ETV Bharat / sukhibhava

Corona Side Effects: କୋରୋନା ଯୋଗୁଁ ଉଚ୍ଚ ରକ୍ତଚାପର ଆଶଙ୍କା 1.5 ପ୍ରତିଶତ ଅଧିକ

author img

By

Published : Aug 22, 2023, 12:47 PM IST

ଅଧ୍ୟୟନରୁ ଜଣାପଡିଛି ଯେ ହୃଦରୋଗ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀମାନଙ୍କଠାରେ କୋରୋନା ଅଧିକ ସାଂଘାତିକ ହେବାର ସମ୍ଭାବନା ଅଧିକ ରହିଥାଏ । ଅଧିକ ପଢନ୍ତୁ

Corona Side Effects
Corona Side Effects

ହାଇଦ୍ରାବାଦ: କୋରୋନା ମହାମାରୀ ଯୋଗୁଁ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି । ଏହାରି ଭିତରେ ଆଉ ଏକ ଅଧ୍ୟୟନର ରିପୋର୍ଟ ସାମ୍ନାକୁ ଆସିଛି । SARS CoV-2 ଦ୍ବାରା ହେଉଥିହା କୋରୋନା ଯୋଗୁଁ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ରହିଥାଏ । ଅର୍ଥାତ କୋରୋନା ଯୋଗୁଁ ଉଚ୍ଚ ରକ୍ତଚାପର ଆଶଙ୍କା 1.5 ପ୍ରତିଶତ ଅଧିକ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । 45 ହଜାରରୁ ଅଧିକ ଲୋକଙ୍କ ଇଲେକ୍ଟ୍ରୋନିକ୍ ମେଡିକାଲ୍ ରେକର୍ଡର ବିଶ୍ଳେଷଣ ଉପରେ ଆଧାର କରି ଏକ ନୂତନ ରିପୋର୍ଟ ପ୍ରକାଶ ପାଇଛି ।

ପୂର୍ବରୁ ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କ କ୍ଷେତ୍ରରେ COVID-19 ସାଧାରଣତଃ ଅଧିକ ଗୁରୁତର ଅଟେ ବୋଲି ନ୍ୟୁୟର୍କ ସହରର ଆଲବର୍ଟ ଆଇନଷ୍ଟାଇନ୍ କଲେଜ୍ ଅଫ୍ ମେଡିସିନ୍ ଏବଂ ମଣ୍ଟେଫିଓର୍ ହେଲଥ୍ ସିଷ୍ଟମର ରେଡିଓଲୋଜି ପ୍ରଫେସର ଟିମ୍ କ୍ୱ ଡୁଙ୍ଗ୍‌ କହିଛନ୍ତି । ହାଇପରଷ୍ଟେଲନ୍‌ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଏହି ଅଧ୍ୟୟନରେ କୋଭିଡ-19 ସହିତ ଜଡ଼ିତ ଉଚ୍ଚରକ୍ତଚାପ ଏବଂ ଏହାର ବିପଦ ଉପରେ ପରୀକ୍ଷା କରାଯାଇଥିଲା । ଉଚ୍ଚ ରକ୍ତଚାପକୁ ଉପର ଏବଂ ତଳ ସଂଖ୍ୟାଗୁଡିକ 130/80 mm Hgଠାରୁ ଅଧିକ କିମ୍ବା ସମାନ ବୋଲି ଶ୍ରେଣୀଭୁକ୍ତ କରାଯାଇଛି । ଏହି ଅଧ୍ୟୟନରେ COVID-19 ଥିବା 45,398 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁମାନେ ମାର୍ଚ୍ଚ 1, 2020ରୁ ଫେବୃଆରୀ 20, 2022 ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Covid-19: କୋରୋନାର ନୂଆ ଭାରିଆଣ୍ଟ ନେଇ ସତର୍କ କରାଇଲା କେନ୍ଦ୍ର, ନଜର ରଖିବାକୁ ପରାମର୍ଶ

ଅନ୍ୟପଟେ ଜାନୁଆରୀ 2018ରୁ ଫେବୃଆରୀ 20, 2022 ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଇନ୍‌ଫ୍ଲୁଏଞ୍ଜା ସହିତ 13,864 ଜଣଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଦୁଇ ଗୋଷ୍ଠୀକୁ ନେଇ ତୁଳନା କରାଯାଇଥିଲା । ବିଶ୍ଳେଷଣରୁ ଜଣାପଡିଛି ଯେ COVID କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା 21 ପ୍ରତିଶତ ଲୋକ ଏବଂ COVID କାରଣରୁ 11 ପ୍ରତିଶତ ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇନଥିଲେ ସେମାନଙ୍କ ନିକଟରେ ଉଚ୍ଚରକ୍ତଚାପ ଦେଖାଯାଇଥିଲା ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଇନଫ୍ଲୁଏଞ୍ଜା ତୁଳନାରେ COVID-19 ଦ୍ୱାରା ଅଧିକ ସଂଖ୍ୟକ ଲୋକ ପ୍ରଭାବିତ ହୋଇଥିଲେ । ଏହା ଏକ ଚିନ୍ତାଜନକ ବିଷୟ । ଭବିଷ୍ଯତରେ ଆହୁରି ଅନେକ ଉଚ୍ଚରକ୍ତଚାପର ଶିକାର ହୋଇପାରନ୍ତି । କୋଭିଡରେ ଆକ୍ରାନ୍ତ ହେବା ପରେ ସ୍କ୍ରିନିଂ ସହିତ ହାର୍ଟ ବିଷୟରେ ସଚେତନ ରହିବା ଆବଶ୍ୟକ ବୋଲି କୁହାଯାଇଛି । କାରଣ କୋରୋନାରେ ଆକ୍ରାନ୍ତ ହେବା ପରେ ରକ୍ତଚାପ ବିଷୟରେ ସଚେତନ ନହେଲେ ବିପଦ ବଢ଼ିପାରେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.