ETV Bharat / sukhibhava

COVID Infection Effect: ବର୍ଷେ ପରେ ଦେଖାଯାଉଛି ହୃତପିଣ୍ଡ ଜନିତ ସମସ୍ୟା

କୋଭିଡ଼ ମହାମାରୀ ଦ୍ବାରା ଆକ୍ରାନ୍ତ ହେବା ପରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଭାଇରସ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଉଛି । ତେବେ ଗବେଷଣାରୁ ଜଣାପଡ଼ିଛି ଯେ ଜଣେ ବ୍ୟକ୍ତି କୋଭିଡ଼ ଦ୍ବାରା ସଂକ୍ରମିତ ହେବା ପରେ ପ୍ରାୟ ୧ ବର୍ଷ ପରେ ହୃତପିଣ୍ଡ ଜନିତ ସମସ୍ୟା ଦେଖାଯାଉଛି । ଅଧିକ ପଢନ୍ତୁ

COVID infection Effect: ୧ବର୍ଷ ପରେ ଦେଖାଯାଉଛି ହୃତପିଣ୍ଡ ଜନିତ ସମସ୍ୟା

author img

By

Published : Feb 11, 2022, 1:24 PM IST

ହାଇଦ୍ରାବାଦ: ଗବେଷକମାନେ କହିଛନ୍ତି ଯେ ମହାମାରୀ ହୃତପିଣ୍ଡ ଉପରେ ପ୍ରଭାବ ପକାଉଛି । ଯେଉଁ ବ୍ୟକ୍ତିଙ୍କ ପୂର୍ବରୁ କୌଣସି ପ୍ରକାର ହୃତପିଣ୍ଡ ଜନିତ ସମସ୍ୟା ରହିନଥିଲା ସେମାନେ ଭାଇରସ କବଳରେ ଆସିବା ପରେ ସେମାନଙ୍କ ଠାରେ ମଧ୍ୟ ହୃତପିଣ୍ଡ ଜନିତ ସମସ୍ୟା ଦେଖାଯାଉଛି । ଏ ସମ୍ପର୍କରେ 'Nature Medicine' ପ୍ରତ୍ରିକାରେ ପ୍ରକାଶିତ ହୋଇଛି । ଏହାଦ୍ବାରା ହାର୍ଟ ଅଚଳ ସହିତ ପ୍ରାୟ ୪ ପ୍ରତିଶତ ଲୋକଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି ।

ଯେଉଁ ବ୍ୟକ୍ତିମାନେ କୋଭିଡ଼ ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ହୃତପିଣ୍ଡ ପ୍ରଭାବିତ ହେବାର ଆଶଙ୍କା ପ୍ରାୟ ୭୨ ପ୍ରତିଶତ ଅଧିକ ରହୁଥିବା ବେଳେ ୬୩ ପ୍ରତିଶତ ଲୋକଙ୍କ ହାର୍ଟ ଆଟାକ୍‌(Heart Attack), ୫୨ ପ୍ରତିଶତ ଲୋକଙ୍କ ହାର୍ଟ ଷ୍ଟ୍ରୋକ(Heart Stroke) ଭଳି ସମସ୍ୟା ଦେଖାଦେଉଛି । ଏହି ମହାମାରୀ ଗଭୀର ମାତ୍ରାରେ କୋର୍ଡିଓ ଭାସ୍କୁଲାର ସମସ୍ୟା ଦେଖାଦେଇପାରେ ବୋଲି ଏହି ପ୍ରତ୍ରିକାରେ ଗବେଷକମାନେ କହିଛନ୍ତି ।

ଭାଇରସ ଦ୍ବାରା ଥରେ ହୃତପିଣ୍ଡକୁ କ୍ଷତି ପହଞ୍ଚାଇଲେ ଏହା ପୁଣି ସୁସ୍ଥ ହେବା କଷ୍ଟସାଧ୍ୟ ବୋଲି ମଧ୍ୟ କହିଛନ୍ତି ଗବେଷକ । ମହାମାରୀ ଆରମ୍ଭ ହେବା ପରେ ବିଶ୍ବରେ ପ୍ରାୟ ୩୮୦ ମିଲିୟନ ବା ୩୦ କୋଟିରୁ ଊର୍ଦ୍ଧ୍ବ ଲୋକ ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ମିଲିୟନ ବା ୧୦ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ହୃତପିଣ୍ଡ ଜନିତ ସମସ୍ୟା ଦେଖାଦେଇଛି । କୋଭିଡ଼ ପରେ ହୃତପିଣ୍ଡ ପରୀକ୍ଷା କରିବା ନିହାତି ଆବଶ୍ୟକ । ବିଶେଷ ଭାବରେ ଏହି ଅଙ୍ଗର ଧ୍ୟାନ ନେବା ଉଚିତ ।

ଏଣୁ ଭାଇରସ ଠାରୁ ହୃତପିଣ୍ଡକୁ ରକ୍ଷା କରିବା ଲାଗି ଟିକା ନେବା ନିହାତି ଆବଶ୍ୟକ । ଟିକା ନେଇସାରିଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃତପିଣ୍ଡ ଏତେଟା ପ୍ରଭାବିତ ହେଉନାହିଁ । ଏଣୁ ସମସ୍ତଙ୍କୁ ଟିକା ନେବା ପାଇଁ ଗବେଷକମାନେ ପରାମର୍ଶ ଦେଇଛନ୍ତି । ଏହାସହିତ ନିଜକୁ ଭାଇରସ କବଳରୁ ରକ୍ଷା କରିବା ପାଇଁ ସମସ୍ତ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.