ETV Bharat / sukhibhava

ଦୈନିକ Vitamin D ସେବନ ଦ୍ବାରା କ୍ୟାନ୍ସର ମୃତ୍ୟୁ ବିପଦ 12 ପ୍ରତିଶତ କମିଥାଏ : ରିପୋର୍ଟ

author img

By

Published : May 24, 2023, 3:28 PM IST

କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ଭିଟାମିନ ଡି ସେବନକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଦୈନିକ Vitamin D ସେବନ ଦ୍ବାରା କ୍ୟାନ୍ସର ମୃତ୍ୟୁ ବିପଦ 12 ପ୍ରତିଶତ କମିଥାଏ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

Daily intake of Vitamin D
Daily intake of Vitamin D

ହାଇଦ୍ରାବାଦ: ଭିଟାମିନ୍ ଡି କେବଳ ଯେ ହାଡ଼ ସୁସ୍ଥ ରଖେ ତାହା ନୁହେଁ ବରଂ ଶରୀରକୁ ଅନେକ ପ୍ରକାର ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ଶରୀରରେ ସୂର୍ଯ୍ୟ କିରଣର ଉପସ୍ଥିତିରେ ଭିଟାମିନର ସଂଶ୍ଲେଷଣ ହୁଏ । ଶରୀରର ଉତ୍ତମ କାର୍ଯ୍ୟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାରି ଭିତରେ ଭିଟାମିନ ଡି'କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ନିୟମିତ ଭିଟାମିନ ଡି' ସେବନ ଦ୍ବାରା କର୍କଟ ରୋଗରେ ମୃତ୍ୟୁ ହାରର ବିପଦ 12 ପ୍ରତିଶତ କମିଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ଏନେଇ ଜର୍ମାନ କର୍କଟ ଅନୁସନ୍ଧାନକାରୀ କେନ୍ଦ୍ର ପକ୍ଷରୁ ଗବେଷଣା କରାଯାଇଥିବା ବେଳେ ଏଭଳି ତଥ୍ୟ ପ୍ରକାଶିତ ହୋଇଛି । ବିଶେଷ କରି 70 ବର୍ଷରୁ ଅଧିକ ଲୋକଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ବୋଲି କୁହାଯାଇଛି ।

ଜର୍ମାନ କର୍କଟ ଅନୁସନ୍ଧାନ କେନ୍ଦ୍ରର କ୍ଲିନିକାଲ ଏପିଡେମୋଲୋଜି ଏବଂ ଏଜିଂ ରିସର୍ଚ୍ଚ ଡିଭିଜନର ଏଜିଂ ରିସର୍ଚ୍ଚ ରିଭ୍ୟୁ ତଥା ଏପିଡେମୋଲୋଜିଷ୍ଟ ତଥା ଅନୁସନ୍ଧାନ ଗୋଷ୍ଠୀର ନେତା ପତ୍ରିକାରେ ପ୍ରକାଶିତ ଅଧ୍ୟୟନର ବରିଷ୍ଠ ଲେଖକ ଡ. ବେନ୍‌ ସ୍କୋଟେରଙ୍କ କହିବା ଅନୁସାରେ, "ଅନେକ ବୈଜ୍ଞାନିକ କ୍ୟାନ୍ସର ମୃତ୍ୟୁକୁ ରୋକିବାରେ ଭିଡାମିନ ଡିର ଭୂମିକା ବିଷୟରେ ରିସର୍ଚ୍ଚ କରିଥିଲେ । ପୂର୍ବରୁ ମଧ୍ୟ ଭିଟାମିନ୍ ଡି' ଏବଂ କର୍କଟ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଅନେକ ଗବେଷଣା କରାଯାଇଛି, କିନ୍ତୁ କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିନଥିଲା । ଯଦିଓ କେତେକ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ଭିଟାମିନ୍ D3ର ବ୍ୟବହାର ମୃତ୍ୟୁହାର ରୋକିବାରେ ସାହାଯ୍ୟ କରେ । ପୂର୍ବ ଅଧ୍ୟୟନକୁ ଆଧାର କରି ପୁଣି ଥରେ ଭିଟାମିନ ଡି'କୁ ନେଇ ଗବେଷଣା ଆରମ୍ଭ କରାଯାଇଥିଲା ।"

ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଅନ୍ୟ 14ଟି ଅଧ୍ୟୟନର ତଥ୍ୟ ବିଶ୍ଳେଷଣ କରିଥିଲେ ଏବଂ ଏହି ଅନୁସନ୍ଧାନରେ 105,000ରୁ ଅଧିକ ଲୋକଙ୍କ ତଥ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ଯେଉଁମାନେ ପ୍ରତିଦିନ ଭିଟାମିନ ଡି ଗ୍ରହଣ କରୁଥିଲେ ସେମାନଙ୍କୁ ନେଇ ଗବେଷଣା କରାଯାଇଥିଲା । ଯଦି ପ୍ରତିଦିନ ଭିଟାମିନ ଡିର ସେବନ କରାଯାଏ, ତାହାଲେ କ୍ୟାନ୍ସରରେ ମୃତ୍ୟୁକୁ ନେଇ କୌଣସି ପ୍ରଭାବ ପଡିନଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ଅଧ୍ୟୟନରେ କିଛି ଅଂଶଗ୍ରହଣକାରୀ ଅନ୍ତର୍ଭୁକ୍ତ ଥିଲେ ଯେଉଁମାନେ ନିୟମିତ ଭାବରେ ଭିଟାମିନ୍ D3 ସପ୍ଲିମେଣ୍ଟ ଗ୍ରହଣ କରିନଥିଲେ। ତେବେ ସେମାନଙ୍କୁ ନେଇ ଗବେଷଣା କରିବା ବେଳେ କର୍କଟ ମୃତ୍ୟୁ ହେବାର ଆଶଙ୍କା ଉପରେ ଅଧିକ ପ୍ରଭାବ ଦେଖିଲେ ନାହିଁ । ଅନ୍ୟପକ୍ଷରେ, ପ୍ରତିଦିନ ଭିଟାମିନ୍ ଡି ଖାଉଥିବା ଅଂଶଗ୍ରହଣକାରୀଙ୍କ କର୍କଟ ମୃତ୍ୟୁ ହେବାର 12% କମ୍ ଥିବା ଜଣାପଡିଛି। ଯଦି 50 ବର୍ଷ ପରେ ଜଣେ ବ୍ୟକ୍ତି ନିୟମିତ ଭାବରେ ଭିଟାମିନ୍ D ଖାଏ ଏବଂ ତାଙ୍କ ଶରୀରରେ ଭିଟାମିନ୍ ଡି ସପ୍ଲିମେଣ୍ଟେସନ୍ ଥାଏ, ତା’ହେଲେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଲାଭ ପାଇପାରନ୍ତି । ଯାହା ମଧ୍ୟରୁ କେତେକ କର୍କଟ ରୋଗ ସହିତ ମଧ୍ୟ ଜଡିତ ଥାଆନ୍ତି।

ଭିଟାମିନ Dର ଉପକାରିତା: ଡାକ୍ତରଙ୍କ ଅନୁଯାୟୀ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶରୀରକୁ ଭିଟାମିନ ଡିର ଆବଶ୍ୟକତା ରହିଛି।

* ଶକ୍ତିଶାଳୀ ହାଡ ପାଇଁ କ୍ୟାଲସିୟମର ଅବଶୋଷଣ

* ଇମ୍ୟୁନିଟି ସିଷ୍ଟମକୁ ଠିକ ରଖେ

* ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଦୂର କଲେ

* ସ୍ନାୟୁକୁ ସୁସ୍ଥ ରଖେ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଣେ ବ୍ୟକ୍ତି ସୂର୍ଯ୍ୟ କିରଣ କିମ୍ବା ଭିଟାମିନ ଡିଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଯଦି ଆମେ ଖାଦ୍ୟ ବିଷୟରେ କହିବା, ଭିଟାମିନ୍ ଡି ନିର୍ଦ୍ଦିଷ୍ଟ ମାଛ , ଅଣ୍ଡାର ହଳଦିଆ କଶର, କୋଡ୍ ଲିଭର ତେଲ, ଜୁସ୍ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଏବଂ କିଛି ପନିପରିବାରେ ପ୍ରଚୁର ପରିମାଣରେ ମିଳିଥାଏ। ପ୍ରତିଦିନ ଜଣେ ଲୋକଙ୍କୁ 10ରୁ 20 ମାଇକ୍ରୋଗ୍ରାମର ଭିଟାମିନ ଡି ଆବଶ୍ୟକ। ଛୋଟ ପିଲାଙ୍କ ପାଇଁ 10 ମାଇକ୍ରୋଗ୍ରାମ, ଯୁବାବସ୍ଥାରେ 20 ମାଇକ୍ରୋଗ୍ରାମ ଆବଶ୍ୟକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.