ETV Bharat / sukhibhava

ମେନୋପଜ୍‌ ଜନିତ ଅସ୍ଥି ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

author img

By

Published : Feb 18, 2023, 9:00 AM IST

ଅନୁସନ୍ଧାନ ଅନୁସାରେ, ବିଶ୍ବର 50 ବର୍ଷରୁ ଅଧିକ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ମେନୋପୋଜ୍ ଅବଧି କିମ୍ବା ପରେ ଅଷ୍ଟିଓପୋରୋସିସ୍ ଦ୍ୱାରା ପ୍ରଭାବିତ ହୁଅନ୍ତି । ଔଷଧ ନୁହେଁ ଖାଦ୍ୟ ମାଧ୍ୟମରେ କିପରି ଏହି ସମସ୍ୟାକୁ ଦୂର କରିବେ ଜାଣନ୍ତୁ

an woman feeling knee pain
an woman feeling knee pain

ହାଇଦ୍ରାବାଦ: କେବଳ ଋତୁସ୍ରାବ ସମୟରେ ନୁହେଁ ପରେ ମଧ୍ୟ ମହିଳାମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେଥି ମଧ୍ୟରୁ ଅସ୍ଥି ଯନ୍ତ୍ରଣା ବା ଜଏଣ୍ଟ୍ ପେନ୍ ଅନ୍ୟତମ । ମେନୋପୋଜ୍ ଅବଧି କିମ୍ବା ପରେ ଅଷ୍ଟିଓପୋରୋସିସ୍ ପରି ଅସ୍ଥି ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ଅନୁସନ୍ଧାନ ଅନୁସାରେ, ବିଶ୍ବର 50 ବର୍ଷରୁ ଅଧିକ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଅଷ୍ଟିଓପୋରୋସିସ୍ ଦ୍ୱାରା ପ୍ରଭାବିତ ହୁଅନ୍ତି ।

ଆଜିର ଆର୍ଟିକିଲରେ ଏହି ସମସ୍ୟାକୁ ଦୂର କରିବା ପାଇଁ କଣ କରିବା ଆବଶ୍ୟକ ସେ ବାବଦରେ ଆଲୋଚନା କରିବା । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅସ୍ଥି ଉତ୍ପାଦନ ଏବଂ କାର୍ଯ୍ୟ କରିବାରେ ଇଷ୍ଟ୍ରୋଜେନ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମେନୋପାଜ୍ ସମୟରେ, ଶରୀରରେ ଇଷ୍ଟ୍ରୋଜେନ୍ ସ୍ତର କମିଯାଏ । ସମୟ କ୍ରମେ ଏହି ସମସ୍ୟା ହାଡକୁ ଦୁର୍ବଳ କରିଦିଏ, ବେଳେ ବେଳେ ହାଡ ମଧ୍ୟ ଭାଙ୍ଗି ଯାଇଥାଏ । ପୁଷ୍ଟିକର ବିଶେଷଜ୍ଞଙ୍କ ଅନୁଯାୟୀ ଆପଣ ହାଡ କ୍ଷୟକୁ ସମ୍ପୂର୍ଣ୍ଣ ରୂପେ ରୋକି ପାରିବେ । କେତେକ ଖାଦ୍ୟ ଅଛି, ଯାହାକୁ ନିୟମିତ ଖାଇବା ଦ୍ବାରା ମେନୋପୋଜ୍ ପରେ ଅସ୍ଥି ଜନିତ ସମସ୍ୟାକୁ କେତେକାଂଶରେ ରୋକାଯାଇ ପାରିବ ।

ସବୁଜ ଖାଦ୍ୟ ଖାଇବା ବଜାୟ ରଖନ୍ତୁ: ସବୁଜ ପନିପରିବା ହାଡର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହାର କାରଣ ହେଉଛି ପନିପରିବାରେ ଭିଟାମିନ୍ କେ, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ପୋଷକ ତତ୍ତ୍ୱ ଭରପୂର ଥାଏ । ଖାଦ୍ୟରେ ପାଳଙ୍ଗ, କାଲେ, ବିଭିନ୍ନ ପ୍ରକାରର କୋବି, ବ୍ରୋକଲି, ଭେଣ୍ଡି, ପପି ମଞ୍ଜି, ଚିଆ ମଞ୍ଜି, ବାଦାମ ଏବଂ ବିଭିନ୍ନ ପ୍ରକାର ସ୍ପ୍ରାଉଟ୍ସ ଖାଇପାରିବେ ।

ଶାକାହାରୀ ପ୍ରୋଟିନ୍: ପୁଷ୍ଟିକର ବିଶେଷଜ୍ଞ ବ୍ୟାଖ୍ୟା କରିଛନ୍ତି ଯେ, ଉଦ୍ଭିଦ ଭିତ୍ତିକ ପ୍ରୋଟିନରେ ଫାଇଟୋଏଷ୍ଟ୍ରୋଜେନ୍ ଥାଏ, ଯାହା ଶରୀରରେ ଇଷ୍ଟ୍ରୋଜେନ୍ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ହାଡ ସ୍ୱାସ୍ଥ୍ୟ ପାଇଁ ଏହା ନିହାତି ଜରୁରୀ, କାରଣ ଇଷ୍ଟ୍ରୋଜେନ୍ ଅଷ୍ଟିଓବ୍ଲାଷ୍ଟ(ନୂତନ କୋଷ ତିଆରି କରୁଥିବା କୋଷ) କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ । ଯେତେବେଳେ ମେନୋପୋଜ ସମୟରେ ଇଷ୍ଟ୍ରୋଜେନ୍ ସ୍ତର ହ୍ରାସ ହୁଏ, ହାଡର ଘନତା ମଧ୍ୟ ହ୍ରାସପାଏ ।

ଦୁଗ୍ଧଜାତ ଦ୍ରବ୍ୟ: ହାଡ ସ୍ୱାସ୍ଥ୍ୟ ପାଇଁ ଦୁଗ୍ଧଜାତ ଦ୍ରବ୍ୟ ନିହାତି ଜରୁରୀ । ଦହି, କ୍ଷୀର ଏବଂ କୋଟେଜ୍ ପନିରରେ କ୍ୟାଲସିୟମ, ଫସଫରସ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ କେ ଥାଏ, ଯାହା ହାଡର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୁଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.