ETV Bharat / sukhibhava

Covid Virus Found In Tears: ଆଖି ସମସ୍ୟା ନଥିଲା, ଲୁହରୁ ମିଳିଲା କୋଭିଡ ଭାଇରସ

author img

By ETV Bharat Odisha Team

Published : Sep 14, 2023, 1:15 PM IST

ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ଆଖିର ଲୁହରେ କୋଭିଡ ଭାଇରସ ଚିହ୍ନଟ ହୋଇଛି । ଯେଉଁମାନଙ୍କର ଆଖିକୁ ନେଇ କୌଣସି ପ୍ରକାର ସମସ୍ୟା ନଥିଲା ସେମାନଙ୍କର ଆଖିରେ ଭାଇରସ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ

Covid Virus Found In Tears
Covid Virus Found In Tears

ହାଇଦ୍ରାବାଦ: କୋଭିଡ ମହାମାରୀକୁ ନେଇ ଆଜି ବି ଲୋକଙ୍କ ମନରେ ଛନକା ରହିଛି । ଏହାରି ଭିତରେ ଆଉ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି । ନାଗପୁରର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ କରାଯାଇଥିବା ଏକ ଅନୁସନ୍ଧାନ ସମୟରେ ଅନୁସନ୍ଧାନକାରୀମାନେ ଏକ ବିରଳ କଥା ଜାଣିବାକୁ ପାଇଥିବା କୁହାଯାଇଛି । ଯେଉଁମାନଙ୍କ ଆଖିରେ କୌଣସି ପ୍ରକାରର ସମସ୍ୟା ଦେଖାଯାଇନଥିଲା ସେମାନଙ୍କ ଆଖିର ଲୁହରେ କୋଭିଡ-19 ମହାମାରୀ ପଛରେ ଥିବା ଭାଇରସ SARS-CoV-2 ମିଳିଥିବା ନେଇ କୁହାଯାଇଛି ।

ଏକ ଅନୁସନ୍ଧାନରେ 40ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ କ୍ୟୁରିୟସ ଜର୍ନାଲରେ ପ୍ରକାଶିତ ହୋଇଛି । 40 ଜଣଙ୍କ ମଧ୍ୟରୁ 26ଜଣ (65 ପ୍ରତିଶତ) ମଧ୍ୟମ କୋଭିଡ୍, 6(15 ପ୍ରତିଶତ) ଗୁରୁତର କୋଭିଡ୍ ଏବଂ ଅବଶିଷ୍ଟଗୁଡିକ ମୃଦୁ କୋଭିଡ୍ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: କୋରୋନା ସଂକ୍ରମଣ ପରେ ବଦଳିଗଲା ଆଖିର ରଙ୍ଗ, ନୂଆ ଭାରିଆଣ୍ଟ ନେଇ WHOର ଆଲର୍ଟ

ତେବେ ରିପୋର୍ଟରେ କୁହାଯାଇଛି ଯେ, 40ଜଣ ରୋଗୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ (12 ପ୍ରତିଶତ) RT-PCR ଟେଷ୍ଟ କରାଯାଇଥିଲା। ଯେତେବେଳେ ସେମାନଙ୍କର ଲୁହ ନମୁନା ପରୀକ୍ଷା କରାଯାଇଥିଲା, ସେଥିରେ SARS-CoV-2 ଭାଇରସ ମିଳିଥିବା ନେଇ ରିପୋର୍ଟରେ କୁହାଯାଇଛି । ଏହି 5 ଜଣଙ୍କ ମଧ୍ୟରୁ 20 ପ୍ରତିଶତଙ୍କ ଆଖି ସମ୍ବନ୍ଧୀୟ ଲକ୍ଷଣ ଦେଖାଯାଇଥିବା ବେଳେ ଅବଶିଷ୍ଟ 80 ପ୍ରତିଶତ ଆଖି ସମ୍ବନ୍ଧୀୟ ଲକ୍ଷଣ ଦେଖା ଯାଇନଥିଲା । ତେବେ ଅନ୍ୟମାନଙ୍କ ଲୁହରେ ସେହି ଭୂତାଣୁ ମିଳିଲା ନାହିଁ ବୋଲି AIIMS ନାଗପୁରର ଚକ୍ଷୁ ବିଭାଗର ବରିଷ୍ଠ ଚିକିତ୍ସକ କନିଷ୍ ସିଂ କହିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, COVID ରୋଗୀଙ୍କ କଞ୍ଜୁକ୍ଟିଭାଲ୍ ସ୍ବାବରେ SARS-CoV-2 ଚିହ୍ନଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ICMR Study: 40 ବର୍ଷରୁ ଅଧିକ ବୟସ୍କଙ୍କୁ ନୂଆ କୋଭିଡ୍ ଭାରିଆଣ୍ଟ ସଂକ୍ରମିତ ହେଲେ ମୃତ୍ୟୁ ଆଶଙ୍କା ଅଧିକା

ଆଖିରେ ଲୁହରେ ମିଳିଥିବା ଭାଇରସର ପ୍ରଭାବ ଏତେ ପରିମାଣରେ ରହିନଥିଲେ ହେଁ ଆଖି ସମ୍ବନ୍ଧୀୟ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ । କିନ୍ତୁ ଚିକିତ୍ସା ବୈଜ୍ଞାନିକମାନେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ କୋରୋନାରେ ଆକ୍ରାନ୍ତ ହେବା ପରେ ନେତ୍ର ସମ୍ବନ୍ଧୀୟ ସମସ୍ତ ପରୀକ୍ଷା ଆବଶ୍ୟକ ବୋଲି ରିସର୍ଚ୍ଚରେ କୁହାଯାଇଛି ।

କହିରଖୁଛୁ କି କୋଭିଡ19 ଉପରେ ଏକ ରିସର୍ଚ୍ଚରେ କୁହାଯାଇଥିଲା ଯେ, କୋଭିଡରେ ଆକ୍ରାନ୍ତ ହେବା ପରେ ଛୁଆର ଆଖିର ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ, କୋଭିଡ-19ରେ ଆକ୍ରାନ୍ତ ହେବା ପରେ ଔଷଧ ଖାଇବା ଦ୍ବାରା ଏକ ଛଅମାସର ଶିଶୁର ଆଖିର ରଙ୍ଗ ନୀଳ ରଙ୍ଗ ହୋଇଯାଇଥିଲା । କୋରୋନାର ଏହା ଏକ ପାର୍ଶ୍ବ ପ୍ରତିକ୍ରିୟା ବୋଲି କୁହାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.