ହାଇଦ୍ରାବାଦ: ପାନ ପତ୍ର ସବୁବେଳେ ଔଷଧ ଭାବରେ ବ୍ୟବହୃତ ହୋଇଥାଏ । ଭାରତରେ ସବୁଠାରୁ ଅଧିକ ପାନପତ୍ର ବ୍ୟବହାର କରାଯାଇଥାଏ । ପ୍ରତ୍ୟେକ ଶୁଭକାମରେ ପାନ ପତ୍ରରେ ବ୍ୟବହାର ଜରୁରୀ ଅଟେ । ଗୃହପ୍ରବେଶଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁ ଶୁଭ କାର୍ଯ୍ୟରେ ପାନପତ୍ରର ଆବଶ୍ୟକତା ରହିଛି । ପାନପତ୍ରର ଅନେର ଔଷଧୀୟ ଗୁଣ ରହିଛି କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ଅନେକ ପ୍ରକାରର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ପାନ ପତ୍ର ଆୟୁର୍ବେଦ, ନେଚରୋପାଥି ଏବଂ ଘରୋଇ ଉପଚାରରେ ମଧ୍ୟ ବ୍ୟବହୃତ ହୁଏ । ପ୍ରତିଦିନ ଗୋଟିଏ ପାନପତ୍ର ଖାଇଲେ ଏହା ଶରୀର ପ୍ରତି ଅନେକ କ୍ଷେତ୍ରରେ ଉପଯୋଗୀ ହୋଇଥାଏ ବୋଲି ଡାକ୍ତର କୁହନ୍ତି । ତେବେ ପ୍ରତିଦିନ ଏହାକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡିଥାଏ।
- ପାନପତ୍ରରେ ହୋଇପାରେ ଆଲର୍ଜି: ଅନେକ ଲୋକଙ୍କୁ ପାନ ପତ୍ର ଖାଇବା ପରେ ଆଲର୍ଜି ହୋଇଥାଏ । ଏହି ପରିସ୍ଥିତିରେ ପାନପତ୍ର ଖାଇବା ଦ୍ବାରା କୁଣ୍ଡେଇ ହେବା ସହ ଶରୀର ଲାଲ ପଡିଯିବା ସହ ଘା' ହୋଇଯାଇଥାଏ । ଯଦି ପାନ ପତ୍ର ଖାଇବା ଦ୍ବାରା ଆଲର୍ଜି ହୋଇଥାଏ, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
- ମାଢିରେ ଯନ୍ତ୍ରଣା: ଅନେକ ଲୋକ ପାନକୁ ମାଉଥ ଫ୍ରେସନର ଭାବେ ବ୍ୟବହାର କରିଥାଆନ୍ତି । କିନ୍ତୁ ଅତ୍ୟଧିକ ପାନ ଖାଇବା ଦ୍ବାରା ମାଢିରେ ଯନ୍ତ୍ରଣା ହୋଇଥାଏ । ପାନକୁ ଖାଇବା ବେଳେ ଏହାର ପତ୍ରକୁ ଚୋବାଇ ଖାଇବାକୁ ହୋଇଥାଏ । ତେଣୁ କଛି ସମୟରେ ଏହା ମାଢି ଯନ୍ତ୍ରଣାର କାରଣ ସାଜିପାରେ ।
- ଉଚ୍ଚରକ୍ତଚାପ: ବିଟିଲ୍ ଲିଫ୍ ବା ପାନପତ୍ର ଅତ୍ୟଧିକ ବ୍ୟବହାର ଉଚ୍ଚ ବିପି ସମସ୍ୟା ସୃଷ୍ଟି କରିପାରେ । ରକ୍ତଚାପ ଏବଂ ଶରୀରର ତାପମାତ୍ରା ଉପର ତଳ ହୋଇପାରେ । ହୃଦଘାତ ସମସ୍ୟା ମଧ୍ୟ ଦେଖାଦେଇପାରେ ।
- ଥାଇରଏଡ୍ ହରମୋନ୍ ଅସନ୍ତୁଳିତ ହୋଇପାରେ । ଥାଇରଏଡ୍ ହରମୋନ୍ ଅଧିକ କିମ୍ବା କମ୍ ହେବାର କାରଣ ମଧ୍ୟ ପାନପତ୍ର ହୋଇପାରେ ।
ପାନ ଅଧିକ ଖାଆନ୍ତୁ ନାହିଁ: ପାନ ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । କେତେଜଣ ମିଠା ପାନ ଖାଉଥିବା ବେଳେ ଆଉ କିଛି ଜଣ କଡା ପାନ ଖାଇଥାଆନ୍ତି । ତେବେ ଏହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହାଦ୍ବାରା ମୁଖ କର୍କଟ ରୋଗ ମଧ୍ୟ ହୋଇପାରେ । କାରଣ ଏଥିରେ ଅଧିକ ପରିମାଣରେ ତମାଖୁର ମଧ୍ୟ ବ୍ୟବାହର ହୋଇଥାଏ । ତେଣୁ ପାନଠୁ ନିଜକୁ ଦୂରେଇ ରଖିବା ଉଚିତ ।
ଗର୍ଭାବସ୍ଥାରେ ପାନ ଖାଇବା ଅନୁଚିତ: ଗର୍ଭବତୀମାନେ ପାନପତ୍ର ଖାଇବା ଉଚିତ୍ ନୁହେଁ । ଯେତେବେଳେ ଗର୍ଭବତୀ ମହିଳାମାନେ ପାନପତ୍ର ଖାଇଥାଆନ୍ତି ସେତେବେଳେ ଗର୍ଭସ୍ଥ ଶିଶୁକୁ କ୍ଷତି ପହଞ୍ଚାଇଥାଏ । ଶିଶୁର ବିକାଶ ଠିକ ଭାବେ ହୋଇନଥାଏ । ଜନ୍ମ ହେବା ପରେ ଶିଶୁର ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିପାରେ ।
ଉପରୋକ୍ତ ସମସ୍ତ ବିଷୟ ଦର୍ଶାଏ ଯେ, ଅଧିକ ପାନପତ୍ରର ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇପାରେ ସେଥିପାଇଁ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ । ପ୍ରତିଦିନ ପାନପତ୍ର ଖାଉଥିଲେ, ଏଥିରୁ ଦୂରେଇ ରୁହନ୍ତୁ । ଗୋଟିଏ ଥରରେ ଦୁଇରୁ ଅଧିକ ପାନପତ୍ର ଖାଆନ୍ତୁ ନାହିଁ । ଡାକ୍ତରଙ୍କ କହିବା ଅନୁସାରେ, ଏକାସଙ୍ଗେ ଦୁଇରୁ ଅଧିକ ପତ୍ର ଖାଇବା ଉଚିତ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ