ETV Bharat / sukhibhava

Chapped Lips: ବାରମ୍ବାର ଓଠ ଫାଟୁଥିଲେ ସାବଧାନ! ହୋଇପାରେ ଏହି ଭିଟାମିନର ଅଭାବ - ଓଠ ଫଟାର କାରଣ

ପ୍ରାୟତଃ ମହିଳାମାନଙ୍କର ଓଠ ଫାଟିଥାଏ । ତେବେ ଓଠର ଯତ୍ନ ନେବା ପରେ ମଧ୍ୟ କାହିଁକି ଓଠ ଫାଟିଥାଏ ବୋଲି ସମସ୍ତେ ଚିନ୍ତିତ ରହିଥାଆନ୍ତି । ତେବେ କେତେକ ଭିଟାମିନର ଅଭାବ ମଧ୍ୟ ଓଠ ଫାଟିବାର କାରଣ ହୋଇପାରେ । ଅଧିକ ପଢ଼ନ୍ତୁ

Chapped Lips
Chapped Lips
author img

By ETV Bharat Odisha Team

Published : Sep 12, 2023, 11:17 AM IST

ହାଇଦ୍ରାବାଦ: ଓଠ ଆମ ଶରୀରର ଏକ ଅତି ସୂକ୍ଷ୍ମ ଅଂଶ ଭାବରେ ବିବେଚନା କରାଯାଏ । ଚେହେରାରର ସୌନ୍ଦର୍ଯ୍ୟ ବୃଦ୍ଧିକୁ ଦ୍ବିଗୁଣିତ କରିଥାଏ ଓଠ । କିନ୍ତୁ ଅନେକ ଲୋକ ଅଭିଯୋଗ କରନ୍ତି ଯେ, ଓଠର ଯତ୍ନ ନେବା ପରେ ମଧ୍ୟ ଓଠ ଫାଟିଯାଇଥାଏ। ଯଦିଓ ଉତ୍ତାପ ଏବଂ ଜଳ ଅଭାବ ହେତୁ ଓଠ ଫାଟିଯିବା ସାଧାରଣ କଥା, କିନ୍ତୁ ବାରମ୍ବାର ଓଠ ଫାଟିବାକୁ ସାଧାରଣ ଭାବେ ନେବା ଆବଶ୍ୟକ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ସେମାନଙ୍କ କହିବା ଅନୁସାରେ ଓଠ ବାରମ୍ବାର ଫାଟିବା ମଧ୍ୟ କେତେକ ରୋଗର ସଙ୍କେତ ହୋଇପାରେ।

ଭିଟାମିନ B ଏବଂ B12 ଅଭାବରୁ ଫାଟିଥାଏ ଓଠ: ଯଦି ବାରମ୍ବାର ଆପଣଙ୍କ ଓଠରେ କ୍ରାକ ଦେଖାଯାଉଛି ବା ଓଠ ଶୁଷ୍କ ହୋଇ ଫାଟ ସୃଷ୍ଟି ହୋଇଯାଏ କିମ୍ବା ଓଠରୁ ରକ୍ତ ବାହାରିବା ଆରମ୍ଭ ହୁଏ । ଏହି ସବୁ ଲକ୍ଷଣ ଓଠ ଫଟାର ସଙ୍କେତ ହୋଇଥାଏ । ତେବେ ଓଠ ଫଟାର ଅନେକ କାରଣ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଶରୀରରେ ଭିଟାମିନ୍ ବି ଅଭାବ ଏହାର କାରଣ ହୋଇପାରେ । ଭିଟାମିନ ବି'ର ଅଭାବ ହେତୁ ଓଠ ସମସ୍ୟା ଦେଖାଯାଏ ବା ଓଠ ଫାଟି ଯାଇଥାଏ ।

ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭିଟାମିନ ବି' ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ବିନ୍ସ, ବାଦାମ, ଅଣ୍ଡା ଇତ୍ୟାଦି ଖାଦ୍ୟ ଓଠ ଫଟାରୁ ମୁକ୍ତି ଦେଇପାରିବ । ଭିଟାମିନ୍ B12ର ଅଭାବ ମଧ୍ୟ ଓଠରେ କ୍ରାକ ସୃଷ୍ଟି କରେ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍ B12 ର ଅଭାବ ଥାଏ ତେବେ ଗ୍ରୀଷ୍ମ ଋତୁରେ ପ୍ରଚୁର ପାଣି ପିଇବା ସତ୍ତ୍ବେ ମଧ୍ୟ ଓଠ ଫାଟି ଯାଇଥାଏ । ତେବେ ଭିଟାମିନ ବି12ର ଅଭାବ ପୂରଣ କରିବା ପାଇଁ କ୍ଷୀର, ମାଛ ଏବଂ ଅଣ୍ଡା ଖାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଓଠର ରଙ୍ଗ ଦେଖି ଚିହ୍ନିପାରିବେ ରୋଗ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଜିଙ୍କ ଏବଂ ଆଇରନର ଅଭାବ ମଧ୍ୟ ହୋଇପାରେ କାରଣ: ଶରୀରରେ ଜିଙ୍କ୍‌ ଅଭାବ ମଧ୍ୟ ଓଠ ଫାଟିବାର କାରଣ ହୋଇପାରେ । ଏପରି ପରିସ୍ଥିତିରେ, ଜିଙ୍କ ଅଭାବକୁ ଦୂର କରିବା ପାଇଁ ଅଧିକ ଅଣ୍ଡା, କ୍ଷୀର, କଦଳୀ, ପନିର ଏବଂ ଶସ୍ୟଜାତୀୟ ଖାଦ୍ୟ ଖାଇବା ଉଚିତ। ଏହା ଆପଣଙ୍କ ଶରୀରରେ ଜିଙ୍କ ଅଭାବକୁ ପୂରଣ କରିପାରିବ। ଆଇରନର ଅଭାବ ହେତୁ ଓଠ ମଧ୍ୟ ଫାଟିବା ଆରମ୍ଭ କରେ। ତେବେ ଏହି କାରଣରୁ ଶରୀରରେ ରକ୍ତର ଅଭାବ ମଧ୍ୟ ଦେଖାଯାଏ। ଏପରି ପରିସ୍ଥିତିରେ ଆଇରନ ଯୁକ୍ତ ଖାଦ୍ୟ ପାଳଙ୍ଗ ଶାଗ, ଡ୍ରାଏପ୍ରୁଟ୍ସ, ବ୍ରୋକୋଲି, ମିଠା ଆଳୁ ଇତ୍ୟାଦି ଖାଇବା ଉଚିତ । ତେବେ ଏହା ବ୍ୟତୀତ ଥାଇରଏଡ ସ୍ତରର ବୃଦ୍ଧି, କୌଣସି ପ୍ରକାରର ଆଲର୍ଜି ମଧ୍ୟ ଓଠ ଫାଟିବାର କାରଣ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.