ETV Bharat / sukhibhava

କୋଭିଡ -୧୯ ଓ ବିଶ୍ୱ ସ୍ୱାସ୍ଥ୍ୟ ଦିବସ - Celebrating World Health Day Amidst COVID Pandemic

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ ଏହି ଦିବସ ପାଳନ କରାଯାଏ । ଏ ବର୍ଷ ଦିବସର ଥିମ୍ ରହିଛି ‘ବିଲଡିଂ ଏ ଫେୟରର, ହେଲଥିୟର ୱାର୍ଲଡ’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଅସମାନତା ଦୂର କରିବାକୁ ଆହ୍ୱାନ ଦିଆଯାଇଛି ।

କୋଭିଡ -୧୯ ଓ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
କୋଭିଡ -୧୯ ଓ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
author img

By

Published : Apr 7, 2021, 4:07 PM IST

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ ଏହି ଦିବସ ପାଳନ କରାଯାଏ । ଏ ବର୍ଷ ଦିବସର ଥିମ୍ ରହିଛି ‘ବିଲଡିଂ ଏ ଫେୟରର, ହେଲଥିୟର ୱାର୍ଲଡ’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଅସମାନତା ଦୂର କରିବାକୁ ଆହ୍ୱାନ ଦିଆଯାଇଛି । ଏକ ସମାନ ଓ ସୁସ୍ଥ ବିଶ୍ୱ ନିର୍ମାଣ କରିବା ପାଇଁ ବର୍ଷେବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ସବୁ ମଣିଷର ମୌଳିକ ଅଧିକାର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମ୍ବିଧାନରେ ଉଲ୍ଲେଖ ରହିଛି । ଏ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଏହାକୁ ଭିତ୍ତି କରି ସଚେତନତାର ବାର୍ତ୍ତା ପ୍ରଚାର କରାଯାଉଛି ।

ସଂକ୍ଷେପରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଇତିହାସ

୧୯୪୫ ମସିହା ଡିସେମ୍ବର ମାସରେ ବ୍ରାଜିଲ ଓ ଚୀନ୍ ଏକ ସ୍ୱାଧୀନ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ୧୯୪୬ ଜୁଲାଇ ମାସରେ ନ୍ୟୁୟର୍କରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା । ୧୯୪୮ ମସିହା ଏପ୍ରିଲ ୭ ତାରିଖରେ ୬୧ ଦେଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ପ୍ରସ୍ତାବରେ ସ୍ୱାକ୍ଷର କରିଥିଲେ ।

୧୯୪୯ ମସିହା ଜୁଲାଇ ୨୨ ତାରିଖରେ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ତେବେ, ପରେ ସ୍ୱାସ୍ଥ୍ୟ ଦିବସ ପାଳନ ତାରିଖରେ ପରିବର୍ତ୍ତନ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିବା ଦିନ ଅର୍ଥାତ ଏପ୍ରିଲ ୭ ତାରିଖରେ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା । ୧୯୫୦ ମସିହାଠାରୁ ଏପ୍ରିଲ ୭ ତାରିଖରେ ହିଁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଆସୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦ୍ୟତମ ପରିସଂଖ୍ୟନ

- ୨୦ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱ ଦାରିଦ୍ର‌୍ୟ ସ୍ତର ବୃଦ୍ଧି ପାଇବା ଅନୁମାନ କରାଯାଉଛି । ଫଳରେ ଅବାଧ ବିକାଶ ଲକ୍ଷ୍ୟ ଆଡକୁ ପ୍ରଗତି ବାଧାପ୍ରାପ୍ତ ହେବା ଆଶାଙ୍କା ଦେଖାଦେଇଛି ।

-କିଛି ଦେଶରେ ୬୦ ପ୍ରତିଶତ ଲୋକେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହୋଇଛନ୍ତି ।

-ବସ୍ତି ଓ ସହରତଳି ଅଂଚଳରେ ଅସ୍ଥାୟୀ ଭାବେ ରହୁଥିବା ୧ ବିଲିଅନରୁ ଅଧିକ ଲୋକ କୋରୋନା ସଂକ୍ରମଣ ରୋକିବା ପାଇଁ ବଢୁଥିବା ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବଢିଚାଲିଥିବା କୋଭିଡ-୧୯ ମାମଲା

କୋଭିଡ ମହାମାରୀ ସହ ଆମ ଦେଶର ସଂଘର୍ଷ ଜାରି ରହିଥିବା ବେଳେ ଆଜି ସ୍ୱାସ୍ଥ୍ୟ ଦିବସ ଅବସରରେ କୋରୋନା ଭାଇରସର ନୂଆ ଷ୍ଟ୍ରେନ ଓ ବଢୁଥିବା ମାମଲା ପ୍ରସଙ୍ଗରେ ଇଟିଭି ଭାରତ ସୁଖିଭବଃ ଟିମ୍ ଏହାର ପ୍ୟାନେଲରେ ଥିବା କିଛି ଡାକ୍ତରଙ୍କ ସହ ଆଲୋଚନା କରିଥିଲା ।

କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରୀର ତୀବ୍ରତା ସଂପର୍କରେ ଡାକ୍ତର ସଂଜୟ କେ.ଜୈନ କହିଛନ୍ତି ଯେ, ଏହି ମହାମାରୀ ଏକ ଭାଇରାଲ ସଂକ୍ରମଣ । ଭାଇରସ ସବୁବେଳେ ନିଜର ରୂପରେଖ ବଦଳାଇଥାଏ । କୋରୋନା ଭାଇରସ ମଧ୍ୟ ନିଜର ରୂପ ବଦଳାଇଛି । ଅଲଗା ଅର୍ଥରେ କହିବାକୁ ଗଲେ କୋଭିଡ-୧୯ ଭାଇରସ ମୁଟେଟ୍ ହେବାରେ ଲାଗିଛି । ପରିବର୍ତ୍ତିତ ସ୍ୱରୂପ ଯୋଗୁଁ ଭାଇରସ ଲୋକଙ୍କୁ ପ୍ରଭାବିତ କରିବାର ଶୈଳୀ ବି ପରିବର୍ତ୍ତନ କରିଛି । ତେଣୁ ସଂକ୍ରମଣର ବେଗ ଅଧିକ ରହିଛି । ଶରୀର ପୀଡା, ଗଳା ଦରଜ ଓ ଶୁଖିଲା କାଶ ଭଳି ଲକ୍ଷଣ ତୀବ୍ର ହୋଇଛି । କିନ୍ତୁ ଲକ୍ଷଣ ନ ଥାଇ ବି ଅନେକ ଲୋକ ବର୍ତ୍ତମାନ ପଜିଟିଭ ଚିହ୍ନଟ ହେଉଛନ୍ତି ।ଏହି ଧାରା ବିପଜ୍ଜନକ ବୋଲି ଡାକ୍ତର ଜୈନ କହିଛନ୍ତି । ଏପ୍ରକାର ଆକ୍ରାନ୍ତ ଯଦି ନିଜକୁ ଆଇସୋଲେଟ୍ନ କରନ୍ତି, ତାହା ହେଲେ ସେମାନ ଭାଇରସ କ୍ୟାରିୟର ହୋଇପାରନ୍ତି ବୋଲି ସେ କହିଛନ୍ତି ।କିନ୍ତୁ ଦ୍ୱିତୀୟ ଲହରୀରେ ମୃତ୍ୟୁହାର ତୁଳନାତ୍ମକ ଭାବେ କମ୍ ରହିଛି । କାରଣ ଲୋକେ ନିଜର ଟେଷ୍ଟ କରାଇବା ସହ ତୁରନ୍ତ ଚିକିତ୍ସା ବି କରୁଛନ୍ତି ।

ସିିନିଅର ଅର୍ଥପେଡିକ ସର୍ଜନ ଡକ୍ଟର ହେମ ଯୋଶୀ ମଧ୍ୟ ବର୍ତ୍ତମାନର ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି । ବହୁବିଧ ରୋଗରେ ଆକ୍ରାନ୍ତ ଥିବା ଲୋକ ସଂକ୍ରମିତ ହେବା ଆଶଙ୍କା ରହିଥିଲେ ମଧ୍ୟ ତାଙ୍କ ପାଖକୁ ଯାଉଥିବା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି, ଯେଉଁମାନଙ୍କର ପରିବାର ଭାଇରସରେ ସଂକ୍ରମିତ ହୋଇସାରିଛନ୍ତି । ଯଦି ସଂକ୍ରମିତ ଲୋକଙ୍କ ଅବସ୍ଥା ଗୁରୁତର ନ ଥିବ, ତାହା ହେଲେ ଘରେ ସେ ପୃଥକବାସରେ ରହିବା ସହ ଡାକ୍ତରଙ୍କ ଅନୂଦିତ ଔଷଧ ଖାଇ ସବୁ ଗାଇଡଲାଇନ ମାନି ଚଳିପାରିବେ । ଶିଶୁରୋଗ ବିଶେଷଜ୍ଞ ଡକ୍ଟର ସୋନାଲି ପୁରନ୍ଦରେଙ୍କ କହିବାନୁସାରେ କୋଭିଡ-୧୯ର ପ୍ରାରମ୍ଭିକ କାଳରେ କୁହାଯାଉଥିଲା ଯେ, ପିଲାମାନେ ଏହି ଭାଇରସ ଦ୍ୱାରା ପ୍ରଭାବିତ ଆଶଙ୍କା ବହୁତ କମ୍ । ତେବେ,ଆମେଦେଶରେ ବର୍ତ୍ତମାନ ମହାମାରୀର ଦ୍ୱିତୀୟ ତରଙ୍ଗରେ ଶିଶୁମାନେ ବି ଅଧିକମାତ୍ରାରେ ସଂକ୍ରମିତ ହେଉଛନ୍ତି ।ଛୁଆ ଓ ଶିଶୁମାନଙ୍କଠାରେ କୋଭିଡ-୧୯ର ଲକ୍ଷଣ ବି ବୟସ୍କମାନଙ୍କ ଭଳି ଏକା ପ୍ରକାର ଥିବା ଲକ୍ଷ୍ୟ କରାଯାଇଛି ବୋଲି ଡକ୍ଟର ପୁରନ୍ଦରେ କହିଛନ୍ତି । ଆଉ ଜଣେ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଲତିକା କହନ୍ତି ଯେ, ଯଦି ପିଲାମାନଙ୍କଠାରେ ଦେଖାଦେଉଥିବା ଲକ୍ଷଣ ପ୍ରତି ଉଚିତ ଧ୍ୟାନ ଦିଆ ନ ଯାଏ, ତାହା ହେଲେ ସେମାନେ ପରିବାରର ଭୂତାଣୁ ବାହକ ହେବା ଆଶଙ୍କା ଅଧିକ । ତେଣୁ ଆପଣଙ୍କ ଛୁଆଠାରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ମଧ୍ୟ ତାର ଟେଷ୍ଟ କରାଯାଇ ଡାକ୍ତରୀ ପରାମର୍ଶ ଲୋଡାଯିବା ଦରକାର ।

କୋରୋନାର ଦ୍ୱିତୀୟ ତରଙ୍ଗ ଦୃଷ୍ଟିରୁ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଦୃଷ୍ଟିରୁ ଆଲୋଚନା କରି ମନସ୍ତତ୍ତ୍ୱବିତ ଡକ୍ଟର ବୀଣା କ୍ରିଷ୍ଣନ କହନ୍ତି ଯେ, ବର୍ତ୍ତମାନ ଲୋକଙ୍କ ମାନସିକ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏ ବର୍ଷ ପ୍ରାରମ୍ଭରେ କୋରୋନା ସଂକ୍ରମଣ ହ୍ରାସ ପାଇବା ସହ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଲୋକେ ବିଶ୍ୱାସ କଲେ ଯେ, ଏଥର ପରିସ୍ଥିତି ସ୍ୱାଭାବିକ ହୋଇଯିବ । କିନ୍ତୁ ହଠାତ୍ ସାରାଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାରୁ ଲୋକେ ଚିନ୍ତିତ ।ପୁଣି ଚିନ୍ତା ଓ ଅବସାଦର ସମ୍ମୁଖୀନ ହେଲେଣି ଲୋକେ ।

କୋରୋନାର ଦ୍ୱିତୀୟ ତରଙ୍ଗରେ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବା ଚିନ୍ତାର ବିଷୟ । ବିଶେଷ କରି ଭାଇରସର ଏକ ନୂଆ ମୁଟାଂଟ୍ ଅଧିକ ବିପଜ୍ଜନକ ହୋଇଥିବାରୁ ତେଣୁ ଆମକୁ ପୂର୍ବଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ସାଧାରଣ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ହେବ । ସନ୍ତୁଳିତ ଓ ପୋଷଣ ଯୁକ୍ତ ଖାଦ୍ୟଖାଇ ରୋଦ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ । ମାନସିକ ଅବସାଦ ଓ ଚିନ୍ତାରୁ ବି ଆମେ ଦୂରେଇ ରହିବା ଦରକାର । କୋଭିଡ ସଂପର୍କିତ ଅଧିକ ନକାରାତ୍ମକ ଖବରରୁ ଦୂରେଇ ରହନ୍ତୁ । ବିଭ୍ରାନ୍ତମୂଳକ ଖବର ବି ଆପଣଙ୍କୁ ଅସ୍ଥିର କରିପାରେ । ଟିକାକରଣ ବି ଜରୁରୀ ।

କୋଭିଡ-୧୯ସାରା ବିଶ୍ୱକୁ ପ୍ରଭାବିତ କରିଛି । କିନ୍ତୁ ଏହା ଦ୍ୱାରା ନିଷ୍ପେସିତ ଓ ଗରିବ ଲୋକେ ହିଁ ଅଧିକ ପ୍ରଭାବିତ ହୋଇଛନ୍ତି । ଉଭୟ ସ୍ୱାସ୍ଥ୍ୟଗତ ଓ ଅର୍ଥନୈତିକ ଭାବେ ସେମାନେ ପ୍ରଭାବିତ ହୋଇଛନ୍ତି । ସେମାନେ କିଭଳି ଉଚିତ ସ୍ୱାସ୍ଥ୍ୟସେବା ପାଇବେ, ସେ ଦିଗରେ ସମସ୍ତ ମିଳିତ ପ୍ରୟାସ କରିବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.