ETV Bharat / sukhibhava

ପ୍ରଜନନ କ୍ଷମତା ଉପରେ ନାହିଁ କୋରୋନା ଟିକା ପ୍ରଭାବ: ରିପୋର୍ଟ

author img

By

Published : Jan 23, 2022, 2:16 PM IST

କୋରୋନା ଟିକା ନେବା ପରେ ଏହା ପ୍ରଜନନ କ୍ଷମତା ଉପରେ ବିଶେଷ ପ୍ରଭାବ ପକାଉ ନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

ପ୍ରଜନନ କ୍ଷମତା ଉପରେ ନାହିଁ କୋରୋନା ଟିକାର ପ୍ରଭାବ: ରିପୋର୍ଟ

ହାଇଦ୍ରାବାଦ: କୋରୋନା ଟିକାକୁ ନେଇ ଅନେକଙ୍କ ମନରେ ରହିଛି ଭୟ । ଏହି ଟିକା ଶରୀରରେ ପ୍ରଜନନ କ୍ଷମତା ହ୍ରାସ କରୁଛି ବୋଲି ମଧ୍ୟ କିଛି ଲୋକ ବିଶ୍ବାସ କରୁଛନ୍ତି । ତେବେ ଏହାକୁ ଖଣ୍ଡନ କରିଛନ୍ତି ଆମେରିକାର ବୋଷ୍ଟନ ୟୁନିଭର୍ସିଟି ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥ(BUSPH) ଗବେଷକ । ଟିକା ନେବା ଦ୍ବାରା ପ୍ରଜନନ କ୍ଷମତା ଉପରେ କୌଣସି ପ୍ରକାର ପ୍ରଭାବ ପଡୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଯେଉଁ ପୁରୁଷ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେଉଛି ସେମାନଙ୍କ କ୍ଷେତ୍ରରେ କିଛି ମାତ୍ରାରେ ଏହି ସମସ୍ୟା ଦେଖା ଦେଉଛି ବୋଲି ଗବେଷକ କହିଛନ୍ତି ।

ଏହି ୟୁନିଭର୍ସିଟିର ରିପୋର୍ଟ ଅନୁସାରେ ଏକ ଦମ୍ପତି ଟିକା ନେବା ଦ୍ବାରା ସେମାନଙ୍କ ପ୍ରଜନନ କ୍ଷମତା ଉପରେ ପଡୁଥିବା ପ୍ରଭାବକୁ ନେଇ ଆଲୋଚନା କରିଥିଲେ । ଟିକା ନେବା ଦ୍ବାରା ମହିଳାଙ୍କ ଋତୁସ୍ରାବ ଉପରେ ପ୍ରଭାବ ପଡୁଛି ବୋଲି ସେ ବିଶ୍ବାସ କରୁଥିଲେ । ଏହାପରେ ଏହାକୁ ନେଇ ଗବେଷଣା ହୋଇଥିଲା । ମାତ୍ର ଗବେଷଣାରୁ ଏପରି ହେଉନଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ପୁରୁଷଙ୍କ ପ୍ରଜନନ କ୍ଷମତା କିଛି ମାତ୍ରାରେ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ ।

ଏହା ବି ପଢନ୍ତୁ: ଅଧିକ ସମୟ ମାସ୍କ ପିନ୍ଧିବା ଶ୍ବାସ ରୋଗୀଙ୍କ ପାଇଁ ହାନିକାରକ, ନିଅନ୍ତୁ ମାସ୍କ-ବ୍ରେକ୍‌

ଏହାକୁ ନେଇ ଅନଲାଇନରେ ଏକ ସର୍ଭେ ହୋଇଥିଲା । ଏଥିରେ ଟିକା ନେବା ପରେ ମହିଳାଙ୍କ ପିରିଅଡ଼ ତାରିଖକୁ ରେକର୍ଡ କରାଯାଇଥିଲା । ଏଥିରେ ଋତୁସ୍ରାବର ତାରିଖ, ସମୟ ଅବଧି ଓ ଗର୍ଭବତୀଙ୍କ ସ୍ଥିତି ଅନ୍ତର୍ଭୁକ୍ତ ରହିଥିଲା । ମହିଳା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଯେଉଁମାନେ ଟୀକାକରଣର ଅତିକମରେ ଗୋଟିଏ ଡୋଜ ଗ୍ରହଣ କରିଥିଲେ ସେମାନଙ୍କ ପ୍ରଜନନ ହାର ଟିକା ନେଇନଥିବା ମହିଳା ଅଂଶଗ୍ରହଣକାରୀଙ୍କ ସହିତ ସମାନ ରହିଥିଲା ।

ତେବେ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଅନ୍ୟପଟେ କୋଭିଡ ଭାଇରସ ଦ୍ବାରା ସଂକ୍ରମଣ ହେଲେ ଏହା ଗଭୀର ମାତ୍ରାରେ ପ୍ରଜନନ ହାର ବା କ୍ଷମତାକୁ ପ୍ରଭାବିତ କରିନଥାଏ । ମାତ୍ର କୋଭିଡ଼ ସଂକ୍ରମିତ ହୋଇନଥିବା ପୁରୁଷଙ୍କ ତୁଳନାରେ ଆକ୍ରାନ୍ତ ପୁରୁଷଙ୍କ ପ୍ରଜନନ କ୍ଷମତା କିଛି ମାତ୍ରାରେ ହ୍ରାସ ପାଉଥିବା ଗବେଷଣାରୁ ଜଣାପଡ଼ିଛି । ସଂକ୍ରମିତ ହେଲେ ପୁରୁଷଙ୍କ କ୍ଷେତ୍ରରେ poor sperm quality ଦେଖିବାକୁ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.