ETV Bharat / sukhibhava

Cancer Risk: ଯୁବପିଢିଙ୍କ ମଧ୍ୟରେ ବୃଦ୍ଧିପାଉଛି କ୍ୟାନ୍ସର, ମୁଖ୍ୟ କାରଣ କହିଲେ ବୈଜ୍ଞାନିକ - କ୍ୟାନ୍ସର

ଯୁବପିଢିଙ୍କ ମଧ୍ୟରେ ବୃଦ୍ଧିପାଉଛି କ୍ୟାନ୍ସର ମାମଲା । ସତର୍କ ରହିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ। ଅଧିକ ପଢନ୍ତୁ

Cancer Risk
Cancer Risk
author img

By

Published : Aug 19, 2023, 5:16 PM IST

ହାଇଦ୍ରାବାଦ: ବିଶ୍ୱରେ ବୃଦ୍ଧିପାଉଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ କର୍କଟ ରୋଗ ହେଉଛି ଅନ୍ୟତମ। ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଆଧୁନିକ ଚିକିତ୍ସା ପଦ୍ଧତି ହେତୁ କର୍କଟ ରୋଗର ଚିକିତ୍ସା ସହଜ ହୋଇପାରିଛି। ତଥାପି ଅନେକ ଲୋକଙ୍କର ପ୍ରାଣ ଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଯକୌଣସି ବୟସ ଏବଂ ଲିଙ୍ଗର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ଜୀବନଶୈଳୀ ସହିତ ଅନେକ ପ୍ରକାରର ପରିବେଶ ସମସ୍ୟା ହେତୁ ଏହି ରୋଗର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଏ। ତେବେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। 40-50 ବର୍ଷ ବୟସ୍କଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁଥିବା କର୍କଟ ରୋଗକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

କର୍କଟ ରୋଗରୁ ନେଇ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, 50 ବର୍ଷରୁ କମ ବୟସର ବ୍ୟକ୍ତିବିଶେଷଙ୍କୁ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଥାଏ। 2010 ରୁ 2019 ପର୍ଯ୍ୟନ୍ତ ଏହି ବୟସ ଶ୍ରେଣୀରେ କର୍କଟ ରୋଗ ନିର୍ଣ୍ଣୟ ହାର ବୃଦ୍ଧି ପାଇଥିବାର ଜଣାଯାଇଛି। 9 ବର୍ଷ ମଧ୍ୟରେ ପ୍ରତି 1 ଲକ୍ଷ ଲୋକଙ୍କ ମଧ୍ୟରେ ଏହି ହାର 100ରୁ 103 ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ, ଯୁବପିଢିଙ୍କ ମଧ୍ୟରେ କର୍କଟ ରୋଗର ହାର ବୃଦ୍ଧି ପାଇବାରେ ଲାଗିଛି।

ଯୁବପିଢିଙ୍କ କ୍ଷେତ୍ରରେ କ୍ୟାନ୍ସର ହାର ବୃଦ୍ଧି: ଜାମା ନେଟୱାର୍କ ଓପନରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, କେତେକ ପ୍ରକାରର କର୍କଟ ରୋଗରେ ବୃଦ୍ଧି ଅଧିକ ହୋଇଛି। ଜୀବନଶୈଳୀ ଏବଂ ଖାଦ୍ୟପେୟର ବିଶୃଙ୍ଖଳା ସହିତ ଅନେକ ପ୍ରକାରର ପରିପାର୍ଶିକ ଅବସ୍ଥା କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ଯୁବତୀଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅଧିକ ମାତ୍ରାରେ ଦେଖାଦେଉଛି।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ: 5.60 ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଏହି ଅନୁସନ୍ଧାନ କରାଯାଇଥିଲା। ଏହା ଜଣାପଡିଛି ଯେ ମହିଳାମାନେ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥିବାବେଳେ 50 ବର୍ଷରୁ କମ୍ ପୁରୁଷଙ୍କ ମଧ୍ୟରେ କର୍କଟ ହାରରେ 5% ହ୍ରାସ ଘଟିଛି। ଅଧିକାଂଶ ମାମଲା 30 ରୁ 39 ବର୍ଷ ବୟସ ବର୍ଗରେ ଦେଖାଯାଉଛି। ହେଲେ କର୍କଟ ରୋଗରେ ଆକ୍ରାନ୍ତ ଯୁବକମାନଙ୍କ ଠାରେ ରୋଗ ଠିକ ସମୟରେ ଚିହ୍ନଟ ହୋଇନପାରିବା ଏକ ବଡ ଚିନ୍ତାର ବିଷୟ ହୋଇଛି। ଯାହା ଦ୍ବାରା ଶରୀରରେ କ୍ୟାନ୍ସର ବ୍ୟାପିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ: Study: କ୍ୟାନ୍ସରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମୃତ୍ୟୁ ହାର ଅଧିକ

ଗ୍ୟାଷ୍ଟ୍ରୋଷ୍ଟାଇନଲ କ୍ୟାନ୍ସର ହାର ବୃଦ୍ଧି: ଯୁବତୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା କ୍ୟାନ୍ସର ମଧ୍ୟରୁ ସ୍ତନ୍ କର୍କଟ ମୁଖ୍ୟ ଅଟେ। ତେବେ ଏହି କ୍ୟାନ୍ସର ସହିତ ତାଳ ଦେଇ ଗ୍ୟାଷ୍ଟ୍ରୋଷ୍ଟାଇନଲ(GI) କ୍ୟାନ୍ସର ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗ୍ୟାଷ୍ଟ୍ରୋଷ୍ଟାଇନଲ କ୍ୟାନ୍ସରରେ ପୀଡିତ ବ୍ୟକ୍ତିଙ୍କ କୋଲନ କର୍କଟ ଏବଂ ଆପେଣ୍ଡିକ୍ସ କ୍ୟାନ୍ସର ହାର 15 ପ୍ରତିଶତ ବୃଦ୍ଧି ପାଇଛି। ତେବେ ଯୁବପିଢିଙ୍କ ମଧ୍ୟରେ କ୍ୟାନ୍ସର ମାମଲା ବୃଦ୍ଧି ପାଉଥିବା ବେଳେ 50 ବର୍ଷରୁ ଅଧିକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସଂଖ୍ୟା କମିବାରେ ଲାଗିଛି।

ତେବେ ଅଧ୍ୟୟନର ରିପୋର୍ଟର ଶେଷରେ ଅନୁସନ୍ଧାନକାରୀମାନେ କହିଛନ୍ତି, "କେଉଁ କାରଣରୁ ଯୁବପିଢିଙ୍କ ମଧ୍ୟରେ କ୍ୟାନ୍ସର ହାର ବୃଦ୍ଧି ପାଉଛି ସେ ବିଷୟରେ ଜାଣିବା ଆବଶ୍ୟକ। ସମୟ ଥାଉଥାଉ ସତର୍କ ନହେଲେ ଏହି ସଂଖ୍ୟା ସାରା ବିଶ୍ବ ପାଇଁ ଏକ ଚିନ୍ତାର କାରଣ ସାଜିପାରେ। କର୍କଟ ରୋଗ ସବୁବେଳ ଚିନ୍ତାର ବିଷୟ ସାଜିଛି କିନ୍ତୁ ଏହି ଅଧ୍ୟୟନର ରିପୋର୍ଟ ବିପଦକୁ ଆହୁରି ବୃଦ୍ଧି କରିଛି।"

ତେବେ ଯୁବପିଢିଙ୍କ ମଧ୍ୟରେ ପ୍ରକୃତରେ କ୍ୟାନ୍ସରର କାରଣ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବୈଜ୍ଞାନିକମାନେ ମେଦବହୁଳତା, ମଦ୍ୟପାନ ଏବଂ ଧୂମପାନ, ନିଦ୍ରା ଅଭାବ, ଖରାପ ଜୀବନଶୈଳୀ ଏବଂ ପରିବେଶରେ ପ୍ରଦୂଷଣ ଭଳି କେତେକ ସମ୍ଭାବ୍ୟ କାରଣ ବୋଲି କହିଛନ୍ତି। କ୍ୟାନ୍ସ କେତେକ କ୍ଷେତ୍ରରେ ଜେନେଟିକ ହେଉଥିବାରୁ ଆଗରୁ ସତର୍କ ରହିବା ଆବଶ୍ୟକ ବୋଲି କୁହାଯାଇଛି। ଏହାସହ ମନରେ ଶଙ୍କା ଆସିବା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ବୋଲି କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.