ETV Bharat / sukhibhava

ସାବଧାନ ! ଏହି ସବୁ ଲକ୍ଷଣ କରିପାରେ ଆପେଣ୍ଡିକ୍ସ - ହେଲ୍‌ଥ ଟିପ୍ସ

ସମସ୍ତ ପେଟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ, ଏହା ଆପେଣ୍ଡିସାଇଟ୍ସ ଲକ୍ଷଣ ହୋଇପାରେ । ଜାଣନ୍ତୁ କିପରି ରହିବେ ସତର୍କ...

Appendicitis
Appendicitis
author img

By

Published : Mar 7, 2023, 10:10 PM IST

ହାଇଦ୍ରାବାଦ: ବେଳେବେଳେ ସାମାନ୍ୟ ପରି ଲାଗୁଥିବା ପେଟ ଯନ୍ତ୍ରଣା କିଛି ନା କିଛି ରୋଗର ସଙ୍କେତ ଦେଇଥାଏ । ଏଥିମଧ୍ୟରୁ ଆପେଣ୍ଡିସାଇଟ୍ସ ଅନ୍ୟତମ । ବର୍ତ୍ତମାନର ଯୁବପିଢିଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଖାଦ୍ୟପେୟରେ ଅନିୟମିତତା ଏବଂ ମସଲାଯୁକ୍ତ, ଫାଷ୍ଟ ଫୁଡ୍ ଅଧିକ ସେବନ ଏହାର ଏକ ମୁଖ୍ୟ କାରଣ । ତେବେ ଆପେଣ୍ଡିକ୍ସ ହେଲେ କେଉଁ ପ୍ରକାରର ସଚେତନତା ଅବଲମ୍ବନ କରିବେ, ଜାଣନ୍ତୁ...

ଆପେଣ୍ଡିକ୍ସ କଣ ଏବଂ ଏହାର କାରଣ:- ଆପେଣ୍ଡିକ୍ସ ହେଉଛି ଏକ ଆଙ୍ଗୁଠି ଆକୃତିର ଥଳି ଯାହା ପେଟର ତଳ ଭାଗ ଡାହାଣ ପାର୍ଶ୍ୱରେ ଥିବା କୋଲନରୁ ବାହାରିଥାଏ । ଏହି ଅବସ୍ଥା ଥିବା ବ୍ୟକ୍ତି ଡାହାଣ ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ଦୂଷିତ ଖାଦ୍ୟ କିମ୍ବା ସଂକ୍ରମଣ କାରଣରୁ ଆପେଣ୍ଡିକ୍ସ ହୋଇଥାଏ । 20 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ ଆପେଣ୍ଡିସାଇଟ୍ସ ଦେଖାଯାଏ । ଯଦିଓ ଏହି ରୋଗ ସାଧାରଣତଃ ପେଟର ଅସ୍ୱାଭାବିକତା ସହିତ ଜଡିତ, ତଥାପି ପେଟ ଭାଗ ପିଠିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇପାରେ ।

ଆପେଣ୍ଡିସାଇଟ୍ସର ଜଟିଳତା ଏବଂ କେଉଁମାନେ ଏଥିରେ ଅଧିକ ସଂକ୍ରମିତ ହୁଅନ୍ତି:-

ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆପେଣ୍ଡିକ୍ସର ଅଧିକ ଆକ୍ରାନ୍ତ ହୁଅନ୍ତି । 20 ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ବୟସରେ ଏହା ଆକ୍ରାନ୍ତ କରିପାରେ । ଯଦି ଆପେଣ୍ଡିସାଇଟ୍ସ ଚିକିତ୍ସା କରାନଯାଏ ତେବେ ଏହା ଫାଟିଯାଇପାରେ । ଫଳରେ ଏହା ଜଟିଳ ସମସ୍ୟା ସୃଷ୍ଟି କରିପାରେ ।

ଆପେନଡିକ୍ସର ଲକ୍ଷଣ:-

ପେଟରେ ଲଗାତାର ଯନ୍ତ୍ରଣା ସାଙ୍ଗକୁ ପିଠି ଯନ୍ତ୍ରଣା ।

ନାଭିର ତଳ ଭାଗରେ ହଠାତ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇଥାଏ । ବାନ୍ତି ହେବା, ଭୋକ ନଲାଗିବା, କୋଷ୍ଠ କାଠିନ୍ୟ ସମସ୍ୟା ।

ପରିସ୍ରା ସମୟରେ ପୋଡାଜଳା ଅନୁଭବ କରିବା ଓ ଜ୍ବର ହେବା ।

ପେଟ ଫୁଲିଯିବା ପରି ଅନୁଭବ କରିବା, ପେଟ ଗ୍ୟାସ ସମସ୍ୟା, ପେଟରେ ଭାରି ଅନୁଭବ ।

ଚିକିତ୍ସା:-

ଯେତେ ସମ୍ଭବ ଅଧିକରୁ ଅଧିକ ପାଣି ପିଅନ୍ତୁ ।

ଖାଦ୍ୟରେ ଅଧିକ ପରିମାଣର ଫାଇବର ଖାଆନ୍ତୁ ।

ପ୍ରତିଦିନ ତାଜା ଫଳ ଏବଂ ପନିପରିବା ଖାଆନ୍ତୁ ।

ବାଦାମ, ମସୁର ଡାଲି ଏବଂ ସୁଜିରେ ତିଆରି ସ୍ନାକ୍ସ ଖାଆନ୍ତୁ ।

ବାହାର ଖାଇବାଠାରୁ ଦୂରେଇ ରୁହନ୍ତୁ ।

ସଫା ଏବଂ ପରିଷ୍କାର ଖାଦ୍ୟ ଖାଆନ୍ତୁ ।

ପିଲାମାନଙ୍କୁ ଫଳ ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଖାଇବାକୁ ଦିଅନ୍ତୁ ।

ପେଟରେ କୋଷ୍ଠକାଠିନ୍ୟକୁ ରୋକନ୍ତୁ, ପ୍ରତ୍ୟେକ ଦିନ କ୍ଷୀର ପିଇବାର ଅଭ୍ୟାସ କରନ୍ତୁ ।

ସକାଳୁ ଉଠି ଉଷୁମ ପାଣି ପିଅନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.