେ ନିୟମିତ ଓଟମିଲ ଖାଇବା ଦ୍ବାରା ମହିଳାଙ୍କ ଥକ୍କା ଏବଂ ଦୁର୍ବଳତା କମିଯାଏ ଏବଂ ଗର୍ଭରେ ଶିଶୁର ହାଡର ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.